Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆଶା ଆଶଙ୍କାରେ ଆଶାୟୀ : ଟିକେଟ ପାଇବା ପାଇଁ ନବୀନ ନିବାସରେ ଲବି

12/03/2019 at 11:20 AM

ଭୁବନେଶ୍ୱର ୧୨/୩ : କାହାକୁ ଟିକେଟ ମିଳିବ, କିଏ ତାଲିକାରୁ କଟିବ, କିଏ ତାଲିକାରେ ରହିବ ସେନେଇ ଚାଲିଛି ଅଙ୍କ କଷା | ଏଥର କେଉଁ କେଉଁ ନୂଆ ମୁହଁ ଉଭା ହେବ | ଟିକେଟ ବାଣ୍ଟିବା ନେଇ ବିଜେଡି ଶିବିରରେ ଅଙ୍କ କଷା ଚାଲିଥିବାବେଳେ ଟିକେଟ ପାଇବା ନେଇ ଆଶା ରଖିଛନ୍ତି ଅନେକ ନେତା | ଟିକେଟ ପାଇଁ ନବୀନ ନିବାସରେ ନେତାଙ୍କ ଭିଡ ଆରମ୍ଭ ହୋଇଗଲାଣି | ସାଂସଦ ହେବ ପାଇଁ ମନ ବଳାଇଛନ୍ତି ଅନେକ ବରିଷ୍ଠ ନେତା | କିଛି ବରିଷ୍ଠ ନେତା ନିଜ ଟିକେଟ ପକ୍କା କରିବା ପାଇଁ ବିଜେଡି ସୁପ୍ରିମୋଙ୍କ ପାଖରେ ଲବି ମଧ୍ୟ କରିଛନ୍ତି | ସଂସଦକୁ ୩୩ ପ୍ରତିଶତ ମହିଳା ପଠାଇବା ନିଷ୍ପତ୍ତି ପରେ ଆଶାୟୀ ନେତ୍ରୀ ମଧ୍ୟ ନବୀନ ନିବାସରେ ପହଂଚିଛନ୍ତି |

ଏପଟେ ଆଉ କିଛି ନେତା କହିଛନ୍ତି, ଲୋକସଭା ହେଉ କି ବିଧାନସଭା, ଯେଉଁ ଟିକେଟ ମିଳିଲେ ଲଢ଼ିବେ | ସୁପ୍ରିମୋଙ୍କ ଆଗରେ ନିଜ ୫ ବର୍ଷର ସଫଳତାର ହିସାବ ଦେଇଛନ୍ତି ନେତା | ଅପରପକ୍ଷରେ ଆଉ କିଛି ନେତା ଲୋକପ୍ରିୟତା ଏବଂ ନିଶ୍ଚିତ ବିଜୟୀ ହେବାର ଦୃଢ଼ତା ଦେଖାଇ ଟିକେଟ ପାଇବାକୁ ଲବି କରିଛନ୍ତି | ପ୍ରଥମଥର ପାଇଁ ସଂସଦ ଯିବା ପାଇଁ ମନ ବଳାଇଛନ୍ତି କିଛି ମହିଳା ନେତ୍ରୀ |

ଗତକାଲି ନବୀନ ସ୍ପଷ୍ଟ କରିଥିଲେ ଖୁବ ଶୀଘ୍ର ତାଲିକା ପ୍ରକାଶ ପାଇବ | ଗତକାଲି ୪ଜଣ ସାଂସଦ ନବୀନଙ୍କୁ ସାକ୍ଷାତ କରିଥିଲେ | ବୌଦ୍ଧ କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଧାୟିକା ଭାବେ ଲଢ଼ିବାକୁ ଚାହୁଁଛନ୍ତି | କିନ୍ତୁ ଏବେ ଯାଏଁ ତାଙ୍କ ଟିକେଟ ସ୍ପଷ୍ଟ ହୋଇନାହିଁ | ରିତା ତରାଇ, ଅର୍କ କେଶରୀ ଦେଓଙ୍କୁ ଟିକେଟ ମିଳିବ ନେଇ ସନ୍ଦେହ ରହିଛି |

   Related Posts