Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ହେବା ନିଶ୍ଚିତ, କେବେ ଦିଆଯିବ?

18/12/2019 at 9:15 PM

ନୂଆଦିଲ୍ଲୀ୧୮/୧୨: ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ହେବା ନିଶ୍ଚିତ ହୋଇଛି । କିନ୍ତୁ କେବେ ଫାଶୀ ଦିଆଯିବ ତାହା ଏବେବି ଅନିଶ୍ଚିତତା ଘେରରେ । ସୁପ୍ରିମକୋର୍ଟ ଆଜି ଦୋଷୀ ଅକ୍ଷୟ ସିଂହର ରିଭ୍ୟୁ ପିଟିସନ୍ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟରେ ନିର୍ଭୟାଙ୍କ ମା’ ଆଶା ଦେବୀ ଖୁସି ପ୍ରକାଶ କରିଥିଲେ । କିନ୍ତୁ କିଛି ସମୟ ପରେ ଏହା ପୁଣି ଦୁଃଖରେ ବଦଳିଯାଇଛି । କାରଣ ଦୋଷୀଙ୍କୁ ଡେଥ୍ ୱାରେଣ୍ଟ ଜାରି କରିବା ନେଇ ଶୁଣାଣି ଦିଲ୍ଲୀର ପାତିଆଲା ହାଉସ୍ କୋର୍ଟରେ ହୋଇଥିଲେ ମଧ୍ୟ କୋର୍ଟ ଏହାକୁ ଜାନୁଆରୀ ୭ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଡେଥ୍ ୱାରେଣ୍ଟ କେବେ ?  କୋର୍ଟରେ କାନ୍ଦି ପକାଇଲେ ନିର୍ଭୟାଙ୍କ ମାଆ । ଦଣ୍ଡ ତାରିଖ ଘୋଷଣା ବିଳମ୍ବକୁ ନେଇ ଦୁଃଖି ପ୍ରକାଶ କଲେ ନିର୍ଭୟାଙ୍କ ମାଆ। ଜାନୁଆରୀ ୭କୁ ଘୁଞ୍ଚିଲା ଡେଥ୍ ୱାରେଣ୍ଟ ଶୁଣାଣି।  ଦୋଷୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନ୍ ଖାରଜ।

ଗୋଟିଏ ଖୁସି, ଅନ୍ୟଟି ଦୁଃଖ । କୋର୍ଟରେ ୨ଟି ଭିନ୍ନ ରାୟ ଆସିବା ପରେ  ଆଶା ଦେବୀଙ୍କ ପ୍ରତିକ୍ରିୟା । ଆଶା ଦେବୀ ହେଉଛନ୍ତି ଆପଣଙ୍କର ସେହି ପରିଚିତ ନାଁ ନିର୍ଭୟାର ମା। ସୁପ୍ରିମକୋର୍ଟରେ ଆଜି ରାୟ ଆସିବା ପରେ ବହୁତ ଖୁସି ହୋଇଥିଲେ। ଆଉ ପଟିୟାଲା ହାଉସ କୋର୍ଟରେ ରାୟ ଆସିବା ପରେ ତାଙ୍କ ହସ କାନ୍ଦରେ ବଦଳିଯାଇଥିଲା। ଆସନ୍ତୁ ଶୁଣିବା ତାଙ୍କର ଦୁଇ ଭିନ୍ନ ପ୍ରତିକ୍ରିୟା।

ଆଶାଦେବୀ ଖୁସି ହୋଇଥିଲା ଏଥିପାଇଁ ଆଜି ସୁପ୍ରିମକୋର୍ଟରେ ଆସିଥିଲା ପ୍ରଥମ ରାୟ। ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଦୋଷୀ ଅକ୍ଷୟ କୁମାର ସିଂହର ରିଭ୍ୟୁ ପିଟିସନ୍କୁ ଖାରଜ କରିଦେଇଥିଲେ । ପ୍ରଧାନ ବିଚାରପତି ଓହରିଯିବା ପରେ ଜଷ୍ଟିସ୍ ଆର୍. ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅକ୍ଷୟର ରିଭ୍ୟୁ ପିଟିସନର ବିଚାର କରିଥିଲେ। ମୃତ୍ୟୁଦଣ୍ଡାଦେଶର ସମୀକ୍ଷା ପାଇଁ କୌଣସି ଆଧାର ନାହିଁ ବୋଲି କୋର୍ଟ କହିଥିଲେ । ସେହିପରି ଆବେଦନକାରୀ ପ୍ରମାଣ ଏକାଠି ପାଇଁ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିନଥିଲେ ।ଏସବୁ ପୂର୍ବରୁ ବିଚାର ସରିଥିବା କହିଥିଲେ କୋର୍ଟ। ଅକ୍ଷୟର ଓକିଲ କହିଥିଲେ ଯେ ତାଙ୍କ ମହକିଲ ରାଷ୍ଟ୍ରପତିଙ୍କ ନିକଟରେ ଯାଚିକା ଦାୟର କରିବାକୁ ଚାହୁଁଛି ।ଏଥିପାଇଁ ୩ ସପ୍ତାହ ସମୟ ମାଗିଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କର ଓକିଲ ଏହାକୁ ବିରୋଧ କରିଥିଲେ। 

ଅକ୍ଷୟର ଆବେଦନ ଖାରଜ ହୋଇଯିବା ପରେ ଖୁସି ହୋଇଥିଲେ ଆଶା ଦେବୀ। କିନ୍ତୁ ଏହାପରେ ଦିଲ୍ଲୀର ପାତିଆଲା ହାଉସ୍ କୋର୍ଟରେ ଡେଥ୍ ୱାରେଣ୍ଟ ଜାରି ପାଇଁ ହୋଇଥିବା ଶୁଣାଣିକୁ ଟାଳି ଦେଇଥିଲେ ଜଜ୍ ।କୋର୍ଟ ମାମଲାର ଶୁଣାଣି ଜାନୁଆରୀ ୭କୁ ଘୁଞ୍ଚାଇ ଦେଇଛନ୍ତି। ଆଉ ସେହି ସମୟ ସୀମା ଭିତରେ ଆଇନଗତ ପ୍ରକ୍ରିୟାରୁ ସାହାଯ୍ୟ ନେବାକୁ ପୁଣିଥରେ ଦୋଷୀଙ୍କୁ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କପି ପାଇବା ପାଇଁ ପାତିଆଲା ହାଉସ୍ କୋର୍ଟ ଅପେକ୍ଷା କରିବେ । ଦୁଇପକ୍ଷର ଓକିଲ ସାରା ଦେଶ ଏହି ଘଟଣାର ନ୍ୟାୟିକା ପ୍ରକ୍ରିୟା ଉପରେ ନଜର ରଖିଛି। ଦୋଷୀଙ୍କ ରିଭ୍ୟୁ ପିଟିସନ ଖାରଜ ହୋଇଯାଇଛି ଏବେ ଏମାନେ କ୍ୟୁରେଟିଭ ପିଟିସନ କରିବେ। ଏହାପରେ ରାଷ୍ଟ୍ରପତିଙ୍କ ନିକଟରେ ଥିବା ରାଜକ୍ଷମା ଆବେଦନ ମଧ୍ୟ ଆସିବାର ଅଛି। ତେଣୁ ପୁଣି ଲମ୍ବିଯାଇଛି ନ୍ୟାୟିକ ପ୍ରକ୍ରିୟା ଆଉ ଆଶା ହରାଇ ଲୁହ ଗଡ଼ାଉଛନ୍ତି ଆଶାଦେବୀ।

   Related Posts