Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବିପଦର ଦ୍ୱାରଦେଶରେ ଇଣ୍ଡୋନେସିଆ ରାଜଧାନୀ, ଜାଣନ୍ତୁ କାହିଁକି ବୁଡିବାକୁ ଲାଗିଛି ଜାକାର୍ତ୍ତା

17/08/2019 at 9:40 PM

ଜାକାର୍ତ୍ତା : ହୁଏତ ଜାକାର୍ତ୍ତା ଆଉ ବେଶି ଦିନ ଇଣ୍ଡୋନେସିଆର ରାଜଧାନୀ ହୋଇ ରହି ନପାରେ। ଏଥି ପାଇଁ ସରକାର ବୋର୍ଣ୍ଣିଓ ସହରକୁ ନୂଆ ରାଜଧାନୀ କରିବାକୁ ଚିନ୍ତା କରୁଥିବା ବେଳେ ସରକାରୀ ପ୍ରତିଷ୍ଠାନ ସବୁ ସେଠାକୁ ସ୍ଥାନାନ୍ତର କରିବାକୁ ଖୁବ୍ ଶୀଘ୍ର ଉଦ୍ୟମ ଆରମ୍ଭ ହୋଇପାରେ। ତେବେ ଦୀର୍ଘ ବର୍ଷରୁ ରାଜଧାନୀ ରହି ଆସିଥିବା ଏହି ସହରକୁ ଅଧିକ ସମୟ ବ୍ୟବାହର କରିବାରେ କଣ ରହିଛି ବିପଦ ଆସନ୍ତୁ ଜାଣିବା।

ଜାକାର୍ତ୍ତା ଏବେ ପ୍ରାକୃତିକ ବିପଦର ଦ୍ୱାର ଦେଶରେ ଛିଡା ହୋଇଛି। ଏମିତିରେ ଦେଶ ପାଇଁ ସର୍ବଦା ଭୂମିକମ୍ପ ବିପଦ ହୋଇ ରହି ଆସିଥିବା  ବେଳେ ଏବେ ସମୁଦ୍ର ନୂଆ ବିପଦ ଭାବେ ଉଭା ହୋଇଛି। ସମୁଦ୍ରର ଜଳସ୍ତର ବୃଦ୍ଧି ଇଣ୍ଡୋନେସିଆ ରାଜଧାନୀ ଓ ଏଠାରେ ବସବାସ କରୁଥିବା ଲକ୍ଷଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଜଳସ୍ତର ବୃଦ୍ଧି ଯୋଗୁ ରାଜଧାନୀର ଏକ ତୃତୀୟାଂଶ ସମୁଦ୍ରରେ ବିଲ୍ଲିନ ବି ହୋଇ ସାରିଲାଣି। ଏଣୁ ରାଷ୍ଟ୍ରପତି ଏକ ଟ୍ୱିଟ୍ ବାର୍ତ୍ତାରେ ବୋର୍ଣ୍ଣିଓକୁ ରାଜଧାନୀ ସ୍ଥାନାନ୍ତରଣର ସୂଚନା ଦେଇ ସାରିଲେଣି।

ଭୂତଳ ଜଳ ଭଣ୍ଡାରର ଅନିୟନ୍ତ୍ରିତ ଓ ଅତ୍ୟାଧିକ ବ୍ୟବହାର ଯୋଗୁ ପ୍ରାକୃତିକ ସନ୍ତୁଳନ ହ୍ରାସ ହେଉଥିବା ବେଳେ ଜାକାର୍ତ୍ତା ଧିରେ ଧିରେ ସମୁଦ୍ର ଗର୍ଭକୁ ଯିବାରେ ଲାଗିଛି। ଏବେ ବାର୍ଷିକ ଯେଉଁ ହାରରେ ସମୁଦ୍ର ଜାକାର୍ତ୍ତାକୁ ଗିଳିବାର ଲାଗିଛି ଯଦି ତାହା ଜାରି ରହିଲା ତେବେ ୨୦୫୦ ମସିହା ବେଳକୁ ଜାକାର୍ତ୍ତା ବିଶ୍ୱର ବିଲୁପ୍ତ ସହରମାନଙ୍କ ସୂଚୀରେ ସାମିଲ ହୋଇ ସାରିଥିବ। ଏଣୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ନୂଆ ରାଜଧାନୀକୁ ନେଇ ଚିନ୍ତା କରିବାକୁ ବାଧ୍ୟ ହୋଇଛନ୍ତି। ସରକାର ରାଜଧାନୀ ସ୍ଥାନାନ୍ତର କରିଦେବେ, ହେଲେ ଏଠାରେ ସ୍ଥାୟୀ ଭାବେ ବସବାସ କରୁଥିବା ଲୋକଙ୍କର କଣ ହେବ ତାହା ହିଁ ଏବେ ପାଲଟିଛି ଚିନ୍ତାର ବିଷୟ ।

   Related Posts