ପ୍ରକୃତିର ବିଚିତ୍ର ଖେଳ : ମା'ଙ୍କୁ ଜନ୍ମଦିନରେ ସରପ୍ରାଇଜ ଦେବାକୁ ଚାହୁଁଥିଲେ ପାଇଲଟ ଦୀପକ ସାଠେ, ଦିନେ ପୂର୍ବରୁ କରିଥିଲେ କଲ୍

Published By : Prameya-News7 Bureau | August 09, 2020 IST

ନାଗପୁର ୦୯/୦୮ : କେରଳ କୋଝିକୋଡ଼ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଛି | ଶହେରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି | ବିମାନରେ ୧୯୧ ଯାତ୍ରୀ ଥିଲେ | ଦକ୍ଷ ପାଇଲଟ କ୍ୟାପଟେନ ଦୀପକ ବସନ୍ତ ସାଠେଙ୍କର ବହୁତ ପ୍ରଶଂସା ହେଉଛି | ସେ ବିମାନରେ ନିଆଁ ଲାଗିବାକୁ ଦେଇନଥିଲେ |

{"id":311995,"sizeSlug":"large"}

ଦେଢ଼ ଶହରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିଥିବା କ୍ୟାପଟେନ ଦୀପକଙ୍କ ମୃତ୍ୟୁ ହୋଇଛି | ତାଙ୍କ ପରିବାରରେ ଶୋକ ଖେଳି ଯାଇଛି | ତାଙ୍କ ପରିବାର ତରଫରୁ ଜଣାପଡିଛି ଯେ ଦୀପକଙ୍କ ମା;ଙ୍କ ଜନ୍ମଦିନ ଥିଲା ଏବଂ ଏହି ଅବସରରେ ସେ ମା'ଙ୍କୁ ଦେଖାକରି ତାଙ୍କୁ ସରପ୍ରାଇଜ ଦେବାକୁ ଚାହୁଁଥିଲେ |

{"id":311989,"sizeSlug":"large"}

ଶନିବାର ଦିନ ତାଙ୍କ ମା'ଙ୍କର ୮୪ତମ ଜନ୍ମଦିନ ଥିଲା | କିନ୍ତୁ ଶୁକ୍ରବାର ଦିନ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ | ଜନ୍ମଦିନର ଦିନେ ପୂର୍ବରୁ ମା' ପାଇଥିଲେ ପୁଅର ମୃତ୍ୟୁ ଖବର | ଦୀପକ ନିଜର କିଛି ସମ୍ପର୍କୀୟଙ୍କୁ କହିଥିଲେ ଯେ ମା'ଙ୍କ ଜନ୍ମଦିନରେ ନାଗପୁର ପହଞ୍ଚି ସେ ନିଜ ମା'ଙ୍କୁ ସରପ୍ରାଇଜ ଦେବେ |

{"id":311992,"width":571,"height":577,"sizeSlug":"large"}

ଶେଷଥର ମାର୍ଚ୍ଚ ମାସରେ ସେ ନିଜ ମାତା-ପିତାଙ୍କୁ ସାକ୍ଷାତ କରିଥିଲେ | କିନ୍ତୁ ଫୋନରେ ସେ ସବୁବେଳେ କଥାବାର୍ତ୍ତା କରୁଥିଲେ | ଦୁଇ ଦିନ ପୂର୍ବରୁ ମଧ୍ୟ ସେ ଫୋନରେ କଥାବାର୍ତ୍ତା କରିଥିଲେ |

{"id":311990,"sizeSlug":"large"}

କ୍ୟାପଟେନ ପତ୍ନୀଙ୍କ ସହ ମୁମ୍ବାଇରେ ରହୁଥିଲେ | ତାଙ୍କ ବାପା-ମା ନାଗପୁରରେ ରୁହନ୍ତି | କରୋନା ମହାମାରୀ ସମୟରେ ଫୋନ ଯୋଗେ ସେ ବାପା-ମାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝୁଥିଲେ | ଘର ବାହାରକୁ ନ ବାହାରିବାକୁ ସବୁବେଳେ କହୁଥିଲେ | କିନ୍ତୁ ଭଗବାନଙ୍କ ଇଛା ଆଗରେ ମଣିଷର ଇଛାର କୌଣସି ଜୋର ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.