ଉତ୍ତରାଖଣ୍ଡ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି, ତାଲିକାରେ ୫୯ ଆଶାୟୀ, ଖଟିମାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ଧାମି

Published By : Prameya-News7 Bureau | January 20, 2022 IST

ଡେରାଡୁନ୍‌, ୨୦/୦୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୋଟ ୫୯ ଆଶାୟୀଙ୍କ ନାମ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନାମ ମଧ୍ୟ ରହିଛି । ଧାମି ଖଟିମାରୁ ନିର୍ବାଚନ ଲଢ଼ିବା ନେଇ ସୂଚନା ମିଳିଛି । ଖଟିମାରୁ ସେ ଦୁଇ ଦୁଇ ଥର ନିର୍ବାଚନ ଲଢ଼ି ବିଧାୟକ ହୋଇଛନ୍ତି ।

ଅନ୍ୟପଟେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ମଦନ କୌଶିକ ହରିଦ୍ୱାରରୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ଦଳ । ଏହାଛଡ଼ା ବିଜେପି ୫୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ ବ୍ରାହ୍ମଣ ଚେହେରା ଏବଂ ୩ ବୈଶ୍ୟ ଚେହେରାଙ୍କୁ ଟିକେଟ୍‌ ଦେଇଛି । ଉତ୍ତରାଖଣ୍ଡ ମହିଳା କଂଗ୍ରେସର ଅଧ୍ୟକ୍ଷ ସରିତା ଆର୍ଯ୍ୟ ଯିଏକି ଚଳିତ ସପ୍ତାହରେ ବିଜେପିରେ ସାମିଲ୍‌ ହୋଇଥିଲେ ଦଳ ତାଙ୍କୁ ନୈନିତାଲରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.