Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଭାଙ୍ଗର ଉପକାରୀତା : ଏବେ କ୍ୟାନସର ଯନ୍ତ୍ରଣାରୁ ଦେବ ଉପଶମ

17/07/2020 at 1:10 PM

ଜାମ୍ମୁ ୧୭/୭: ନିଶା ପଦାର୍ଥ ଭାବେ ଦୁରୁପଯୋଗ ହେଉଥିବା ଭାଙ୍ଗ ଗଛ କ୍ୟାନସର ରୋଗୀଙ୍କ ଯନ୍ତ୍ରଣାକୁ ଦୂର କରିବାରେ ଲାଭଦାୟକ ସାବ୍ୟସ୍ତ ହୋଇଛି। କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ(ସିଏସଆଇଆର) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଟେଗ୍ରେଟିଭ ମେଡିସନ୍(ଆଇଆଇଆଇଏମ୍) ଭାଙ୍ଗ ଗଛରୁ ଔଷଧ ପ୍ରସ୍ତୁତ କରି ଟ୍ରାୟଲ୍ କରୁଛି। ଏହାକୁ ନେଇ ମୁମ୍ବାଇ ସେଣ୍ଟରରେ କ୍ଲିନିକାଲ୍ ଟ୍ରାୟଲ୍ ଏବଂ ଜାମ୍ମୁ ସେଣ୍ଟରରେ ଔଷଧ ଉପରେ ଗବେଷଣା ଜାରି ରହିଛି। ଏବେ ସୁଦ୍ଧା ଗବେଷଣାରେ ସାମନାକୁ ଆସିଛି ଯେ ଭାଙ୍ଗରୁ ପ୍ରସ୍ତୁତ ଔଷଧ ଅତ୍ୟନ୍ତ ପ୍ରଭାବଶାଳୀ ଯନ୍ତ୍ରଣା ନିରୋଧୀ ହୋଇ ପାରିଛି।

ଆଇଆଇଆଇଏମ୍ ଜାମ୍ମୁ ପଶୁଙ୍କ ଉପରେ ପ୍ରି କ୍ଲିନିକାଲ୍ ଟ୍ରାୟଲ୍ କରିଛି। ପଶୁଙ୍କ ଉପରେ ସଫଳ ପରୀକ୍ଷଣ ପରେ ଏବେ ମନୁଷ୍ୟଙ୍କ ଉପରେ ଏହାର ପ୍ରୟୋଗ କରାଯାଉଛି। ଔଷଧକୁ ଇଞ୍ଜେକସନ,ଟ୍ୟାବଲେଟ୍ ଏବଂ ତେଲ ଭାବେ ଅଣାଯିବ।

କ୍ୟାନସର ପୀଡ଼ିତଙ୍କୁ ଔଷଧରୁ ଆରାମ ମିଳିଛି। ଭାଙ୍ଗ ଗଛର ଆଗ ଅଂଶକୁ ନିଶା ପାଇଁ ବ୍ୟବହାର କରାଯାଇଥାଏ,କିନ୍ତୁ ଗଛର ଅନ୍ୟ ଅଂଶ ରୋଗର ଔଷଧ ଭାବେ କାମ କରିଥାଏ। ଔଷଧ ଭାବେ ବ୍ୟବହାର କରାଯିବାର ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ଔଷଧ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାରଠୁ ମଧ୍ୟ ଅନୁମତି ମିଳିସାରିଛି।

ମୁମ୍ବାଇରେ କ୍ଲିନିକାଲ୍ ଟ୍ରାୟଲ୍ ଚାଲିଛି। ମନୁଷ୍ୟ ଉପରେ ପ୍ରୟୋଗର ଭଲ ଫଳାଫଳ ସାମନାକୁ ଆସିଛି। ଏବେ ଔଷଧକୁ କ୍ଲିନିକାଲ୍ ଟ୍ରାୟଲ୍ ପରେ ବଜାରକୁ ଅଣା ଯିବ। ଏହି କାମ ପାଇଁ ୫-୬ମାସ ସମୟ ଲାଗିପାରେ।

   Related Posts