Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫୋନି ଦାଉରୁ ରକ୍ଷା ପାଇଗଲେ ୨୨ନବଜାତ ଶିଶୁ

10/05/2019 at 12:31 PM

ଭୁବନେଶ୍ବର ୧୦|୫: ଗତ ୩ ତାରିଖରେ ପୂରା ଭୁବନେଶ୍ବରରେ ତାଣ୍ଡବ ରଚିଥିଲା ବାତ୍ୟା ଫୋନି । ଫୋନିର କରାଳ ତାଣ୍ଡବରୁ ବର୍ତ୍ତି ପାରିନଥିଲା  କ୍ୟାପିଟାଲ ହସ୍ପିଟାଲ । ତେବେ ଏହି ସମୟରେ ହସ୍ପିଟାଲର ଏସଏନ୍ସିୟୁଟି ବିଭାଗର ଡାକ୍ତର, ସେବିକାଙ୍କ ଅଦମ୍ୟ ସାହସ ଓ ଧର୍ଯ୍ୟ ଯୋଗୁଁ ଫୋନି ମୁହଁରୁ ବଞ୍ଚି ଯାଇଛନ୍ତି ୨୨ଜଣ ନବଜାତ ଶିଶୁ । ପ୍ରଚଣ୍ଡ ପବନରେ ଏସଏନସିୟୁଟି ବିଭାଗର ସିଲିଂ ଗୁଡିକ ଭାଙ୍ଗିରୁଜି ଯାଇଥିଲା । ବିଦ୍ୟୁତ୍ ସରଞ୍ଜାମ ଓ ସିଲିଂ ତଳେ ପଡିବା ଆରମ୍ଭ କରିବା ମାତ୍ରେ ନବଜାତ ଶିଶୁଙ୍କ ସୁରକ୍ଷା ପାଇଁ ସେଠାରେ ଉପସ୍ଥିତ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ସମସ୍ତ ଶିଶୁଙ୍କୁ କୋଳେଇ ନେଇ ଜାବୁଡି ଧରିଥିଲେ । ଏଥିସହ ଆଉକିଛି କର୍ମଚାରୀ ତୁରନ୍ତ ଇନକ୍ୟୁବେଟରରୁ ବିଦ୍ୟୁତ୍ ସଂଯୋଗ କାଟିଦେଇଥିଲେ । ଫଳରେ ନବଜାତ ଶିଶୁମାନେ ରକ୍ଷା ପାଇଯାଇଥିଲେ ।

ଏସଏନସିୟୁଟି ବାତ୍ୟା ମାଡରେ ଭାଙ୍ଗି ଯାଇଥିଲା । କିନ୍ତୁ ନବଜାତଙ୍କ ଜୀବନ ବଞ୍ଚି ଯାଇଥିଲା । ବାତ୍ୟାର ପ୍ରକୋପକୁ ଶିଶୁଙ୍କ ବାପା ମା ଆତଙ୍କିତ ହୋଇ ନିଜ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ସେତେବେଳେ ଏସଏନସିୟୁଟିର ଡାକ୍ତର, ସେବିକା ଓ ସହାୟକମାନେ ଶିଶୁଙ୍କ ପାଇଁ ଜୀବନକୁ ବାଜି ଲଗାଇଥିଲେ । ନିଜ ମୁଣ୍ଡ ଓ ପିଠିରେ ସିଲିଂ ଖଣ୍ଡ ଓ ବିଦ୍ୟୁତ୍ ସରଞ୍ଜାମର ମାଡ ସହି ସେମାନେ ୨୨ ନବଜାତ ଶିଶୁଙ୍କ ଜୀବନ ରକ୍ଷା କଲେ । ପରେ ସେମାନଙ୍କୁ ଅନ୍ୟ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

   Related Posts