Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପଞ୍ଜାବରେ ନୂତନ ଦଳ ଗଢିବେ କ୍ୟାପଟେନ୍ ଅମରିନ୍ଦର, ଏହି ସର୍ତ୍ତରେ ବିଜେପି ସହ କରିବେ ମେଣ୍ଟ

19/10/2021 at 10:55 PM

ଚଣ୍ଡିଗଡ ୧୯।୧୦: ପଞ୍ଜାବ ରାଜନୀତିରେ ଆରମ୍ଭ ହେବାକୁ ଯାଉଛି ନୂତନ ସମୀକରଣ। ପ୍ରାୟ ଏକ ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ୍ ଅମରିନ୍ଦର ସିଂହ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ନିଜ ପତ୍ତା ଖୋଲିବା ଆରମ୍ଭ କରିଛନ୍ତି। ନିଜର ପ୍ଲାନ୍ ଉପରୁ ସସପେନ୍ସ ହଟାଇ ଅମରିନ୍ଦର ନୂତନ ପାର୍ଟି ଗଢିବାକୁ ଘୋଷଣା କରିଛନ୍ତି। ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜେପି ସହ ସର୍ତ୍ତମୂଳକ ମେଣ୍ଟ କରି ପାରନ୍ତି।

ଅମରିନ୍ଦର ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ତିନି କୃଷି ଆଇନ ବିରୋଧରେ ଦୀର୍ଘ ସମୟ ଧରି ଜାରି ଆନ୍ଦୋଳନର ସମାଧାନ ଶୀଘ୍ର ହୋଇପାରେ। ତିନି  କୃଷି ଆଇନ୍‌ ପ୍ରସଙ୍ଗରେ ସନ୍ତୋଷଜନକ ସମାଧାନ ମିଳିଲେ ସେ ବିଜେପି ସହ ମେଣ୍ଟ କରି ପାରନ୍ତି। ବିଜେପି ସହ ଆସନ ଭାଗବଣ୍ଟା ମଧ୍ୟ ହୋଇପାରେ।

ଅମରିନ୍ଦର କହିଛନ୍ତି, ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ବ୍ୟତୀତ ସେ ଶିରୋମଣି ଅକାଳି ଦଳଠୁ ଅଲଗା ହୋଇଥିବା ଦଳ ଢିଣ୍ଢସା ଏବଂ ବ୍ରହ୍ମପୁରା ଗୋଷ୍ଠୀ ସହ ମେଣ୍ଟ କରିବା ଉପରେ ବିଚାର କରୁଛନ୍ତି। ବିଶେଷ କରି ସମାନ ବିଚାରଧାରା ଦଳ ସହିତ ତାଙ୍କର ମେଣ୍ଟ କରିବାର ସମ୍ଭାବନା  ରହିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ପର୍ଯ୍ୟନ୍ତ ମୁଁ ନିଜର ଲୋକ ଏବଂ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ନ କରିଛି, ସେ ପର୍ଯ୍ୟନ୍ତ ଶାନ୍ତିରେ ବସିବି ନାହିଁ। ପଞ୍ଜାବକୁ ରାଜନୈତିକ ସ୍ଥିରତା ଏବଂ ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦରୁ ସୁରକ୍ଷା ଦିଆଯିବାର ଆବଶ୍ୟକତା ରହିଛି। ମୁଁ ନିଜ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ରାଜ୍ୟର ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମୁଁ ତାହା କରିବି ଯାହା ଆଜି ବାଜିରେ ଲାଗିଛି।

   Related Posts