Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଅସନ୍ତୁଷ୍ଟ କ୍ୟାପଟେନ ଅମରିନ୍ଦରଙ୍କ ସୋନିଆଙ୍କୁ ଚିଠି, ବଳପୂର୍ବକ ପଞ୍ଜାବ ରାଜନୀତିରେ ହସ୍ତକ୍ଷେପ କରନ୍ତୁ ନାହିଁ, ନଚେତ୍…

16/07/2021 at 9:50 PM

ଚଣ୍ଡିଗଡ ୧୬।୦୭: ପଞ୍ଜାବ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। କ୍ୟାପଟେନ୍ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ପ୍ରଶମିତ ହେବା ପରିବର୍ତ୍ତେ ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଛି। ଦିଲ୍ଲୀରେ ଘନ ଘନ ବୈଠକ ପରେ ଲାଗୁଥିଲା ଦଳୀୟ ହାଇକମାଣ୍ଡ ଦଳର ଏହି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଥିବା ବିବାଦ ଓ ତିକ୍ତତା ଉପରେ ପୂର୍ଣ୍ଣଛେଦ ପକାଇବେ। ହେଲେ ଏହାର ଓଲଟା ଚିତ୍ର ଏବେ ଦେଖିବାକୁ ମିଳିଲାଣି। ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ଦାୟିତ୍ଵ ଦେବା ନେଇ ଜାରି କଳ୍ପନା ଜଳ୍ପନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ  ପାର୍ଟିର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି  ଲେଖି  ଖୋଲାଖୋଲି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଦଳୀୟ ସୂତ୍ର ଅନୁଯାୟୀ, କ୍ୟାପଟେନ୍ କହିଛନ୍ତି, କଂଗ୍ରେସ ହାଇକମାଣ୍ଡ ଅଯଥା ପଞ୍ଜାବ ସରକାର ଓ ପଞ୍ଜାବର ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି। ଦଳୀୟ ନେତୃତ୍ଵଙ୍କୁ ବୁଝିବା ଉଚିତ୍ ଯେ, ପଞ୍ଜାବର ସାଂପ୍ରତିକ ସ୍ଥିତି ଦଳ ପାଇଁ ଅନୁକୂଳ ନୁହେଁ। ଏହାର ପରିଣାମ ପାର୍ଟି ଓ ସରକାର ଉଭୟଙ୍କୁ ଭୋଗିବାକୁ ପଡିପାରେ। ସିଦ୍ଧୁଙ୍କୁ ପଦନ୍ନୋତି ଦିଆଯିବାର ସମ୍ଭାବନା ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ପାର୍ଟିର ପୁରୁଖା ନେତାଙ୍କୁ ଅଣଦେଖା କରାଯାଏ ତେବେ ଆଗାମୀ ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନ ନିମ୍ନଗାମୀ ହେବ।

ଅମରିନ୍ଦର ସୋନିଆଙ୍କୁ ଏହି ଚିଠି ଠିକ୍ ସେହି ସମୟରେ ଲେଖିଛନ୍ତି, ଯେଉଁ ସମୟରେ ହାଇକମାଣ୍ଡ ସିଦ୍ଧୁଙ୍କୁ ପଞ୍ଜାବର ସଭାପତି କରିବାକୁ ନିଷ୍ପତ୍ତି ନେଇ ସାରିଛି। ରାଜ୍ୟର ପୂର୍ବତନ ମନ୍ତ୍ରୀ ସିଦ୍ଧୁ ଶୁକ୍ରବାର ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପାର୍ଟିର ପଞ୍ଜାବ ପ୍ରଭାରୀ ହରିଶ ରାଓ୍ଵତ ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ପରେ ରାଓ୍ଵତ କହିଥିଲେ, ସୋନିଆ ଗାନ୍ଧୀ ଏହି ପ୍ରସଙ୍ଗରେ ଅଦ୍ୟାବଧି ଅନ୍ତିମ ନିର୍ଣ୍ଣୟ ନେଇ ନାହାନ୍ତି। ଯେବେ ଏହି ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ସମସ୍ତଙ୍କୁ ଅବଗତ କରାଇ ଦିଆଯିବ। ସୂତ୍ର ମୁତାବକ ରାଓ୍ଵତ ଏବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଭେଟି ପାରନ୍ତି। ତାଙ୍କୁ ମନାଇ ବିବାଦର ସମାଧାନ ପାଇଁ ଫର୍ମୁଲାକୁ ଚୂଡାନ୍ତ ରୂପ ଦେଇ ପାରନ୍ତି।

   Related Posts