ଟିକେଟ କସରତ : ନିବୀନ ନିବାସରେ ପଇଁତରା ମାରୁଛନ୍ତି ବ୍ୟାକୁଳ ଆଶାୟୀ, ଦିଲ୍ଲୀରେ ଚାଲିଛି କଂଗ୍ରେସର ମାନସମନ୍ଥନ

Published By : Prameya-News7 Bureau | March 11, 2019 IST

ଭୁବନେଶ୍ୱର ୧୧/୩ : ନିର୍ବାଚନ କମିଶନ ବିଗୁଲ ଫୁଙ୍କିବା ପରେ ଏବେ ଟି​‌କେଟ ଆଶାୟୀଙ୍କ ବ୍ୟାକୁତଳା ବଢିଯାଇଛି । ନବୀନ ନିବାସରୁ ପାର୍ଟି ଅଫିସ, ହାତରେ ପ୍ରୋଫାଇଲ ଧରି ପଇଁତରା ମାରୁଛନ୍ତି ବିଜେଡି ନେତା । ଠିକଣା ସମୟରେ ଟିକେଟ ଘୋଷଣା​‌ କରାଯିବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି । ତେଣେ ଟିକେଟ୍ ଚୂଡାନ୍ତ ପାଇଁ କଂଗ୍ରେସର ଦିଲ୍ଲୀରେ ଚାଲିଛି ମାନସମନ୍ଥନ । ପାର୍ଲାମେଣ୍ଟାରୀ ବୋର୍ଡ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ବିଜେପିର ଟିକେଟ୍ ଆଶାୟୀ । ..

ନିର୍ବାଚନ ବିଗୁଲ ବାଜିବା ପରେ ଟି​‌କେଟ କସରତ ଜୋରଧରିଲାଣି । ବିଜେଡି ଟିକେଟ୍ ପାଇଁ ନିବୀନ ନିବାସରେ ନସରପସର ହେଲେଣି ଆଶାୟୀଙ୍କ । ହାତରେ ପ୍ରୋଫାଇଲ ଧରି ପାର୍ଟି ଅଫିସ ଏବଂ ନିବୀନ ନିବାସ​‌ରେ ପଇତରା ମାରିଲେଣି । ଏପ୍ରିଲ ୧୧ରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟ । ମାର୍ଚ୍ଚ ୧୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୨୫​‌ରେ ପ୍ରଥମ ପର୍ଯ୍ୟୟ ପାଇଁ ନମାଙ୍କନ ପତ୍ର ଦାଖଲ ଶେଷ ହେବ । ବିଜେଡି ସୁପ୍ରିମୋଙ୍କ କହିବା କଥା ହେଲା ଠିକଣା ସମୟରେ ଟିକେଟ୍ ଘୋଷଣା କରାଯିବ ।

ଟିକେଟ ମାମଲା​‌ରେ ଗୋଟିଏ ପାଦ ଆଗ​‌ରେ ଥିବା କଂଗ୍ରେସ ଦିଲ୍ଲୀରେ ଟିକେଟ ଚୂଡାନ୍ତ କରିବାକୁ ଚଳାଇଛି ମାନସ ମନ୍ଥନ । ପିଇସିରୁ ଦିଆଯାଇଥିବା ସମ୍ଭାବ୍ୟ ତାଲିକାକୁ ଉପରେ ବସିଛି  ସ୍କ୍ରିନିଂ କମିଟ ବୈଠକ । ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି, ଏବଂ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ । ଏପଟେ ବିଜେପି କହିଛି ଟିକେଟ ପାଇଁ ପ୍ରାୟ କାର୍ଯ୍ୟ ​‌ଶେଷ ହୋଇଛି । ଖୁବ ଶୀଘ୍ର ପାର୍ଲାମେଣ୍ଟାରୀ ବୋର୍ଡ ନିଷ୍ପତି ନେବ ।

ଟିକେଟ ପାଇଁ ତିନି ଦଳରେ ଆଶାୟୀ  ଏବେ ଜୋରଦାର ଲବି ଚଳାଇଛନ୍ତି । ନିର୍ବାଚାନ ତାରିଖ ଘୋଷଣା ପରେ ଆଶାୟୀଙ୍କ ବ୍ୟାକୁଳତା ବଢିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.