Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଆନନ୍ଦପୁର ଓ ଘସିପୁରା ବିଧାନସଭା ପାଇଁ ପ୍ରାର୍ଥୀ କଲେ ନାମାଙ୍କନ

4/04/2019 at 4:21 PM

ଆନନ୍ଦପୁର ୪|୪: ତୃତୀୟ ପର୍ଯ୍ୟାୟ ନିର୍ବ।ଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଅନ୍ତିମ ଦିନରେ ଆନନ୍ଦପୁରର ରାଜନୈତିକ ମାହୋଲ ବେଶ୍ ସରଗରମ ହୋଇଛି। ଉଭୟ ଆନନ୍ଦପୁର ଓ ଘସିପୁରା ବିଧାନସଭା ସିଟ୍ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିବାବେଳେ ଆନନ୍ଦପୁର ସଂରକ୍ଷିତ ଆସନରୁ ବିଜେପି ଦଳର ପ୍ରାର୍ଥୀ ଆଲୋକ ସେଠୀ ନିଜ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେପଟେ ଘସିପୁରା ବିଧାନସଭା ଆସନ ପାଇଁ ବିଜେପି ଦଳର ପ୍ରାର୍ଥୀ ପୃଥତ୍ରାଜ କୁଅଁର ନିଜ ସମର୍ଥକ ଓ ଦଳୀୟ କର୍ମୀଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପିର ଉଭୟ ପୃଥତ୍ରାଜ ଓ ଆଲୋକ ଏକ ସଙ୍ଗରେ ନିଜ ନିଜ ସମର୍ଥକ ଓ କର୍ମୀଙ୍କ ଗହଣରେ ଆନନ୍ଦପୁର ବ୍ରିଜଛକ ଠାରୁ ବାହାରି ଆନନ୍ଦପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଂଚି ଗୋଟିଏ ସେଟ୍ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଏମାନଙ୍କ ସହ ବିଜେପି ରାଷ୍ଟ୍ରୀୟ କିଶାନ ମୋର୍ଚ୍ଚା ଉପସଭାପତି ମହେଶ୍ବର ସାହୁ, କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ ଓ ଜିଲାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ମୋଦିଙ୍କ କାର୍ଯ୍ୟଧାରା ଓ ବିଚାରଧାରାକୁ ମୁଦ୍ଦା କରି ଆଗାମୀ ନିର୍ବାଚନ ବୈତରଣୀ ପାର ହେବେବୋଲି ବିଜେପି ପ୍ରାର୍ଥୀ ଆଲୋକ ସେଠୀ କହିଛନ୍ତି ଜିଲ୍ଲାରେ ଖଣି ଖାଦାନ ଲୁଟ୍ କରିଥିବା  ନିରଞ୍ଜନ ପଟ୍ଟନାୟକଙ୍କ ୨୦ ବର୍ଷର କୁଶାସନ  ଓ ବଦ୍ରି ପାତ୍ରଙ୍କ ଅପାରଗତା ଓ ଗୁଣ୍ଡାଗର୍ଦ୍ଦିରେ ଲୋକେ ଅତିଷ୍ଠ ହୋଇ ଘସିପୁରା ନିର୍ବ।ଚନମଣ୍ଡଳୀରେ ବିଜେପିକୁ ଭୋଟ୍ ଦେବେ ବୋଲି ଘସିପୁରା ବିଜେପି ପ୍ରାର୍ଥୀ ପୃଥତ୍ରାଜ କହିଛନ୍ତି।

ଅନ୍ୟପଟେ ଆନନ୍ଦପୁର ବିଧାନସଭାରୁ ବିଜେପି ଟିକେଟ୍ ଛାଡି ବିଜେଡି ଟିକେଟ୍ ପାଇଥିବା ଭାଗିରଥୀ ସେଠୀଙ୍କ ହାଇଭୋଲଟେଜ୍ ରାଲି ଆଜି ଦେଖିବାକୁ ମିଳିଛି। ଭାଗିରଥୀ ନାମାଙ୍କନ ପତ୍ର ଦାଖଲ ପାଇଁ ଆଜି ଫକୀରପୁରସ୍ଥିତ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନନ୍ଦପୁର, ହାଟଡିହୀ ବ୍ଲକ ଓ ଆନନ୍ଦପୁର ପୌର ପରିଷଦ ଅଂଚଳରୁ ହଜାର ହଜାର ସଂଖ୍ୟକ କର୍ମୀ ଓ ସମର୍ଥକଙ୍କ ଭିଡ ଲାଗିରହିଥିଲା। ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ କର୍ମୀ ଓ ସମର୍ଥକଙ୍କ ଗହଣରେ ଭାଗିରଥୀ ନିଜ କାର୍ଯ୍ୟାଳୟରୁ ବାହାରି ଏକ ଶୋଭାଯାତ୍ରାରେ ଆନନ୍ଦପୁର ବଡଦାଣ୍ଡରେ ଶ୍ରୀ ଦଧିବାମନ ଜୀଊଙ୍କ ଦର୍ଶନ କରି ଆନନ୍ଦପୁର ଉପଜିଲ୍ଲାପାଳ ତଥା ନିର୍ବ।ଚନ ଅଧିକାରୀଙ୍କ ନିକଟରେ ପହଂଚି ଦୁଇ ସେଟ୍ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଏଥର ଆନନ୍ଦପୁର ନିର୍ବ।ଚନମଣ୍ଡଳୀ  ଭୋଟର ପୁଣି ଥରେ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରିବେ ବୋଲି ଭାଗିରଥୀ  ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। 

   Related Posts