ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା : ବାଲେଶ୍ବର ସଦରରୁ ମାନସ ଦତ୍ତ, ତିର୍ତ୍ତୋଲରୁ ରାଜକିଶୋର ବେହେରା

Published By : Prameya-News7 Bureau | October 11, 2020 IST

ଭୁବନେଶ୍ୱର ୧୧।୧୦ : ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ।  ଆଗାମୀ ଦିନରେ ଓଡିଶାରେ ହେବାକୁ ଥିବା ୨ଟି ଆସନ ପାଇଁ ଉପ-ନିର୍ବାଚନ ଲାଗି ବିଜେପି ଆଜି ତାର ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦରରୁ ମାନସ ଦତ୍ତ ଓ ତିର୍ତ୍ତୋଲ ଆସନରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି । ଆସନ୍ତା ନଭେମ୍ବର ୩ରେ ଏହି ୨ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ଅକ୍ଟୋବର ୧୬ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଅକ୍ଟୋବର ୧୭ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଅକ୍ଟୋବର ୧୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ତାରିଖ ରହିଛି । ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ନଭେମ୍ବର ୧୦ ତାରିଖରେ ହେବ ଭୋଟ୍ ଗଣତି ।

ସୂଚନାଯୋଗ୍ୟ ଯେ, ତିର୍ତୋଲରୁ ବିଷ୍ଣୁ ଦାସ ଓ ବାଲେଶ୍ୱର ସଦର ଆସନରୁ ମଦନ ମୋହନ ଦତ୍ତଙ୍କ ପରଲୋକ ହୋଇଥିଲା । ସେବେଠାରୁ ଉଭୟ ଆସନ ଖାଲିଥିଲା । ଗତକିଛି ଦିନ ତଳେ ନିର୍ବାଚନ କମିଶନଙ୍କ ଅନୁଯାୟୀ ଆସନ୍ତା ୩ ତାରିଖରେ ଉଭୟ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.