Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

କଙ୍ଗାରୁ କୋର୍ଟ କେଳେଙ୍କାରୀ : ଚରିତ୍ର ସଂହାର କରି ବିଧବାଙ୍କୁ ଗାଁରୁ ତଡିବାକୁ ଉଦ୍ୟମ, ପୀଡିତା କହିଲେ ସମ୍ପତ୍ତି ହଡ଼ପର ଷଡଯନ୍ତ୍ର

28/10/2020 at 9:03 AM

କଳାହାଣ୍ଡି ୨୮।୧୦: କଳାହାଣ୍ଡିରେ ପୁଣି କଙ୍ଗାରୁ କୋର୍ଟ । ବିଧବା ମହିଳା ସହ ପ୍ରେମିକ ଗାଁକୁ ଭେଟି କରିବାକୁ ଆସିଥିବା ଅଭିଯୋଗରେ ଗାଁ ସ୍କୁଲରେ ବସିଛି କଙ୍ଗାରୁ କୋର୍ଟ । କୋର୍ଟରେ ମହିଳାଙ୍କୁ ଚରିତ୍ରହୀନ ଦର୍ଶାଇ ଗାଁ ଛାଡିବାକୁ ବାଧ୍ୟ କରାଯାଇଛି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳର ଏକ ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଘଟଣା । ବିଦ୍ୟାଳୟ ପରିସରରେ ବସିଛି କଙ୍କାରୁ କୋର୍ଟ । ଗାଁର ଜଣେ ବିଧବା ମହିଳାଙ୍କୁ ସଭା ମଧ୍ୟରେ ପ୍ରେମିକ ସହ ଭେଟ କରୁଥିବା ଅଭିଯୋଗରେ ବସିଛି କଙ୍ଗାରୁ କୋର୍ଟ । ମୋବାଇଲ ଫୋନରେ ବୟାନ କଏଦ ଓ ରେକଡିଂ କରାଯାଉଛି । ଗାଁରେ ଗତ ୧୫ ଘଣ୍ଟା ଧରି ଅଟକ ରଖାଯାଇଥିବା ତଥାକଥିତ ପ୍ରେମିକ ହେଉଛନ୍ତି ପଡୋଶୀ କପୁରମାଲ ଗାଁର ନିଧନ ନାଗ ।

ନିଧନଙ୍କ ବୟାନ ଅନୁଯାୟୀ ଅନ୍ୟ ଜଣେ ସାଙ୍ଗ ସହ ଗାଁକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ସେ ନିକଟସ୍ଥ କେନାଲକୁ ନିଜ ସାଙ୍ଗଙ୍କ ସହ  ଶୌଚ ହେବା ପାଇଁ ଯାଇଥିଲେ । ଠିକ୍‌ ଏହି ସମୟରେ  କେନାଲ ହୁଡାରୁ ଗାଁର କିଛି ଲୋକ ତାଙ୍କୁ ଜୋର ଜବରଦସ୍ତ କାବୁ କରି ନିସ୍ତୁକ ମାଡ ମାରିବା ସହ ଗାଁ କ୍ଲବରେ ରାତି ସାରା ବନ୍ଦକ ରଖିଥିଲେ ।

ବିଧବା ମହିଳାଙ୍କୁ କ୍ଲବ ଘରେ ଆଣି ଗାଁ ଲୋକଙ୍କ ସାମ୍ନାରେ ପ୍ରେମିକ ଓ ପ୍ରେମିକା ଅଭିଯୋଗ କରିଥିଲେ । ବନ୍ଧକ ନିଧନକୁ ପରିବାର ସଦସ୍ୟ ଛଡାଇବାକୁ ଆସିଥିବା ବଳେ ଗ୍ରାମବାସୀ ବସାଇଥିଲେ କଙ୍ଗାରୁ କୋର୍ଟ । କଙ୍କାରୁ କୋର୍ଟରେ ଯୁବକ ବିଧବା ମହିଳାକୁ ଭେଟ ପାଇଁ ଆସିଥିବା ଅଭିଯୋଗ ଆଣି ମହିଳାଙ୍କୁ ଗାଁରୁ ବାସନ୍ଦ ପାଇଁ ରାୟ ଶୁଣାଯାଇଛି । ଯେତେ ବେଳେ କି ଯୁବକ ଓ ବିଧବା ମହିଳା ଉଭୟ ଉଭୟଙ୍କୁ କବେ ଚିହ୍ନି ନ ଥିବା କହୁଛନ୍ତି । ସେମାନଙ୍କୁ କଥା ନଶୁଣି କଙ୍ଗାରୁ କୋର୍ଟ ନିଜର ମନମାନି କରିଛନ୍ତି ।  

ସେପଟେ ବିଧବା ମହିଳା ଏନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦୁଇ ବର୍ଷ ତଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଛି । ସଂପର୍କୀୟ ସମ୍ପତ୍ତି ହଡପ ପାଇଁ ଯୋଜନା ପ୍ରସ୍ତୁତ କରି ତାଙ୍କୁ ଚରିତ୍ରହୀନର ହୀନ ଷଡଯନ୍ତ୍ରର ଶୀକାର କରୁଛନ୍ତି । ଗାଁରେ କଙ୍ଗାରୁ କୋର୍ଟ ବସାଇ ସେମାନେ ଆଇନକୁ ହାତକୁ ନେଇ ଗାଁ ଛାଡିବାକୁ ବାଧ୍ୟ କରିଛନ୍ତି । ତେବେ ଦେଖିବାକୁ ରହିଲା ଜଟପାଟଣା ପୋଲିସ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ।

   Related Posts