ପୁରୀ କେନାଲରେ ଭାସିଗଲେ ଜଣେ ବ୍ୟକ୍ତି, ଗାଧୋଇବା ବେଳେ ଅଘଟଣ , ମିଳିନି ମୃତଦେହ
17/03/2020 at 4:16 PM

ବାଲିପାଟଣା ୧୭।୦୩: ପୁରୀ ମୁଖ୍ୟ କେନାଲ ବାଳକାଟି ଠାରେ ଗାଧୋଇବା ବେଳେ ଜଣେ ଭାସି ଯାଇ ଜଣେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ବାଳକାଟି ଅଞ୍ଚଳର ୫୨ ବର୍ଷୀୟ ନାଲୁ ମୁଦୁଲି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ୧୦ଟା ସମୟରେ ନାଲୁ ବାଳିକାଟି ସ୍ଥିତ ପୁରୀ ମୁଖ୍ୟ କେନାଲ୍କୁ ଗାଧୋଇବାକୁ ଯାଇଥିଲା । କୋନାଲରେ ପ୍ରଖର ଜଳ ସ୍ରୋତ ଥିବାରୁ ବ୍ୟକ୍ତି ଜଣକ ଭାସି ଯାଇଥିବା ସ୍ଥାନୀୟଲୋକ ଅନୁମାନ କରୁଛନ୍ତି । ବାଲିଅନ୍ତା ଦମକଳ ବାହିନୀକୁ ଏନେଇ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି । ତେବେ ବର୍ତ୍ତମାନ ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କୁ କୌଣସି ପତ୍ତା ମିଳିନାହିଁ ବୋଲି ସୂଚନା ମିଳିଛି ।