Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ନିର୍ବାଚନ ପ୍ରଚାରରେ ବ୍ୟସ୍ତ ପ୍ରାର୍ଥୀ ଦେଇପାରୁ ନାହାନ୍ତି ପରିବାରକୁ ସମୟ, ଏପଟେ ପ୍ରାର୍ଥୀଙ୍କ ପରିବାରର ମହିଳା ସଦସ୍ୟ ବି ପ୍ରଚାରରେ

11/04/2019 at 3:14 PM

କଟକ୧୧|୪: ନିର୍ବାଚନ ପ୍ରଚାର ସରଗରମ ହେବା ସାଙ୍ଗକୁ ନେତାଙ୍କ ପରିବାର ସଦସ୍ୟ ମାନେ ବି ପଦାକୁ ଗୋଡ କାଢିଲେଣି ପ୍ରଚାର ପାଇଁ..ଖାସ୍ କରି ନେତା ମାନଙ୍କ ପରିବାରର ମହିଳା ସଦସ୍ୟ ମାନେ ପ୍ରଚାର ବେଳେ ପ୍ରାର୍ଥୀ ମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲୁଛନ୍ତି…ତେବେ କେଉଁଠି ପ୍ରଚାର ବ୍ୟସ୍ତତା ଯୋଗୁଁ ପ୍ରାର୍ଥୀ ପରିବାରକୁ ଏତେ ସମୟ ଦେଇ ପାରୁନଥିବା ଅଭିଯୋଗ ହେଉଛି ତ ଆଉ କେଉଁଠି ପ୍ରାର୍ଥୀଙ୍କ ପରିବାରର ମହିଳା ସଦସ୍ୟ କହୁଛନ୍ତି ଏତେ ବ୍ୟସ୍ତତା ଭିତରେ ବି ପ୍ରାର୍ଥୀ ସମୟ ଦେଉଛନ୍ତି ପରିବାରକୁ…

ସରଗରମ ହେଲାଣି ନିର୍ବାଚନ ପ୍ରଚାର । ଖାସ୍ କରି କଟକରେ ନିର୍ବାଚନ ପ୍ରଚାର ମାହୋଲ୍ ବେଶ୍ ଜମିଲାଣି । ପ୍ରାର୍ଥୀମାନେ ପ୍ରଚାରରେ ବେଶ୍ ବ୍ୟସ୍ତ । ପଛରେ ପଡିଗଲାଣି ପରିବାର । କାରଣ ନେତାଙ୍କ ପାଖରେ ଏବେ ପରିବାର ପାଇଁ ସମୟ ନାହିଁ । ଏମିତିରେ କଟକରେ କିଛି ନେତାଙ୍କ ପରିବାର ସଦସ୍ୟଙ୍କ ଭୂମିକା କଅଣ ରହୁଛି ତାହା ଜାଣିବା ପାଇଁ ଚେଷ୍ଟା କରିଥିଲା ନ୍ୟୁଜ୍ ସେଭେନ୍ ଟିମ୍. ।

ବାରବାଟୀ-କଟକ ଆସନରେ ଅନ୍ୟତମ ପ୍ରମୂଖ ପ୍ରତିଦ୍ବନ୍ଦ୍ବୀ ହେଲେ କଂଗ୍ରେସ ର ମହମ୍ମଦ୍ ମୋକ୍କିମ୍। ମୋକ୍କିମ୍ ଙ୍କ ପରିବାର ସଦସ୍ୟ ମାନେ କାନ୍ଧକୁ କାନ୍ଧ ମିଳାଇ ତାଙ୍କ ସହିତ ପ୍ରଚାରରେ ଅଛନ୍ତ . ତେବେ ସବୁ ସଦସ୍ୟ ପ୍ରଚାରକୁ ଆସିପାରୁନଥିବା ବେଳେ, ମୋକ୍କିମ୍ ଙ୍କ ଝିଅ କିନ୍ତୁ ପ୍ରାର୍ଥିପତ୍ର ଦାଖଲଠୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ଅଧିକାଂଶ ସମୟରେ ମୋକ୍କିମ୍ ଙ୍କ ସହ ଅଛନ୍ତି।  ତେବେ ମୋକ୍କିମ୍ ଙ୍କ ଝିଅଙ୍କ କିହିବା ଅନୁସାରେ ପ୍ରଚାର ମାହୋଲ୍ ଭିତରେ ବି ମୋକ୍କିମ୍ ପରିବାରକୁ ସମୟ ଦିଅନ୍ତି ।

ସେପଟେ ସାଲେପୁର ବିଜେପି ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ପତ୍ନୀ ବି ନିର୍ବାଚନ ପ୍ରଚାରରେ ପ୍ରକାଶଙ୍କ ସହ ଛାଇ ଭଳି ଅଛନ୍ତି । ପ୍ରକାଶଙ୍କ ବିଜୟ ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ତାଙ୍କ ପତ୍ନୀ । ନାମାଙ୍କନପତ୍ର ଦାଖଲ ସମୟରେ ହେଉ ଅବା ପାର୍ଟି ଅଫିସ୍ କିମ୍ବା ଘରେ ନିର୍ବାଚନ କାମ ତୁଲାଇବା କଥା ହେଉ, ସବୁଥିରେ ପ୍ରକାଶଙ୍କ ସ୍ତ୍ରୀ ତାଙ୍କୁ ସହାୟତା କରୁଥିବା କଥା କହନ୍ତି…

କୁହାଯାଏ ସବୁ ସଫଳ ପୁରୁଷଙ୍କ ପଛରେ ଜଣେ ଜଣେ ମହିଳାଙ୍କ ହାତ ଥାଏ । ତେବେ ପ୍ରକାଶ ବେହେରା ଓ ମହମ୍ମଦ୍ ମୋକ୍କିମ୍ ଙ୍କ କ୍ଷେତ୍ରରେ ଏହା କେତେ ଦୁର ଯଥାର୍ଥ ହେଉଛି ତାହା ଜାଣିବାକୁ ମେ ୨୩ ତାରିଖ ପର୍ଯ୍ୟନ୍ତ  ଅପେକ୍ଷା କରିବାକୁ ପଡିବ ।

   Related Posts