୬ ଦିନର ସର୍ଚ୍ଚ ଅପରେସନ୍ ପରେ ମିଳିଲା କ୍ୟାପଟେନ୍ ଅଙ୍କିତ ଗୁପ୍ତାଙ୍କ ମୃତଦେହ, ଗଭୀର ହ୍ରଦରେ ଫଶି ରହିଥିଲା

Published By : Prameya-News7 Bureau | January 12, 2021 IST

ଯୋଧପୁର ୧୨/୦୧ : ଯୁଦ୍ଧାଭ୍ୟାସ ସମୟରେ ରାଜସ୍ଥାନ ଯୋଧପୁର ସହରର କାୟଲାନା ହ୍ରଦରେ ନିଖୋଜ ହୋଇଯାଇଥିବା କ୍ୟାପଟେନ ଅଙ୍କିତ ଗୁପ୍ତାଙ୍କ ଶବ ୬ ଦିନ ପରେ ଉଦ୍ଧାର ହୋଇଛି। ତାଙ୍କ ମୃତଦେହ ଖୋଜିବାକୁ ସେନା, ନୌସେନା ଓ ବାୟୁସେନାର ପାଖାପାଖି ୨୦୦ ଯବାନ ଲାଗିଥିଲେ। ୬ ଦିନ ଲଗାତାର ତଲାସୀ ଅଭିଯାନ ପରେ ଅଙ୍କିତ ଗୁପ୍ତାଙ୍କ ଶବ ହ୍ରଦରୁ ଉଦ୍ଧାର କରିଛନ୍ତି।

୧୦ ପାରା ସ୍ପେଶାଲ ଫୋର୍ସ କ୍ୟାପଟେନ ଅଙ୍କିତ ଗୁପ୍ତା ଜାନୁଆରୀ ୭ ତାରିଖରେ ଯୁଦ୍ଧାଭ୍ୟାସ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଭାରତୀୟ ସେନା ୧୦ ପାରା କମାଣ୍ଡୋ ନିଜର ନିୟମିତ ଅଭ୍ୟାସ ଭଳି କାୟଲାନା ହ୍ରଦ ଉପରେ ଅଭ୍ୟାସ କରୁଥିଲେ। ନିୟମିତ ଅଭ୍ୟାସ ସମୟରେ ସେମାନଙ୍କୁ ପାଣି ଭିତରକୁ ଡେଇଁ ହମଲା କରିବା ଅଭ୍ୟାସ କରାଯାଉଥିଲା। ଅଭ୍ୟାସ ବେଳେ ଗୁରୁବାର ଦିନ ଏକ ହେଲିକେପ୍ଟରରୁ ୪ ଯବାନ ଏକାସଙ୍ଗେ ପାଣିକୁ ଦେଇଥିଲେ। କିଛି ସମୟରେ ୩ ଯବାନ ପହଁରି ବାହାରକୁ ବାହାରି ଆସିଥିଲେ। କିନ୍ତୁ କ୍ୟାପଟେନ୍ ଅଙ୍କିତ ବାହାରି ନଥିଲେ। ଏହାପରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

{"id":391351,"sizeSlug":"large","linkDestination":"none"}

କ୍ୟାପଟେନଙ୍କ ଶବ ଖୋଜିବାକୁ ବହୁ ସଂଖ୍ୟାରେ ଯବାନ ଓ ଏନଡିଆରଏଫ ଟିମ ସର୍ଚ୍ଚ ଅପରେସନ ଚଲାଇଥିଲେ। କିନ୍ତୁ ୩ ଦିନ ଶୁଦ୍ଧ ତାଙ୍କର କୌଣସି ପତ୍ତା ନ ମିଳିବାରୁ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରୁ ରବିବାର ଦିନ ନୌସେନାର ୮ ମାର୍କୋସ କମାଣ୍ଡୋଙ୍କୁ ସର୍ଚ୍ଚ ଅପରେସନ ପାଇଁ ଯୋଧପୁର ପଠାଯାଇଥିଲା। କିନ୍ତୁ ତଥାପି ଅଙ୍କିତ ଗୁପ୍ତାଙ୍କ କୌଣସି ପତ୍ତା ମିଳିନଥିଲା। ମଙ୍ଗଳବାର ଦିନ ପୁଣି ଆହୁରି ୨୦ ମାର୍କୋସ କମାଣ୍ଡୋ ଯୋଧପୁରରେ ପହଞ୍ଚିଥିଲେ।

{"id":391352,"sizeSlug":"large","linkDestination":"none"}

 ୨୮ ମାର୍କୋସ ଯବାନଙ୍କ ସହ ସେନା, ନୌସେନା ଓ ବାୟୁସେନାର ପାଖାପାଖି ୨୦୦ ଯବାନ କାୟଲାନା ହ୍ରଦରେ ଲଗାତାର ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ମଙ୍ଗଳବାର ଅପରାହ୍ନରେ ହ୍ରଦର ଗଭୀରତମ ଅଂଶରୁ ଅଙ୍କିତ ଗୁପ୍ତାଙ୍କ ଶବ ଉଦ୍ଧାର ହେଲା। ଯବାନ କିଛି ନ ଖାଇ ନ ପିଇ ଲଗାତାର କ୍ୟାପଟେନଙ୍କ ତଲାସୀରେ ଲାଗିଥିଲେ। ଯବାନ ଯେବାଲା ଚା' ବିସ୍କୁଟ ଖାଇ କ୍ୟାପଟେନ ଅଙ୍କିତ ଗୁପ୍ତାଙ୍କ ଶବ ଖୋଜିବାରେ ଜୁଟିଥିଲେ। ଶେଷରେ ଯବାନ କ୍ୟାପଟେନ ଅଙ୍କିତ ଗୁପ୍ତାଙ୍କ ମୃତଦେହ ଖୋଜି ବାହାର କରିବାରେ ସଫଳ ହେଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.