Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ, ସୋନିଆ ଗାନ୍ଧିଙ୍କୁ ପଠାଇଲେ ଇସ୍ତଫା ପତ୍ର

2/11/2021 at 5:15 PM

ଚଣ୍ଡିଗଡ ୦୨/୧୧ : କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ଲିଡର କ୍ୟାପଟେନ୍‌ ଅମରିନ୍ଦର ସିଂହ । ସେ ତାଙ୍କ ଇସ୍ତଫା ପତ୍ର ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫ ଦେଇଥିଲେ କ୍ୟାପଟେନ୍‌ । ଦଳ ମଧ୍ୟରେ ଅନ୍ତକନ୍ଦଳ ଯୋଗୁଁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ସେବେଠାରୁ ଚର୍ଚ୍ଚା​‌ ହେଉଥିଲା ଯେ ସେ କଂଗ୍ରେସ ଛାଡିପାରନ୍ତି । ଏବେ ସେଥିରେ ପୂର୍ଣ୍ଣଛେଦ ପଡିଛି । ଶେଷରେ କଂଗ୍ରେସ ଛାଡିଛନ୍ତି ହେଭିଓ୍ବେଟ୍‌ ନେତା କ୍ୟାପଟେନ୍‌ ଅମରିନ୍ଦର ସିଂହ ।

ଇସ୍ତଫା ପତ୍ରରେ କ୍ୟାପଟେନ୍ ଲେଖିଛନ୍ତି, ‘ପଞ୍ଜାବର ପ୍ରାୟ ସମସ୍ତ ଏମ୍‌ପି ଏବଂ ମୋର ଅନୁରୋଧ ପରେ ବି ଆପଣ ନବଜୋତ ସିଂହ ସିଦ୍ଧୁ ଭଳି ଜଣେ ପାକିସ୍ତାନୀ ପ୍ରେମୀକୁ ଦଳରେ ବଡ ପଦବୀ ଦେଲେ । ପାକିସ୍ତାନୀ ପ୍ରେମୀ ଯିଏକି ତାଙ୍କ ଦେଶର ଆର୍ମି ମୁଖ୍ୟ ଜେନେରାଲ ବାଜଓ୍ବା ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ ଆଲିଙ୍ଗନା କରିଥିଲା ତାକୁ ଦଳରେ ବଡ ପଦବୀ ଦିଆଯାଇ ଗୁରୁତ୍ବ ଦିଆଗଲା । ମୋ ପ୍ରତି ଦଳର ମନମୁଖୀ କାର୍ଯ୍ୟ ଯୋଗୁଁ ଅନ୍ତରକୁ ଖୁବ ବାଧିଥିଲା ।’

ଇସ୍ତଫା ପତ୍ରରେ କ୍ୟାପଟେନ୍‌ ଆହୁରି ମଧ୍ୟ ଲେଖିଛନ୍ତି, ‘ରାଜୀବ ଗାନ୍ଧିଙ୍କ ସହ ୬୭ ବର୍ଷର ସମ୍ପର୍କ । ୧୯୫୪ ମସିହାରେ ଗୋଟିଏ ସ୍କୁଲରେ ପାଠ ପଢୁଥିଲୁ । ତାଙ୍କ ପିଲାମାନଙ୍କୁ ନିଜ ପିଲାବୋଲି ଭାବେ । କିନ୍ତୁ ଏବେ ଆପଣଙ୍କ କାର୍ଯ୍ୟକଳାପ ଏବଂ ନିଷ୍ପତ୍ତି ଅନ୍ତରକୁ ଖୁବ ବାଧିଛି । ତେଣୁ ଦଳରେ ରହିବାକୁ ଆଉ ଉଚିତ ମନେ କରୁନାହିଁ । ତେଣୁ ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି ।’

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳ ଠାରୁ ଦୂରେଇ ରହୁଥି​‌ଲେ କ୍ୟାପଟେନ୍‌ । ଚରଣଜିତ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଚୁପଚାପ ରହୁଥିଲେ ଅମରିନ୍ଦର ସିଂହ । ଇସ୍ତଫା ଦେବାବେଳେ ନବଜୋତ ସିଂହ ସିଦ୍ଧୁଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ କରିବା ସହିତ ତାଙ୍କୁ ନିର୍ବାଚନରେ ଜିତାଇ ଦେବି ନାହିଁ ବୋଲି କହିଥିଲେ । ଏହା ସହିତ ସିଦ୍ଧୁ ଜଣେ ପାକିସ୍ତାନୀ ପ୍ରେମୀ ବୋଲି କ୍ୟାପଟେନ୍‌ ବାରମ୍ବାର ହାଇ କମାଣ୍ଡଙ୍କ ନିକଟରେ ଅଭିଯୋଗ କରିଥି​‌ଲେ ।

କିଛି ଦିନ ପୂର୍ବରୁ ନୂଆ ଦଳ ଗଠନ କରିବା ନେଇ ଘୋଷଣା କରିଥିଲେ କ୍ୟାପଟେନ୍‌ ଅମରିନ୍ଦର ସିଂହ । ଟ୍ବିଟ୍‌ କରି କ୍ୟାପଟେନ୍‌ କହିଥିଲେ, ‘ଖୁବଶୀଘ୍ର ନିଜର ଏକ ଦଳ ଗଠନ କରିବାକୁ ଯାଉଛି ।’ ବିଜେପି ସହିତ ମେଣ୍ଟ କରିବାକୁ ମଧ୍ୟ ଆଗ୍ରହ ଦେଖାଇଥିଲେ କ୍ୟାପଟେନ୍‌ । କହିଥିଲେ, ‘ବିଜେପି ସହ ଆଲୋଚନା ଚାଲିଛି । ଯଦି ଆମ ଉଭୟଙ୍କ ସହମତି ହୁଏ ତେବେ ଦଳ ଗଠନ ହେବା ପରେ ମେଣ୍ଟ ହେବା ନେଇ ବିଚାର ବିମର୍ଷ କରାଯିବ ଏବଂ ସିଟ୍‌ ଭାଗବଣ୍ଟା ମଧ୍ୟ ହେବ । ଚାଷୀଙ୍କ ସମସ୍ୟା ସମାଧାନ ଏବଂ ଦୀର୍ଘ ଦିନ ଧରି ଜାରି ରହିଥିବା ଆନ୍ଦୋଳନ ଶେଷ କରିବା ପାଇଁ ଚେଷ୍ଟା କରିବି । ଏଥିରେ ସଫଳ ହେବା ପରେ ଆଗାମୀ ନିର୍ବାଚନରେ ବିଜେପି ସହ ମେଣ୍ଟ କରି ପଞ୍ଜାବରେ ନିର୍ବାଚନ ଲଢିବି’ ।

   Related Posts