Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ହାଥରସ୍ ପୀଡିତାଙ୍କୁ ନ୍ୟାୟ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

1/10/2020 at 9:47 PM

ଅନୁଗୋଳ, ୦୧ ।୧୦:  ଅନୁଗୋଳ ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ ପକ୍ଷରୁ ସମୂହ ପ୍ରଦୀପ ପ୍ରଜ୍ଵଳନ ହୋଇଛି। ଅନୁଗୋଳରେ ଗାନ୍ଧୀ ମୂର୍ତ୍ତି ତଳେ ବସି ହାତରସ ଗଣଦୁଷ୍କର୍ମ ପୀଡିତାଙ୍କ ଆତ୍ମାର ସଦଗତି କାମନା ଆଉ ନ୍ୟାୟ  ମିଳୁ ବୋଲି ପ୍ରଦୀପ ପ୍ରଜ୍ଵଳନ କରିଛନ୍ତି ଫୋରସମ ସଦସ୍ୟ ।

ଯେଉଁଠି ସୀତାଙ୍କୁ ସମ୍ମାନ ନାହିଁ ସେଇଠି ରାମ ମନ୍ଦିର ହୋଇ କିଛି ଲାଭ ନାହିଁ ବୋଲି ମଧ୍ୟ ପୋଷ୍ଟର ଧରିଛନ୍ତି। ତାଙ୍କୁ ତୁରନ୍ତ ନ୍ୟାୟ ମିଳୁ ବୋଲି କହି ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମର ସଦସ୍ୟମାନେ କ୍ୟାଣ୍ଡେଲ ରାଲି ମଧ୍ୟ କରିଛନ୍ତି ।

ଉତ୍ତରପ୍ରଦେଶ ହାଥରସ୍ ଯୁବତୀଙ୍କୁ ଗ୍ୟାଙ୍ଗ ରେପ୍‌ ଓ ହତ୍ୟା ମାମଲାରେ ଦେଶ ବ୍ୟାପୀ ବଢିବାରେ ଲାଗିଛି ଅସନ୍ତୋଷ। ଏହି ଘଟଣାକୁ ଦିଲ୍ଲୀର ନିର୍ଭୟା କାଣ୍ଡ ସହ ତୁଳନା କରାଯାଉଥିବା ବେଳେ ଦିଲ୍ଲୀରୁ ୟୁପି, କୋଲକାତାରୁ କେରଳ ସବୁଠି ଅସନ୍ତୋଷର ନିଆଁ ଜଳିଲାଣି । ବଢୁଥିବା ଅଶାନ୍ତିକୁ ନେଇ ୟୁପି ସରକାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିଛନ୍ତି । ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଟିମ୍‌କୁ କୁହାଯାଇଛି। ଫାଷ୍ଟ ଟ୍ରାକ୍ କୋର୍ଟରେ ମାମଲାର ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଅତି ତରବରିଆ ଭାବେ ପରିବାର ଲୋକଙ୍କୁ ମୃତଦେହ ନ ଦେଖାଇ କିମ୍ବା ସେମାନଙ୍କ ଅନୁମତି ନ ନେଇ ରାତି ଅଧରେ ପୋଡିଦେବାକୁ ନେଇ ଉଠିଛି ବିବାଦ ।

ଦିଲ୍ଲୀରୁ ୟୁପି, କୋଲକାତାରୁ କେରଳ । ହାଥରସ୍‌ ଗ୍ୟାଙ୍ଗରେପ୍‌ କେସ୍‌କୁ ନେଇ ଦେଶରେ ଜଳିଲାଣି ଅସନ୍ତୋଷର ବହ୍ନି । ଅଭିଯୁକ୍ତମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଉଠିଛି ଦାବି । ହାଥରାସ୍‌ ଘଟଣାକୁ ନେଇ କଂଗ୍ରେସକର୍ମୀଙ୍କ ଆନ୍ଦୋଳନ। ହାଥରାସ୍‌ ଜିଲ୍ଲାରେ ୧୯ ବର୍ଷୀୟ ଗରିବ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଢିବାରେ ଲାଗିଛି ଅସନ୍ତୋଷ । ଆଉ ଏହି ଅସନ୍ତୋଷ ଏବେ ୟୁପି ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରିଛି ।

   Related Posts