Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୟଦେବ ନିର୍ବାଚନମଣ୍ଡଳୀରେ ଜୋର ଧରିଛି ପ୍ରଚାର, ବିଭିନ୍ନ ସ୍ଥାନରେ ରାଲି, ରୋଡ୍ ସୋ’ କରୁଛନ୍ତି ପ୍ରାର୍ଥୀ

21/04/2019 at 2:05 PM

ବାଲିପାଟଣା ୨୧|୪: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ମତଦାନ ସରିଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ବର ଲୋକସଭା ଅନ୍ତର୍ଗତ ଜୟଦେବ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଜୟଦେବ ନିର୍ବ।ଚନ ମଣ୍ଡଳୀରେ ବିଭିନ୍ନ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀ ମାନଙ୍କର ପ୍ରଚାର ଜୋର ଧରିଛି । ବାଇକ୍ ରାଲି, ବଜାର ଘାଟରେ ଭାଷଣବାଜି, ଗ୍ରାମର ମୁରବିମାନଙ୍କୁ ନେଇ ସଭା ଆଦି ଦ୍ବାରା ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ ।

ଜୟଦେବର ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢାଲି ବାଇକ୍ ରାଲି, ରୋଡ ଶୋ ଏବଂ ବିଭିନ୍ନ ଗ୍ରାମ, ଓ୍ବାର୍ଡରେ ମୁଖିଆମାନଙ୍କୁ ନେଇ ସଭା କରୁଛନ୍ତି । ଘର ଘର ବୁଲି ଭୋଟ୍ ମାଗୁଛନ୍ତି ଢାଲି । ନବୀନ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇ ଶଙ୍ଖ ଚିହ୍ନରେ ଦୁଇଥର ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ଢାଲି ।

ଆମ ସଂଗଠନ ସମର୍ଥୀତ ସ୍ବାଧୀନ ପ୍ରାର୍ଥୀ ନବ କିଶୋର ମଲ୍ଲିକ ବାଇକ୍ ଶୋଭାଯାତ୍ରା କରି ବିଭିନ୍ନ ଗାଁ ଗାଁ ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ସ୍ବାଧୀନ ପ୍ରାର୍ଥୀଙ୍କର ଚିହ୍ନ ଅଟୋରିସ୍କା ହୋଇଥିବାରୁ ଶୋଭାଯାତ୍ରାରେ ଅଟୋରିସ୍କା ସାମିଲ ହୋଇଥିଲା ।

କଂଗ୍ରେସ ସମର୍ଥୀତ ସିପିଆଇଏମ୍ ର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଜନାର୍ଦ୍ଦନ ପତି ରୋଡ ଶୋ କରିବା ସହ ବିଭିନ୍ନ ବଜାରରେ ସିପିଆଇଏମ୍ ରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ।

ଜୟଦେବର ବିଏସପି ବିଧାୟକ ପ୍ରାର୍ଥୀ ପବିତ୍ର ମୋହନ ଭୋଇ ମଧ୍ୟ ନିର୍ବ।ଚନ ପ୍ରଚରରେ ବାଇକ୍ ରାଲି କରି ପ୍ରଚାର ଚଳାଇଛନ୍ତି । ବିଶେଷ କରି ସଂଖ୍ୟାଲଘୁ ଏବଂ ଦଳିତ ମାନଙ୍କର ଭୋଟକୁ ନିଜ ସପକ୍ଷରେ ହାତେଇବାକୁ ଚେଷ୍ଟା ଚଳାଇଛନ୍ତି ପବିତ୍ର ।

   Related Posts