Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କରୋନାରେ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ଅସମର୍ଥ କେନ୍ଦ୍ର, ସୁପ୍ରିମକୋର୍ଟଙ୍କ ନୋଟିସର ଜବାବ ଦାଖଲ କଲେ ସରକାର

20/06/2021 at 4:25 PM

ନୂଆଦିଲ୍ଲୀ ୨୦/ ୦୬ : ଦେଶ​‌ରେ କରୋନା ସଂକ୍ରମଣରେ ମୃତ୍ୟୁବାରଣ କରୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ ୮୭ ହଜାରରୁ ଉର୍ଦ୍ଧ୍ବ । ତେବେ କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । କିନ୍ତୁ ଏଥିରେ ଅସମର୍ଥ ବ୍ୟକ୍ତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ଆଫିବେବିଟ୍‌ରେ କୁହାଯାଇଛି ଯେ, ଏଭଳି କ୍ଷତିପୂରଣ କେବଳ ରାଜ୍ୟମାନଙ୍କ ନିକଟରେ ଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (SDRF) ଦ୍ବାରା ହୋଇଥାଏ ।

ତେବେ ଯଦି ରାଜ୍ୟ ସରକାରମାନଙ୍କୁ କରୋନାରେ ମୃତ୍ୟୁବରଣ କରୁଥିବା ପ୍ରତି ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ​‌ଦେବାକୁ ନିର୍ଦେଶ ଦିଆଯାଏ ତେବେ ତାଙ୍କର ପାଣ୍ଠିରେ ଗଚ୍ଛିତ ଅର୍ଥ ଶେଷ ହୋଇଯିବ । ଏହା ହେଲେ ବାତ୍ୟା, ବନ୍ୟା​‌ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲଢିବା ଅସମ୍ଭବ ହୋଇପଡିବ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଦଲିଲରେ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷରେ ରାଜ୍ୟମାନଙ୍କୁ ୨୨, ୧୮୪ କୋଟି ଟଙ୍କା SDRFକୁ ଦିଆଯାଇଛି । ଏହାର ଏକ ବଡ ଅଂଶ କରୋନା ସହ ଲଢେଇରେ ଖର୍ଚ୍ଚ ହେଉଛି । ଏହା ବ୍ୟତିତ କେନ୍ଦ୍ର ସରକାର ୧.୭୫ କୋଟି ଟଙ୍କାର ଗରିବ କଲ୍ୟାଣ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହା ଦ୍ବାରା ଗରିବ ତଥା ଅସହାୟମାନଙ୍କୁ ମାଗଣା ରାସନ ମିଳିବା ସହିତ ବୃଦ୍ଧ, ଦିବ୍ୟାଙ୍ଗ ଏବଂ ଅସମର୍ଥ ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହା ବାଦ ଦେଶର ୨୨.୧୨ ଲକ୍ଷ ଆଗଧାଡିର ଯୋଦ୍ଧାମାନଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ସୁବିଧା ଭଳି ଯୋଜନା ସାମିଲ ଅଛି ।

ବର୍ତ୍ତମାନ ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କମ ରାଜସ୍ବ ଆସୁଛି । ତେଣୁ ଏହାରି ମଧ୍ୟରେ  କରୋନାରେ ମୃତ୍ୟୁବରଣ କରିଥିବା ପ୍ରାୟ ୩ ଲକ୍ଷ ୮୭ ହଜାର ଲୋକଙ୍କୁ ୪-୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ବହୁତ କଠିନ ହୋଇଯିବ । ଏଥିପାଇଁ ରାଜ୍ୟଗୁଡିକୁ ବାଧ୍ୟ କରାଗଲେ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ପ୍ରଭାବିତ ହେବ ।

ସୂଚନାଯୋଗ୍ୟ, ୨ ଓକିଲ ଗୌରବ କୁମାର ଏବଂ ରୀପକ କଂସଲଙ୍କ ପକ୍ଷରୁ ଏ ନେଇ ଏକ ଯାଚିକା ଦାଖଲ କରାଯାଇଥିଲା । ଗତ ବର୍ଷ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ କହିଥିଲେ । କିନ୍ତୁ ଚଳିତ ବର୍ଷ ମୃତ୍ୟୁ ସଂଖ୍ୟା ଅଧିକ ଥିବାରୁ ଏହା ସମ୍ଭବପର ହେଉନାହିଁ । ସୁପ୍ରିମକୋର୍ଟର ଜଷ୍ଟିସ ଅଶୋକ ଭୂଷଣ ଏବଂ ଏମ୍ ଆର ଶାହାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏ ନେଇ ୨୪ ମେ ରେ ନୋଟିସ ଜାରି କରିଥିଲେ ।

   Related Posts