ଏବେ ବି ନିଖୋଜ ଅଛନ୍ତି କ୍ୟାପଟେନ୍ ଅଙ୍କିତ ଗୁପ୍ତା, ଜାରି ରହିଛି ସର୍ଚ୍ଚ ଅପରେସନ୍: ଅଭ୍ୟାସ ବେଳେ ହ୍ରଦକୁ ଡେଇଁ ଆଉ ବାହାରିଲେନି

Published By : Prameya-News7 Bureau | January 09, 2021 IST

ଯୋଧପୁର ୦୯/୦୧ : ରାଜସ୍ଥାନ ଯୋଧପୁର ସହରର କାୟଲାନା ହ୍ରଦରେ ସ୍ପେଶାଲ ଫୋର୍ସ କ୍ୟାପଟେନ୍ ଅଙ୍କିତ ଗୁପ୍ତା ନିଖୋଜ ହୋଇଯାଇଛନ୍ତି। ଏବେ ସୁଦ୍ଧା ତାଙ୍କ ମୃତଦେହ ମିଳିନାହିଁ। ଏୟାରଫୋର୍ସ ଓ ସେନାର ୧୫୦ ଜଣ ଯବାନ ଶୁକ୍ରବାରରୁ ଲଗାତାର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। କିନ୍ତୁ ଏବେ ଯାଏଁ ଅଙ୍କିତଙ୍କ ମୃତଦେହ ଉଦ୍ଧାର ହୋଇପାରିନାହିଁ। ମୃତଦେହ ଖୋଜିବାକୁ ଶନିବାର ଦିନ ଦିଲ୍ଲୀରୁ ସ୍ପେଶାଲ ଟିମ୍ ଡକାଯାଇଛି।

{"id":389378,"width":558,"height":284,"sizeSlug":"large","linkDestination":"none"}

ସ୍ପେଶାଲ ଫୋର୍ସ କମାଣ୍ଡୋଙ୍କ ସହ କ୍ୟାପଟେନ ଅଙ୍କିତ ଗୁପ୍ତା ଶୁକ୍ରବାର ଅପରାହ୍ନ ସମୟରେ କାୟଲାନା ହ୍ରଦକୁ ଡେଇଁଥିଲେ। ଏହାପରେ ୩ ଯବାନ ଝରଣାରୁ ବାହାରକୁ ବାହାରିଥିଲେ କିନ୍ତୁ କ୍ୟାପଟେନ ଅଙ୍କିତ ଗୁପ୍ତା ବାହାରି ନଥିଲେ। ତା'ପରଠାରୁ ସେନା, ଏୟାରଫୋର୍ସ ଓ ପୋଲିସ କ୍ୟାପଟେନ୍ ଅଙ୍କିତଙ୍କ ସର୍ଚ୍ଚ ଅପରେସନ ଜାରି ରଖିଛି। ଏୟାରଫୋର୍ସର ପାଖାପାଖି ୧୫୦ ଯବାନ ଲଗାତାର କାଲି ଅପରାହ୍ନ ୨ଟା ରୁ ହ୍ରଦରେ ଅଙ୍କିତ ଗୁପ୍ତାଙ୍କୁ ଖୋଜୁଛନ୍ତି। ପାଖାପାଖି ୧୨ଟି ବୋଟ୍ ସର୍ଚ୍ଚ ଅପରେସନରେ ଲାଗିଛି।

{"id":389379,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଭାରତୀୟ ସେନା ୧୦ ପାରା କମାଣ୍ଡୋ ନିଜର ନିୟମିତ ଅଭ୍ୟାସ ଭଳି କାୟଲାନା ହ୍ରଦ ଉପରେ ଅଭ୍ୟାସ କରୁଥିଲେ। ନିୟମିତ ଅଭ୍ୟାସ ସମୟରେ ସେମାନଙ୍କୁ ପାଣି ଭିତରକୁ ଡେଇଁ ହମଲା କରିବା ଅଭ୍ୟାସ କରାଯାଉଥିଲା। ଅଭ୍ୟାସ ବେଳେ ଗୁରୁବାର ଦିନ ଏକ ହେଲିକେପ୍ଟରରୁ ୪ ଯବାନ ଏକାସଙ୍ଗେ ପାଣିକୁ ଦେଇଥିଲେ। କିଛି ସମୟରେ ୩ ଯବାନ ପହଁରି ବାହାରକୁ ବାହାରି ଆସିଥିଲେ। କିନ୍ତୁ କ୍ୟାପଟେନ୍ ଅଙ୍କିତ ବାହାରି ନଥିଲେ। ଏହାପରେ ଅଭ୍ୟାସରତ ଅନ୍ୟ ଯବାନ ଏ ସମ୍ପର୍କରେ ମୁଖ୍ୟ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ସୂଚନା ପାଇ ସେନାର ଅନେକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ଅଭ୍ୟାସ ସମୟରେ କ୍ୟାପଟେନ୍ ଅଙ୍କିତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କିନ୍ତୁ ତାଙ୍କ ମୃତଦେହ ଏବେ ସୁଦ୍ଧା ଉଦ୍ଧାର ହୋଇନାହିଁ।

{"id":389380,"sizeSlug":"large","linkDestination":"none"}

ରାଜସ୍ଥାନ ଵିକାନେରରେ ମଙ୍ଗଳବାର ସନ୍ଧ୍ୟାରେ ଭାରତୀୟ ବାୟୁସେନାର ମିଗ୍-୨୧ ଯୁଦ୍ଧ ବିମାନ ମଧ୍ୟ କ୍ରାସ ହୋଇଥିଲା। ଦୁର୍ଘଟଣାରେ ପାଇଲଟଙ୍କ ଜୀବନ ବଞ୍ଚିଯାଇଛି। ଦୁର୍ଘଟଣା ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲ୍ଲା ସୁରତଗଡ ଏୟାରବେଶ ନିକଟରେ ହୋଇଥିଲା। ବିମାନର ପାଇଲଟ ଠିକ୍ ସମୟରେ ବାହାରି ଯିବାରୁ ତାଙ୍କ ଜୀବନ ବଞ୍ଚିଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.