କାର୍‌ରୁ ୯୦କେ.ଜି. ଗଞ୍ଜେଇ ଜବତ, ୩ ଜଣ ଅଟକ

Published By : Prameya-News7 Bureau | December 31, 2019 IST

ଲମତାପୁଟ ୩୧।୧୨: ଲମତାପୁଟରୁ ୯୦ କେ.ଜି. ଗଞ୍ଜେଇ ଜବତ ହୋଇଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଲମତାପୁଟ ଫାୟାର ଷ୍ଟେସନ ନିକଟରୁ ଏହି ଗଞ୍ଜେଇ ଜବତ କରିଛି ପୋଲିସ ।

{"id":204881,"sizeSlug":"large"}

ମାଛକୁଣ୍ଡ ଓ ଲମତାପୁଟ ପୋଲିସର ମିଳିତ ପାଟ୍ରୋଲିଂ ବେଳେ ଇଣ୍ଡିଗୋ କାରକୁ ଅଟକାଇଥିଲା ପୋଲିସ । କାର୍ ରୁ ୯୦ କେ.ଜି. ଗଞ୍ଜେଇ ଜବତ କରିଛି ପୋଲିସ ।

{"id":204882,"sizeSlug":"large"}

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟ କେଉଁମାନେ ଏହି ରାକେଟ୍ ରେ ସାମିଲ ଅଛନ୍ତି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.