ଆସ୍କାରେ ଚାଲିଛି ଜୋରଦାର ପ୍ରଚାର : ରାଲି, ସୋ'ରେ କମ୍ପୁଛି ମଇଦାନ, ଗାଁ ମୁହାଁ ତିନି ଦଳର ନେତା

Published By : Prameya-News7 Bureau | April 16, 2019 IST

ଆସ୍କା ୧୬|୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିବାକୁ ଆଉ ଅଳ୍ପ ସମୟ ବାକି । ଏମିତିରେ ଫୁଲ୍ ଦମ୍ ରେ ମାତିଛନ୍ତି ପ୍ରାର୍ଥୀ । ଆସିକା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରଚାର ଜୋରସୋରରେ ଚାଲିଛି ।

{"id":103971}

ରାଲି ରୋଡ୍ ଶୋ’ରେ କମ୍ପୁଛି ମଇଦାନ । ନିଜର ସଫଳତା ଆଉ ବିରୋଧୀଙ୍କ ବିଫଳତାର ବାଜା ବଜାଇ ପ୍ରାର୍ଥୀ କରୁଛନ୍ତି ପ୍ରଚାର । ଆସିକା ଓ କବିସୂର୍ଯ୍ୟନଗର ବ୍ଲକର କେତେକ ପଞ୍ଚାୟତକୁ ନେଇ ଗଠିତ ହୋଇଛି  ଆସିକା ନିର୍ବାଚନ ମଣ୍ଡଳୀ ।

{"id":103973}

ଏଠାରେ ବିଜେଡିରୁ ମଞ୍ଜୁଳା ସ୍ବାଇଁଙ୍କୁ ଟିକଟ୍ ମିଳିବା ପରେ ଦଳରୁ ଡିଆଁ ମାରି ବିଜେପି ଟିକେଟ୍ ରେ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ଦେବରାଜ ମହାନ୍ତି । ସେହିଭଳି ମନୋଜ ଜେନାଙ୍କୁ ଏଠାରୁ ପ୍ରାର୍ଥୀ କରିଛି କଂଗ୍ରେସ । ଭୋଟ୍ କୁ ନେଇ ଏବେ ଗାଁ ଗଣ୍ଡା ଖେଦୁଛନ୍ତି ତିନି ଦଳର ପ୍ରାର୍ଥୀ । ଏଠି ବାହୁବଳ ଅର୍ଥବଳ ଅପେକ୍ଷା ଲୋକସମ୍ପର୍କ ହିଁ ଭୋଟରଙ୍କ ପାଇଁ ବିଧାୟକ ବାଛିବାର ମାପକାଠି ହେବ ବୋଲି ଅନୁମାନ କରାଯାଉଛି ।

{"id":103972}

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର ପରେ ଏଠି ଜୋସରେ ଅଛି ବିଜେଡି । ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଆସିକାବାସୀ ଗ୍ରହଣ କରିବେ ବୋଲି ଆଶା କରୁଛନ୍ତି ଦଳୀୟ ପ୍ରାର୍ଥୀ ।

{"id":103974}

୧୮ରେ ଭୋଟ୍ । ହାତରେ ସମୟ କମ୍ । ତେଣୁ ଭୋଟରଙ୍କୁ ପ୍ରଭାବିତ କରିବାକୁ ନିଜ ନିଜ ରଣନୀତିରେ ମାତିଛନ୍ତି ପ୍ରାର୍ଥୀ । ଏମିତିରେ ଭୋଟର କିନ୍ତୁ କାହା ସପକ୍ଷରେ ନିଜର ରାୟ ରଖୁଛନ୍ତି ତାକୁ ହିଁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.