ହାଥରସ୍ ପୀଡିତାଙ୍କୁ ନ୍ୟାୟ ଦାବିରେ ଭଞ୍ଜନଗର ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

Published By : Prameya-News7 Bureau | October 09, 2020 IST

ଭଞ୍ଜନଗର,୦୯|୧୦: ଦେଶରେ ବଢୁଥିବା ଅହେତୁକ ନାରୀ ନିର୍ଯାତନା ଓ ନିକଟରେ ଉତ୍ତରପ୍ରଦେଶ ହାଥରସର ଘଟିଥିବା ଗଣଦୁଷ୍କର୍ମ ହତ୍ୟାକୁ ପ୍ରତିବାଦ କରିଛି ଭଞ୍ଜନଗର ଯୁବ କଂଗ୍ରେସ ।  ହାଥରସରେ ପୋଲିସ ଦ୍ୱାରା ରାତିଅଧିଆ ପ୍ରମାଣ ନଷ୍ଟ କରିବାକୁ ଯେଉଁଭଳି ଭାବରେ ମୃତଦେହକୁ  ପୋଡି ଦିଆଗଲା ତାକୁ ମଧ୍ୟ ଦଳ ବିରୋଧ କରିଛି । ଏହାସହ ପୀଡିତାକୁ ନ୍ୟାୟ ଦାବିରେ ଦଳ ପକ୍ଷରୁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଆୟୋଜିତ ହୋଇଛି ।

{"id":341298,"sizeSlug":"large"}

ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଯୁବ କଂଗ୍ରେସ ପକ୍ଷରୁ ପୀଡିତାଙ୍କୁ ନ୍ୟାୟ ଦାବିରେ ଏକ କ୍ୟାଣ୍ଡାଲ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଛି I ଉତ୍କଳମଣିଙ୍କ ଜନ୍ମ ଦିବସରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାପ୍ରଣ କରି କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହି ଶୋଭାଯାତ୍ରା ସ୍ଥାନୀୟ ବସ୍ ଷ୍ଟାଣ୍ଡଠାରୁ ଖାଲାସାହି ପ୍ରର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଶୋଭାଯାତ୍ରାରେ ଯୁବ କଂଗ୍ରେସର ଅନେକ କର୍ମକର୍ତ୍ତା ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.