ଫୋକସ୍‌ରେ ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳି : ଆଜି ସବୁଦଳର ପ୍ରାର୍ଥୀ କଲେ ନାମାଙ୍କନ, ଏବେ ହେବ ଅସଲ ଖେଳ

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪ : ଆଜି ୩ୟ ପର୍ଯ୍ୟାୟ ନାମାଙ୍କନର ଶେଷଦିନରେ ବିଜେଡି ଚମ୍ପୁଆ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେପଟେ କିନ୍ତୁ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଗୋଟିଏ କଥା ଅନେକ କିନ୍ତୁ ସୃଷ୍ଟି କରିଛି।  କେଉଁଝର ଲୋକସଭା ସହିତ ଚମ୍ପୁଆରେ ବି ସନାଙ୍କ ସମର୍ଥିତ ପ୍ରାର୍ଥୀ ବିଜେଡି ଚିହ୍ନରେ ଲଢ଼ିବାକୁ ଯାଉଛନ୍ତି ।  ଏମିତି ବି ସନା ବିଜେଡିରେ ମିଶିବେ ବୋଲି ଚର୍ଚା ହେଉଥିଲା, କିନ୍ତୁ ସେ ତା ନକରି ବିଜେଡି ସହ ବୁଝାମଣାରେ ରହିଲେ ।

{"id":100212}

ସନା ମହାକୁଡ଼ ମିଶିଲେନି ବିଜେଡିରେ । କିନ୍ତୁ ନିଜର ଦୁଇଜଣ ସମର୍ଥକଙ୍କ ପାଇଁ ଶଙ୍ଖ ଟିକେଟ ନେଲେ ସନା ।   କେଉଁଝର ଜିଲ୍ଲାର ଏହି ଚର୍ଚିତ ନେତାଙ୍କ ସହ ବିଜେଡିର ବିଗ୍ ଡିଲ୍ ପଛରେ କଣ ରହସ୍ୟ ତାହାତ ଜଣା ପଡିଲାନି । କିନ୍ତୁ କେଉଁଝର ଲୋକସଭା ଆସନରୁ ସନାଙ୍କ ପ୍ରାର୍ଥି ଚନ୍ଦ୍ରାଣୀ ମୁର୍ମୁ ଓ ଚମ୍ପୁଆ ଆସନରୁ ମିନାକ୍ଷୀ ମହାନ୍ତଙ୍କୁ ଟିକେଟ ଦେଇ ବିଜେଡି ଓିନିଙ୍ଗ ଫର୍ମୁଲା ବାହାର କରିଛି ବୋଲି ଚର୍ଚା ।

{"id":100213}

ଶେଷ ମୁହୁର୍ତରେ ଯେଭଳି ଚମ୍ପୁଆ ଆସନ ପାଇଁ ଟିକେଟ ଘୋଷଣା ହେଲା ଏବଂ କୁଶ ଆପଟଙ୍କ ନାଁ ପଛକୁ ହଟିଲା ସେଥିରୁ ସ୍ପଷ୍ଟ ଯେ ସନା ନିଜେ ଶଙ୍ଖ ନଫୁଙ୍କିଲେ ବି ବୁଲେଇ ବଙ୍କେଇ ବିଜେଡି ସହ ରହିଲେ । ସେଇଥିପାଇଁ ବୋଧହୁଏ ନିଜେ ଦଳ ଗଢିଥିବା ଜନସମୃଦ୍ଧ ପାର୍ଟିକୁ କିଛିଦିନ ତଳେ ସନା ଭାଙ୍ଗି ଦେଇଥିଲେ । ନିଜ ଦଳକୁ ନିଜେ କାହିଁକି ସନା ଭାଙ୍ଗିଥିଲେ ତାକୁ ନେଇ ସେତେବେଳେ ବହୁକଥା ଉଠିଥିଲା । ଏବେ ଜଣା ପଡିଲା ସନା ବିଜେଡି ମୁହାଁ ହେବାପାଇଁ ବୋଧେ ନିଷ୍ପତ୍ତି ନେଇଥିଲେ ।

{"id":100214}

ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଓଡିଶାରେ ଏକ ହାଇ-ପ୍ରୋଫାଇଲ ନିର୍ବାଚନ ମଣ୍ଡଳୀ ଭାବେ ଜଣାଶୁଣା । ଏଇଥିପାଇଁ ଯେ ଏଠି ବଡ ନେତା ଲଢନ୍ତି ତାହା ନୁହେଁ । କିନ୍ତୁ ଅର୍ଥ ବଳଥିବା ନେତା ହିଁ ଏଠି ନିର୍ବାଚନକୁ ବେଶ୍ ସରଗରମ କରନ୍ତି । ଚମ୍ପୁଆ ଆସନରୁ ସନା ମହାକୁଡ଼, କୁଶ ଆପଟ, ମୁରଲି ଶର୍ମା ଏବଂ ଜିତୁ ପଟନାୟକଙ୍କ ଭଳି ନେତା ଯେତେବେଳେ ନିର୍ବାଚନ ମୈଦାନକୁ ଓହ୍ଲାନ୍ତି ସାରା ରାଜ୍ୟର ନଜର ଏଠି ରହିଥାଏ ।

{"id":100215}

ଏଥର କିନ୍ତୁ ବିଜେପିର ମୁରଲି ଶର୍ମାଙ୍କୁ ବାଦ୍ ଦେଲେ ବାକି ତିନି କୋଟିପତି ନେତା ନିର୍ବାଚନକୁ ଓହ୍ଳାଇ ନାହାଁନ୍ତି । ହେଲେ ପଛଦ୍ବାରରେ ଏମାନଙ୍କ ଅର୍ଥ ଯେ ବଡ ଖେଳ କରିବ ସେ ଆଭାସ ମିଳିଛି ।  ଆଜି ୩ ଦଳର ପ୍ରାର୍ଥି ସେମାନଙ୍କ ନାମାଙ୍କନ ଭରିଛନ୍ତି । ବାକିରହିଲା କ୍ୟାମ୍ପେନ ଖେଳ କେବେ ଆରମ୍ଭ ହେବ ।

{"id":100216}

କୁହାଯାଉଥିଲା ଚମ୍ପୁଆରୁ କୁଶ ଆପଟଙ୍କୁ ବିଜେଡି ପ୍ରାର୍ଥି କରିବ,  କିନ୍ତୁ ସନା ମହାକୁଢ ଭାରି ପଡିଗଲେ । କୁଶ ବିଜେପି ଯିବା କଥା ଚର୍ଚାହେଲା । ହେଲେ ମୁରଲି ଶର୍ମା ବିଜେପିରୁ ଟିକେଟ ନେଇଯିବା ପରେ କୁଶଙ୍କୁ ନିରାଶ ହେବାକୁ ପଡିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.