ବଳାତ୍କାରୀକୁ ଭୟାନକ ସଜା, ଜାଣନ୍ତୁ କେଉଁ ଦେଶରେ ରହିଛି କିପରି ଦଣ୍ଡ ବିଧାନ

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୦୩: ନିର୍ଭୟାର ଚାରି ଦୋଷୀ ଅକ୍ଷୟ, ବିନୟ, ପଓ୍ଵନ ଓ ମୁକେଶକୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଦିଆଯାଇଛି। ତିହାର କାରାଗାର ଇତିହାସରେ ପ୍ରଥମ ଥର ଚାରି ଦୋଷୀଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଛି।

୨୦୧୨ରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ଦେଶରେ କଠୋର ବଳାତ୍କାର ଆଇନ ଲାଗୁ କରାଯାଇଛି। ନାବାଳିକାଙ୍କ ସହିତ ହେଉଥିବା ଅପରାଧ ପାଇଁ ଅଲଗା ପୋସ୍କୋ ଆଇନ ତିଆରି  ହୋଇଛି। ପୋସ୍କୋର ଅର୍ଥ ପ୍ରୋଟେକ୍ସନ ଅଫ ଚିଲ୍‌ଡ୍ରେନ ଫ୍ରାମ ସେକ୍ସୁଆଲ ଅଫେନ୍ସ ଆକ୍ଟ। ଅଲଗା ଆଇନ ଏଥିପାଇଁ ତିଆରି ହେଲା କାରଣ ଶିଶୁଙ୍କ ସହିତ ହେଉଥିବା ଅପରାଧର ପ୍ରଭାବ ଅଧିକ ଭୟାନକ ହୋଇଥାଏ। ତେଣୁ କଠୋର ଦଣ୍ଡ ବିଧାନର ଆବଶ୍ୟକତା ରହିଥିଲା। ବହୁତ ଲୋକ ଶିଶୁ ବଳାତ୍କାରୀଙ୍କୁ ସିଧା ଫାଶୀ ଦେବା ଉଚିତ୍ ବୋଲି କହୁଛନ୍ତି। ମେରିଟାଲ ବଳାତ୍କାର ବିରୋଧରେ ଆଇନ କରିବାକୁ ମଧ୍ୟ ଦାବି ହେଉଛି। ମେରିଟାଲ ରେପ୍ ଅର୍ଥାତ ଯେବେ ବିବାହିତା ଲୋକ ନିଜର ପତ୍ନୀଙ୍କ ସହିତ ବଳପୂର୍ବକ ସେକ୍ସ କରିଥାଏ।

{"id":245881,"sizeSlug":"large"}

ଏହା ତ ଥିଲା ଭାରତ କଥା। ଦୁନିଆରେ ଅନ୍ୟ ଦେଶରେ ଏହି ସବୁ ଘଟଣାକୁ ନେଇ କଣ ରହିଛି ? ସେଠାରେ ବଳାତ୍କାର ପାଇଁ ଆଇନ ବ୍ୟବସ୍ଥା କଣ ରହିଛି ? ଆସନ୍ତୁ ଜାଣିବା ବିଶ୍ଵର ଅନ୍ୟ ଦେଶରେ  ବଳାତ୍କାର  ବିରୋଧରେ କଣ ରହିଛି ଦଣ୍ଡ ବିଧାନ…

ନରଓ୍ଵେ

ବଞ୍ଚିବା ପାଇଁ ଦୁନିଆର ସବୁଠୁ ଭଲ ଜାଗା ମଧ୍ୟରୁ ନରଓ୍ଵେ  ହେଉଛି ଗୋଟିଏ। ଯଦି ସାମ୍ନା  ବାଲା ରାଜି ନୁହଁ ଏବଂ ଆପଣ କୌଣସି ପ୍ରକାର ଯୌନ କାମ କରନ୍ତି ତେବେ ଏହାକୁ ବଳାତ୍କାର ବିବେଚନା କରାଯିବ। ଏଥିପାଇଁ ଦୋଷୀଙ୍କୁ ୪ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ। ନରଓ୍ଵେରେ ଏଭଳି ଘଟଣା କମ୍ ଘଟିଥାଏ। ସେଠାରେ ବାକି ଅପରାଧ ହାର ମଧ୍ୟ କମ। ଜେଲ୍ ଖାଲି ମଧ୍ୟ ଖାଲି ପଡିଥାଏ।

