Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଦୁଇ ଲକ୍ଷର ସୁଆଁ ତଳେ ୨୫ଲକ୍ଷ ଟଙ୍କାର ଗଞ୍ଜେଇ, ମିନିଟ୍ରକ୍ ଜବତ

27/12/2019 at 1:30 PM

ଲମତାପୁଟ ୨୭।୧୨: ସୁଆଁ ବୋଝେଇ ଗାଡିରୁ ଜବତ ହେଲା ଗଞ୍ଜେଇ । ପ୍ରାୟ ୪ରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖିଛି ମାଛକୁଣ୍ଡ ପୋଲିସ । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ବଡକିଚବ ଗାଁରୁ ଲମତାପୁଟ ଆସୁଥିବା ସୁଆଁ ବୋଝେଇ ପିକଅପ୍ ଭ୍ୟାନକୁ ଅଟକାଇଥିଲା । ଗାଡି ଯାଞ୍ଚ କରିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜାଣିପାରିଥିଲା ପୋଲିସ । ପ୍ରାୟ ୪ରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଛି ।   ଗଞ୍ଜେଇ ବୋଝେଇ ଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ଗଞ୍ଜେଇ ଗାଡିକୁ ଏସକଟ୍ କରି ଆସୁଥିବା ବୁଲେଟ୍ ଗାଡି ଚାଳକକୁ ମଧ୍ୟ  ଅଟକ ରଖିଛି ପୋଲିସ ।  ଅଭିଯୁକ୍ତ ମଟାମପୁଟ ଗ୍ରାମର ବନମାଳୀ ମାଳୀ ଏବଂ ହରି ଚନ୍ଦ୍ର ଖରାକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।

ଏହି ପିକଅପ୍ ଭ୍ୟାନଟିର ମଟାମପୁଟ ଗ୍ରାମର କଣ୍ଟ୍ରାକ୍ଟର ହରିବନ୍ଧୁ ଖରାଙ୍କର ବୋଲି ଜଣାପଡିଛି । ତେଣୁ ବଡ ବଡ କଣ୍ଟ୍ରାକ୍ଟର ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ । ଏହି ଗଞ୍ଜେଇ କେଉଁଠିକୁ ଯାଉଥିଲା  ଏବଂ ଏଥିରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ଗାଡିରେ ପ୍ରାୟ  ୨ଲକ୍ଷ ଟଙ୍କାର ସୁଆଁ ଥିବାବେଳେ ୨୫ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଥିବା ସୂଚନା ଦେଇଛି ପୋଲିସ । 

   Related Posts