ଉଷ୍ମ ହେଉଛି ପାରାଦୀପ ରାଜନୀତି, ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ଅର୍ଦ୍ଧାଙ୍ଗିନୀ

Published By : Prameya-News7 Bureau | April 19, 2019 IST

ପାରାଦୀପ, ୧୯।୪: ଯେତିକି ପାଖଉଛି ନିର୍ବାଚନ ସେତିକି ଉଷ୍ମ ହେଉଛି ରାଜନୀତି ।ନିର୍ବାଚନ ଜିତିବାକୁ କେବଳ ଦଳ କି ପ୍ରାର୍ଥୀ ନୁହନ୍ତି ଏବେ ଅଣ୍ଟା ଭିଡିଛନ୍ତି ପ୍ରାର୍ଥୀଙ୍କ ପତ୍ନୀମାନେ। ପାରାଦୀପରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ଗ୍ରାଉଣ୍ଡ ଜିରୋରେ ଏବେ ପ୍ରଚାର ଚଳାଇଛନ୍ତି ସେମାନଙ୍କ ସହଧର୍ମିଣୀ। ଯାହା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।

{"id":105010,"width":571,"height":428}

ପାରାଦୀପ ବିଧାନସଭା ଆସନରୁ ଶାସକ ବିଜେଡି ଦଳ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ।  ପୂର୍ବତନ ବିଜେଡି ନେତା ତଥା ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତଙ୍କ ପୁଅ ହେଉଛନ୍ତି ସମ୍ବିତ । ପୂର୍ବରୁ ଏଠାରେ ବିଜେଡି ଦାମଙ୍କୁ ପ୍ରାର୍ଥୀ କରୁଥିଲା। ତେବେ ପ୍ରଥମଥର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରୁଥିବା ସମ୍ବିତଙ୍କ ପାଇଁ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି ।

{"id":105011,"width":576,"height":432}

କେବଳ ସମ୍ବିତ ନୁହଁନ୍ତି ତାଙ୍କ  ବିପକ୍ଷରେ ପ୍ରତିଦ୍ବନ୍ଦ୍ବୀତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲଙ୍କ ପାଇଁ ତାଙ୍କ ପତ୍ନୀ ମୁନିଦୀପା ସାର୍ଖେଲ ଓ   ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କ ପାଇଁ ତାଙ୍କ ପତ୍ନୀ ସୁଚିତ୍ରା ସ୍ବାଇଁ ମଧ୍ୟ ପ୍ରଚାର କରୁଛନ୍ତି ।  ଗାଁ ଗାଁରେ ସଭା ଓ ରୋଡ ସୋ କରି ଗୀତାଞ୍ଜଳି ନବୀନ ସରକାରଙ୍କ ୧୯ ବର୍ଷର ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧୀ ନାରା ଦେଇ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତି ଭୋଟରଙ୍କୁ ଆକୃଷ୍ଠ କରିବାକୁ ଭରପୁର ଉଦ୍ୟମ କରୁଛନ୍ତି ମୁନିଦୀପା।

{"id":105012,"width":575,"height":431}

ତେବେ ପ୍ରଚାରରେ ପଛରେ ନାହାନ୍ତି ବିଜେପି ପ୍ରାର୍ଥୀ  ସମ୍ପଦ ସ୍ବାଇଁ । ସମ୍ପଦଙ୍କ ପାଇଁ ତାଙ୍କ ପତ୍ନୀ ସୁଚିତ୍ରା ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ସ୍ବଚ୍ଛ ଶାସନ ଓ ପାରାଦ୍ବୀପ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ବିପକ୍ଷଙ୍କ ବିରୋଧରେ ପ୍ରସଙ୍ଗ କରିଛନ୍ତି ସୁଚିତ୍ରା। ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ପାରାଦୀପ ନିର୍ବାଚନମଣ୍ଡଳି ପାଇଁ ମତଦାନ ହେବ ।ତେବେ ପ୍ରାର୍ଥୀଙ୍କ ପତ୍ନୀମାନଙ୍କ ହାଇଭୋଲ୍ଟେଜ ପ୍ରଚାର ଏଠାରେ ଏବେ ତ୍ରିମୁଖୀ ଲଢେଇର ସୂଚନା ଦେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.