ବିଜେପିକୁ ଅଫର୍, କଂଗ୍ରେସରୁ ଝଟକା: ସିଦ୍ଧୁଙ୍କ ଉପରେ ହମଲା, କ୍ୟାପଟେନଙ୍କ ୩ ଟ୍ୱିଟକୁ ନେଇ ଝଡ

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦/୧୦: ପଞ୍ଜାବରେ ଆସନ୍ତା ବର୍ଷ ବିଧାନସବା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ନେଇ ରାଜନୀତି ହଟଚମଟ ହୋଇଛି । ଗୋଟିଏ ମାସରେ ହିଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଏବେ କଂଗ୍ରେସରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି ।

ଗତକାଲି ନୂଆ ପାର୍ଟି କରିବା ନେଇ ଘୋଷଣା କରିଥିଲେ । କ୍ୟାପଟେନଙ୍କ ଜଣେ ଗଣମାଧ୍ୟମ ସହଯୋଗୀ ୩ଟି ଟ୍ୱିଟ୍ ସେୟାର କରିଛନ୍ତି । ଟ୍ୱିଟରେ ସିଦ୍ଧୁଙ୍କ ଉପରେ ଆକ୍ରମଣ, କଂଗ୍ରେସକୁ ଝଟକା ବି ଦେଇଛନ୍ତି । ଏହାସହ ବିଜେପିକୁ ମଧ୍ୟ ଅଫର ଦେଇଥିବା ନେଇ ଚର୍ଚ୍ଚା ବି ହେଉଛି । ଆଉ ୩ଟି ଟ୍ୱିଟକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

wp:html /wp:html

ପ୍ରଥମ ଟ୍ୱିଟ୍:
ପ୍ରଥମ ଟ୍ୱିଟରେ ଲେଖାଅଛି, ପଞ୍ଜାବ ଭବିଷ୍ୟତ ନେଇ ଲଢେଇ ଜାରି ରହିବ । ମୁଁ ନିଜେ ଖୁବଶୀଘ୍ର ନିଜର ଦଳ ଗଢିବି । ଏନେଇ ସେ ଔପଚାରିକ ଘୋଷଣା କରିବାକୁ ବାକି ଅଛି । ମୁଁ ଏମିତି ଦଳ କରିବି ଯେ, ଏହା ପଞ୍ଜାବ ଓ ଲୋକଙ୍କମାନଙ୍କର ହିତ ପାଇଁ କାମ କରିବ । ଖାସ୍ କରି ଚାଷୀଙ୍କ ଦୁଃଖ ସୁଖ ବୁଝିବ ।
କଂଗ୍ରେସ ଝଟକା:
କ୍ୟାପଟେନ ଅମରିନ୍ଦର କଂଗ୍ରେସରେ ଅଲଗା ହେବା ପରେ ଏନେଇ ଘୋଷଣା ହୋଇଛି । ଏହାସହ ନୂଆ ଦଳ ବି ଗଢାଯିବ । କ୍ୟାପଟେନ ଯିବା ପରେ କଂଗ୍ରେସର ବହୁତ କ୍ଷତି ହେବ ।

wp:html /wp:html

୨ୟ ଟ୍ୱିଟ୍:
ଦ୍ୱିତୀୟ ଟ୍ୱିଟରେ କ୍ୟାପଟେନ ଅମରିନ୍ଦର ମଧ୍ୟ ବିଜେପି ସହ ମିଳିତ ମଞ୍ଚ ସମ୍ପର୍କରେ ସୂଚନା ଦେଇଛନ୍ତି । କ୍ୟାପଟେନ କହିଛନ୍ତି, 'ଯଦି କୃଷକଙ୍କ ଆନ୍ଦୋଳନର ସମାଧାନ କୃଷକଙ୍କ ସ୍ୱାର୍ଥରେ ମିଳେ, ତେବେ ୨୦୨୨ ମସିହାରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆସନ ବ୍ୟବସ୍ଥାକୁ ନେଇ ଆଶା କରାଯାଇପାରେ । ଏହା ସହିତ, ଅକାଳୀ ଦଳରୁ ବିଚ୍ଛିନ୍ନ ହୋଇଥିବା ଧିନ୍ଦସା ଏବଂ ବ୍ରହ୍ମପୁରା ଦଳ ଭଳି ସମାନ ଦଳ ସହ ମିଳିତତାର ମାର୍ଗ ମଧ୍ୟ ଅନୁସନ୍ଧାନ କରାଯାଇପାରିବ।
ବିଜେପିକୁ କାହିଁକି ଅଫର୍:
କ୍ୟାପଟେନ ଅମରିନ୍ଦର ବିଜେପିରେ ଯୋଗଦେବାର କଳ୍ପନାଜଳ୍ପନା ରହିଥିଲା । ଯଦିଓ ସେ ଏହି କଳ୍ପନାଜଳ୍ପନକୁ ଖାରଜ କରିସାରିଛନ୍ତି । ତେବେ ନୂଆ ଦଳ ଗଠନ କରିବା ପରେ କ୍ୟାପଟେନ ବିଜେପି ସହ ମିଳିତ ହେବାର ସମ୍ଭାବନା ବିଷୟରେ କହିଛନ୍ତି।

wp:html /wp:html

ତୃତୀୟ ଟୁଇଟ୍: ସିଦ୍ଧୁଙ୍କ ଉପରେ ଆକ୍ରମଣ
ତୃତୀୟ ଟ୍ୱିଟରେ କ୍ୟାପଟେନ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ନାମ ନ ନେଇ ଆକ୍ରମଣ କରିଥିଲେ । କ୍ୟାପଟେନ ଲେଖିଛନ୍ତି, ଯେପର୍ଯ୍ୟନ୍ତ ମୁଁ ମୋର ଲୋକ ଏବଂ ମୋ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ନ କରିବି ସେ ପର୍ଯ୍ୟନ୍ତ ମୁଁ ବିଶ୍ରାମ ନେବି ନାହିଁ। ପଞ୍ଜାବ ରାଜନୈତିକ ସ୍ଥିରତା ସହିତ ଆଭ୍ୟନ୍ତରୀଣ ତଥା ବାହ୍ୟ ବିପଦରୁ ସୁରକ୍ଷା ଆବଶ୍ୟକ କରେ । ମୁଁ ମୋର ଲୋକମାନଙ୍କୁ ପ୍ରତିଶୃତି ଦେଉଛି ଯେ ଏହାର ଶାନ୍ତି ଏବଂ ନିରାପତ୍ତାକୁ ବିପଦରେ ପକାଇବା ପାଇଁ ଯାହା ଦରକାର ତାହା କରିବି ।
ସିଦ୍ଧୁ ଉପରେ ଆକ୍ରମଣ କାହିଁକି :
କ୍ୟାପଟେନ ଅମରିନ୍ଦର ସିଂ ସିଦ୍ଧୁଙ୍କୁ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ବର୍ଣ୍ଣନା କରିଛନ୍ତି । କ୍ୟାପଟେନ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ସେ କହିଥିଲେ ଯେ ସିଦ୍ଧୁ ଦେଶ ପାଇଁ ବିପଦ । କ୍ୟାପଟେନଙ୍କ ଏହି ଟ୍ୱିଟ୍ କେବଳ ସିଦ୍ଧୁଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.