ଉଦଳା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳର ଜୋରଦାର କ୍ୟାମ୍ପେନିଂ

Published By : Prameya-News7 Bureau | April 16, 2019 IST

ଉଦଳା ୧୬|୪: ଉଦଳା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର କ୍ୟାମ୍ପେନିଂରେ ମାତିଛନ୍ତି । ଉଦଳାରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବ । ତେବେ ଏଠାରେ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଇଛି । କାରଣ ବିଜେଡି ଓ ବିଜେପିର ଦୁଇ ବିଧାୟକ ପ୍ରାର୍ଥୀ ପୂର୍ବରୁ ବିଧାୟକ ରହି ସାରିଛନ୍ତି । ଏବେ ଶକ୍ତି ପରୀକ୍ଷାର ବେଳ । ବୁଥ୍ ସ୍ତରରେ କିଭଳି ଦଳର ସାଙ୍ଗଠନିକ ବିକାଶ ହେବ ଏବଂ କିପରି ନିଜ ଦଳର ପତିଆରା ବିସ୍ତାର କରିବେ ତାକୁ ନେଇ ଚାଲିଛି ପ୍ରସ୍ତୁତି । ବିଜେପିର ଭାସ୍କର ମଢେଇ ବିଭିନ୍ନ ପଂଚାୟତରେ କର୍ମୀମାନଙ୍କୁ ନେଇ ବୈଠକ କରିବା ସହ ମିଶ୍ରଣ ପର୍ବକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ଅନ୍ୟପଟେ ବିଜେଡିର ଶ୍ରୀନାଥ ସୋରେନ୍ ଦଳର ଯୁବ ବାହିନୀ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ବିଭିନ୍ନ ସ୍ଥାନରେ ବୈଠକ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.