ନବଜାତକର ଶୁଭ ଆଗମନ ଉପଲକ୍ଷେ କ୍ୟାପିଟାଲ ହସପିଟାଲରେ ପ୍ରସୂତି ମହିଳାଙ୍କୁ ମାଗଣାରେ ବୃକ୍ଷ ଚାରା ବଣ୍ଟନ

Published By : Prameya-News7 Bureau | July 09, 2019 IST

ଭୁବନେଶ୍ବର ୯|୭: ଶିଶୁଟିଏକୁ ଗଛଟିଏ । ନବଜାତକର ଶୁଭ ଆଗମନ ଉପଲକ୍ଷେ କ୍ୟାପିଟାଲ  ହସପିଟାଲରେ ପ୍ରସୂତି ମହିଳାଙ୍କୁ ମାଗଣାରେ ଗଛ ଚାରା ବାଣ୍ଟି  ଶିଶୁର ଶୁଭ କାମନା  ସହ ଭିନ୍ନ  ଢଙ୍ଗରେ ପରିବେଶ  ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

{"id":132024}

ପରିବଶେ ସୁରକ୍ଷା ନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭିନ୍ନ ପ୍ରୟାସ। ନବ ଜାତକର ଶୁଭ ମନାସିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା। କ୍ୟାପିଟାଲ ହସ୍ପିଟାଲରେ​ ପ୍ରସୂତି ମହିଳା ଓ୍ବାର୍ଡରେ  ଡିସଚାର୍ଜ  ପ୍ରସୂତି ମହିଳାଙ୍କୁ ଚାରା ବାଣ୍ଟିଛନ୍ତି  ମେଡିକାଲ କର୍ତ୍ତୃପକ୍ଷ ।  କ୍ୟାପିଟାଲ ମେଡିକାଲ ପରିସରରେ ଥିବା ୧୦୦  ଶଯ୍ୟା ବିଶିଷ୍ଟ ମା  ଓ ଶିଶୁ  ଚିକିତ୍ସାଳୟ ପରିସରରେ ​‌​‌ ଦେଖିବାକୁ ମିଳିଥିଲା ଏହି  ନିଆରା ଦୃଶ୍ୟ। ଫୋନି ବାତ୍ୟା ଯୋଗୁ ନଷ୍ଟ ହୋଇଥିବା ଗଛ ଗୁଡିକର ପୁନଃରୁଦ୍ଧାର କରିବା ପାଇଁ  ମେଡିକାଲ କର୍ତ୍ତୃପକ୍ଷ ଏଭଳି ପ୍ରୟାସ କରିଛନ୍ତି ।

{"id":132025}

ଏହି କାର୍ଯ୍ୟକ୍ରମରେ ବିଶେଷ କରି କ୍ୟାପିଟାଲ ​‌ହସ୍ପିଟାଲର ନର୍ସ, ଆଶାକର୍ମୀ, ଡାକ୍ତର ସମସ୍ତେ ସାମଲି ହୋଇଥିଲେ  । ନିଜ  ଛୋଟ ଶିଶୁକୁ  ଯତ୍ନ କଲା ପରି ରାସ୍ତା କଡରେ ଗଛ ଲଗାଇ ପରିବେଶ  ସୁରକ୍ଷାରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଥିଲା । । ବିଶେଷ କରି କ୍ୟାପିଟାଲ ​‌ ହସ୍ପିଟାଲର ଏଭଳି ପ୍ରୟାସକୁ  ବିଭିନ୍ନ ବର୍ଗରୁ ପ୍ରଶଂସା କରାଯାଇଛି।  ପ୍ରସୂତି ମହିଳାଙ୍କୁ ଗଛ ବାଣ୍ଟିବା ସହ ବେଶ୍ ଖୁସିଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାକ୍ତର ।

ଦିନକୁ ଦିନ ହୁ ହୁ ହେଇ ବଢି ଚାଲିଛି ଜନସଂଖ୍ୟା।  ତେବେ ଏହାରି ଭିତରେ କ୍ୟାପିଟାଲ କର୍ତ୍ତୃପକ୍ଷଙ୍କ  ଶିଶୁଟିଏକୁ ଗଛଟିଏ କାର୍ଯ୍ୟକ୍ରମ  ନିଶ୍ଚୟଭାବେ ବେଶ୍ ପ୍ରସଂଶନୀୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.