{"id":245882,"sizeSlug":"large"}

ଆମେରିକା

ଏଠାରେ ଦୁଇ ପ୍ରକାରର ଆଇନ ରହିଛି। ଗୋଟିଏ ଫେଡେରାଲ ଓ ଦ୍ଵିତୀୟଟି ଷ୍ଟେଟ୍। ଷ୍ଟେଟରେ ଅଲଗା ନିୟମ ରହିଥାଏ। ଯେମିତି ଫ୍ଲୋରିଡାରେ ଶିଶୁଙ୍କ ସହିତ ବଳାତ୍କାର ହେଲେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଏ।

ଫ୍ରାନ୍ସ

 ଏହି ଦେଶରେ ବଳାତ୍କାର ଆଇନ ବହୁତ କଠୋର ରହିଛି। ୧୫ ବର୍ଷରୁ ନେଇ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ରହିଛି। ଯେତେ କ୍ରୁର ଅପରାଧ ସେତିକି ଅଧିକ ଦଣ୍ଡ ଦେବାର ପ୍ରାବଧାନ ରହିଛି।

{"id":245885,"sizeSlug":"large"}

ବେଲ୍‌ଜିୟମ

ଯଦି ବଳାତ୍କାର କରିଥିବା ଲୋକ ନିଜର ଅପରାଧ ସ୍ଵୀକାର କରି ନିଅନ୍ତି ଏବଂ ପୀଡିତାଙ୍କ ସହିତ ବୁଝାମଣା କରି ନିଅନ୍ତି ତେବେ ସେ ମୁକ୍ତ ହୋଇପାରିବେ।

ବାଂଲାଦେଶ

ଆମର ଏହି ପଡୋଶୀ ଦେଶରେ ଦଣ୍ଡ ବଳାତ୍କାରର କ୍ରୁରତାକୁ ନେଇ ସ୍ଥିର ହୋଇଥାଏ। ଶିଶୁ ସହିତ ବଳାତ୍କାର  କଲେ ଅପରାଧୀଙ୍କୁ ଫାଶୀ ଦିଆଯାଏ। ଏହା ସହିତ ଆଜୀବନ କାରାଦଣ୍ଡର ମଧ୍ୟ ବିକଳ୍ପ ରହିଛି।

{"id":245883,"sizeSlug":"large"}

ଜାପାନ

୨୦ ବର୍ଷର ସଜା ରହିଛି। ଯଦି ଅଧିକ କ୍ରୁର ମାମଲା ହୋଇଥାଏ କିମ୍ବା ବଳାତ୍କାର ବ୍ୟତୀତ ଅନ୍ୟ କୌଣସି ଅପରାଧ  ହୋଇଥାଏ ତେବେ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଏ।

କ୍ୟୁବା

୧୨ ବର୍ଷରୁ କମ ବୟସର ନାବାଳିକା ସହିତ ଦୁଷ୍କର୍ମ କଲେ ମୃତ୍ୟୁ ଦଣ୍ଡ ଦିଆଯାଏ। ଯଦି ବଳାତ୍କାର ସମୟରେ ପୀଡିତା ଗୁରୁତର ଭାବେ ଆହତ ହୁଏ ତେବେ ମଧ୍ୟ ଦୋଷୀକୁ ମୃତ୍ୟୁ ଦଣ୍ଡ ମିଳେ। ଯଦି କାହାକୁ ଯୌନ ରୋଗ ରହିଛି ଏବଂ ସେ କାହାକୁ ବଳାତ୍କାର କରେ ତେବେ ମଧ୍ୟ ଫାଶୀ ସଜା ରହିଛି।

