କରୋନାକୁ ନେଇ ବ୍ରାଜିଲ ରାଷ୍ଟ୍ରପତିଙ୍କ ଅଜବ ବୟାନ, ଜାଣନ୍ତୁ କହିଲେ କ'ଣ?

Published By : Prameya-News7 Bureau | March 28, 2020 IST

ରିଓ ଡି ଜେନରିଓ ୨୮।୩: ସାରା ବିଶ୍ୱରେ କରୋନା ସଂକ୍ରମଣ ଏବେ ଆତଙ୍କ ଖେଳାଇଛି। ଏଥିରୁ ଏବେ ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲ ବି ବାଦ ପଡିନି। ହେଲେ ଦେଶରେ କରୋନା ସଂକ୍ରମଣ ଓ ତତ୍ ଜନିତ ମୃତ୍ୟୁ ସମ୍ପର୍କିତ ସରକାରୀ ରିପୋର୍ଟକୁ ବି ସନ୍ଦେହ କରିଛନ୍ତି ରାଷ୍ଟ୍ରପତି ଜାୟର ବୋଲସୋନାରୋ। ଏହା ତାଙ୍କ ସରକାର ବିରୋଧରେ ରାଜନୈତିକ ଉଦ୍ଦେଷ୍ୟ ପ୍ରଣୋଦିତ ବୋଲି ମଧ୍ୟ କହିବାକୁ ପଛେଇ ନାହାନ୍ତି।

{"id":245534,"sizeSlug":"large"}

ସାଓ ପାଓଲୋ କରୋନା ମୃତ୍ୟୁକୁ ନେଇ କଠୋର ଦକ୍ଷିଣ ପନ୍ଥୀ ନେତା ବୋଲସୋନାରୋ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଗଭର୍ଣ୍ଣରଙ୍କ ଉପରେ ବର୍ଷିଛନ୍ତି। ତେବେ ସଡକ ଦୁର୍ଘଟଣା ଲାଗି କାର କମ୍ପାନୀ ବନ୍ଦ କରିଦେବା ଠିକ୍‌  କି ବୋଲି ଓଲଟି ପ୍ରଶ୍ନ କରିଛନ୍ତି।

{"id":245535,"width":578,"height":409,"sizeSlug":"large"}

ସେ କରୋନା ସଂକ୍ରମଣକୁ ଫ୍ଲୁ ସହ ତୁଳନା କରି ଦେଖୁଛନ୍ତି। କହିଛନ୍ତି ଭୂତାଣୁ ସଂକ୍ରମଣ ହେଲେ କିଛି ଲୋକେ ମରିବେ, ନିଶ୍ଚିତ ମରିବେ। ହେଲେ ଏଥି ଲାଗି ଦେଶକୁ ଘରେ ତାଲା ପକାଇ ରଖିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିବା ଏବେ ବିଶ୍ୱକୁ ଚକିତ କରିଛି। ସାରା ବିଶ୍ୱରେ କରୋନା ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୨୭ ହଜାରରୁ ଊର୍ଦ୍ଧ୍ୱ ମୃତ୍ୟୁ ହୋଇଥିବା ବେଳେ ଏଥିରୁ କେବଳ ଇଟାଲୀର ମୃତ୍ୟୁ ସଂଖ୍ୟା ୯ ହଜାରରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ଶନିବାର ୫ ଲକ୍ଷ ଟପି ଥିବା ବେଳେ କେବଳ ଆମେରିକାରେ ଏପର୍ଯ୍ୟନ୍ତ ୧ଲକ୍ଷ ଲୋକେ ସଂକ୍ରମିତ ହେଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.