ଲକ୍ ଡାଉନ୍‌ରୁ ବାଦ ରହିବ SEBI, ଖୋଲା ରହିବେ ପୁଞ୍ଜି ଓ ଋଣ ବଜାର ସେବା ଯୋଗାଉଥିବା ସଂସ୍ଥା

Published By : Prameya-News7 Bureau | March 25, 2020 IST

ମୁମ୍ବାଇ ୨୫।୩ : କରୋନା ମହାମାରୀ ଯୋଗୁ ପ୍ରଧାନମନ୍ତ୍ରୀ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ସାରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି। ବିଳମ୍ବିତ ରାତ୍ରିରୁ ସାରା ଦେଶ ୨୧ ଦିନିଆ ଲକ୍ ଡାଉନ୍‌କୁ ଚାଲିଯାଇଛି। ତେବେ ବଜାର ନିୟାମକ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିଜକୁ ଏଥିରୁ ବାଦ ଦେଇଛନ୍ତି। ଏହି ସମୟରେ ଦେଶରେ ପୁଞ୍ଜି ଓ ଋଣ ବଜାର ସେବା ଯୋଗାଇ ଦେଉଥିବା ସଂସ୍ଥାମାନେ ସ୍ୱଭାବିକ୍ କାର୍ଯ୍ୟ କରିବେ ବୋଲି କହିଛନ୍ତି।

{"id":243890,"width":579,"height":452,"sizeSlug":"large"}

ଲକଡ ଡାଉନରେ ସେବି ଗୃହମନ୍ତ୍ରାଳୟଙ୍କ ଏକ ଆଦେଶର ଉଦାହରଣ ଦେଇଛନ୍ତି । କହିଛନ୍ତି  ଯେ ‘ବାଣିଜ୍ୟ ଓ ଘରୋଇ ପ୍ରତିଷ୍ଠାନମାନେ ବନ୍ଦ ରହିବେ। ତେବେ ସେବିଙ୍କ ଅଧିସୂଚିତ ପୁଞ୍ଜି ଓ ଋଣ ବଜାର ବନ୍ଦୀରୁ ବାଦ ରହିବ ’। ତେବେ ଏହି ସବୁ ସଂସ୍ଥାମାନେ ସର୍ବନିମ୍ନ କର୍ମଚାରୀଙ୍କ ସହ କାର୍ଯ୍ୟ କରିବେ। ତେବେ ଜାଣନ୍ତୁ ଭାରତ ସରକାରଙ୍କ ଲକ୍ ଡାଉନରୁ ବାଦପଡିଛନ୍ତି  କେଉଁସବୁ ସଂସ୍ଥା।

{"id":243891,"width":579,"height":434,"sizeSlug":"large"}

ସରକାରଙ୍କ କରୋନା ଲକ୍ ଡାଉନରୁ ସେୟାର ବଜାର, କ୍ଲିୟରିଂ କର୍ପୋରେସନ, ଡିପୋଜିଟରୀ କଷ୍ଟୋଡିୟନ, ମ୍ୟୁଚୁଆଲ ଫଣ୍ଡ, ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ, ସେୟାର ବ୍ରୋକର, କାରବାରୀ ସଦସ୍ୟ, କ୍ଲିୟରିଂ ସଦସ୍ୟ, ଜମା ଅଂଶଗ୍ରହଣକାରୀ, ରେଜିଷ୍ଟ୍ରାର ଓ ସେୟାର ହସ୍ତାନ୍ତରଣ ଏଜେଣ୍ଟ ବାଦ ରହିବେ। ଏହା ଛଡା କ୍ରେଡିଟ୍ ରେଟିଂ ଏଜେନ୍ସୀ, ଡିବେଞ୍ଚର ଟ୍ରଷ୍ଟି, ବିଦେଶୀ ପୋର୍ଟଫଲିଓ ନିବେଶକ, ପୋର୍ଟଫୋଲିଓ ପ୍ରବନ୍ଧକ, ବିକଳ୍ପ ନିବେଶ ଫଣ୍ଡ, ଇନଭେଷ୍ଟମେଣ୍ଟ ଆଡଭାଇଜର ଓ ପଞ୍ଜିକୃତ ୟୁନିଟ୍ ଚାଲୁ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.