ପାକିସ୍ତାନ

କିଛି ଦିନ ପୂର୍ବେ ପାକିସ୍ତାନରେ ଜଣେ ଆଠ ବର୍ଷୀୟ ନାବାଲିକା ସହିତ ବଳାତ୍କାର କରି ହତ୍ୟା କରାଯାଇଥିଲା। ଏଥିରେ ପୂରା ଦେଶରେ କ୍ରୋଧରେ ମାହୋଲ ସୃଷ୍ଟି ହୋଇଥିଲା। ସେଠାରେ ଶିଶୁ ସହ ବଳାତ୍କାର, ଯୌନ ଶୋଷଣ କରିବା କିମ୍ବା ଗଣ ବଳାତ୍କାର କଲେ ମୃତ୍ୟୁ ଦଣ୍ଡ ମିଳେ। ମାତ୍ର  ବଳାତ୍କାର ମାମଲାରେ ଅନେକ ଦୋଷୀ ଖସି ଯାଆନ୍ତି। ସର୍ବଦା ଏଠାରେ ବଳାତ୍କାରୀକୁ ପୀଡିତ ପରିବାର ପକ୍ଷରୁ କ୍ଷମା ମିଳିଯାଏ।

ଆଫଗାନିସ୍ତାନ

ଯଦି କେହି ବଳାତ୍କାର କରି ଧରା ପଡେ ତେବେ ଚାରି ଦିନ ଭିତରେ ନିଷ୍ପତ୍ତି ନିଆଯାଏା। ମୁଣ୍ଡରେ ଗୁଳି କରାଯାଏ କିମ୍ବା ଫାଶୀରେ ଝୁଲାଇ ଦିଆଯାଏ। ମାତ୍ର ଏମିତି ସବୁ ବେଳେ ହୁଏ ନାହିଁ। ଅନେକ ଥର ଓଲଟା ପୀଡିତାଙ୍କୁ ସଜା ମିଳିଥାଏ।

{"id":245884,"sizeSlug":"large"}

ନେଦରଲାଣ୍ଡ

ଏଠାରେ ବଳାତ୍କାରକୁ ନେଇ କଠୋର ଦଣ୍ଡ ବିଧାନ ରହିଛି। ସେଠାରେ ବିନା ଅନୁମତିରେ କାହାକୁକ ଚୁମ୍ବନ ଦେବା ଅପରାଧ ଅଟେ। ନେଦରଲାଣ୍ଡର ଯଦି କିଏ ବେଶ୍ୟା ସହିତ ବଳାତ୍କାର କରେ, ତେବେ ଦୋଷୀକୁ ଚାରି ବର୍ଷ ଜେଲ୍ ସଜା ରହିଛି। ଯଦି ପୀଡିତାର ମୃତ୍ୟୁ ଘଟେ ତେବେ ଅପରାଧୀକୁ ୧୫ ବର୍ଷ ଜେଲ୍ ଦଣ୍ଡ ହୁଏ। ମାମଲା ଯେଉଁ ଭଳି ଦଣ୍ଡ ମଧ୍ୟ ସେହି ଅନୁରୂପ ମିଳିଥାଏ।

ମୋରକ୍କୋ

ଯଦି ବଳାତ୍କାରୀ ପୀଡିତାଙ୍କୁ ବିବାହ କରି ନିଏ ତେବେ ତାକୁ ଦଣ୍ଡ ମିଳେ ନାହିଁ।

ବାହାରିନ, ଇରାକ, ଜୋର୍ଡାନ, କୁଏତ, ଫିଲିସ୍ତିନ, ତାଜିକସ୍ତାନ ଓ ଟ୍ୟୁନିସିଆ

ଏହି ସବୁ ଦେଶରେ ବଳାତ୍କାରୀ ସଜାରୁ ବଞ୍ଚିବା ପାଇଁ ପୀଡିତାଙ୍କୁ ବିବାହ କରି ଥାନ୍ତି। ଅର୍ଥାତ ଦୋଷୀ ପାଖରେ ବଞ୍ଚିବାର ବିକଳ୍ପ ରହିଥାଏ। ସଜା ଶୁଣାଣି ବେଳେ ଯଦି ସେ ବିବାହ କରିବାକୁ ରାଜି ହୁଏ ତେବେ ତାକୁ ମୁକ୍ତ କରି ଦିଆଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.