Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୫ଟି ଭୋଟ୍ ପାଇଥିବା ଜାଣି କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ପ୍ରାର୍ଥୀ, ପରିବାରରେ ଅଛନ୍ତି ୯ ଜଣ ଭୋଟର

ନୂଆଦିଲ୍ଳୀ ୨୪।୫: ଗୋଟେ ପଟେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାରୁ ବିଜୟୀମାନେ ଖୁସି ବାଣ୍ଟୁଥିବା ବେଳେ କିଛି ପରାଜିତ ପ୍ରାର୍ଥୀ ଭାଙ୍ଗି ପଡ଼ିଛନ୍ତି । ଏହି ଜୟ-ପରାଜୟ ଭିତରେ ଚର୍ଚ୍ଚାରେ ରହିଛନ୍ତି ହାରି ଯାଇଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ । ସେ ମାତ୍ର ପାଞ୍ଜ ଖଣ୍ଡ ଭୋଟ୍‌ ପାଇଛନ୍ତି ବୋଲି ପ୍ରଥମେ ଚର୍ଚ୍ଚା ହେବାରୁ କାନ୍ଦିବାକୁ ଲାଗିଥିଲେ । ମାତ୍ର ପରେ ଜଣାପଡ଼ିଲା ଯେ ସେ ୮୫୬ ଖଣ୍ଡ ଭୋଟ୍‌ ପାଇ ପରାଜିତ ହୋଇଛନ୍ତି ।

ପ୍ରାର୍ଥୀ ଜଣକ କାନ୍ଦୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସେ କାନ୍ଦୁ ଥିବାର ସ୍ପଷ୍ଟ ଦେଖିବାକୁ ମିଳିଛି । ପ୍ରାର୍ଥୀ ଜଣକ ହେଉଛନ୍ତି ନିତୁ ସୁତେରାନ ଓ୍ଵାଲା। ସେ ଜଳନ୍ଧର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ।

ସେ କାନ୍ଦିବାର କାରଣ ହେଉଛି ସେ, ଭାବିଥିଲେ ତାଙ୍କ ପରିବାର ଲୋକ ତାଙ୍କୁ ଭୋଟ୍‌ ନ ଦେଇ ତାଙ୍କ ସହ ପ୍ରତାରଣା କରିଛନ୍ତି । ତାଙ୍କ ନିଜ ପରିବାରରେ ସମୁଦାୟ ୯ ଜଣ ଲୋକ ହୋଇଥିଲେ ବି ତାଙ୍କୁ ଏତେ କମ୍‌ ଭୋଟ୍‌ ମିଳିବା ହେଉଛି ତାଙ୍କ କାନ୍ଦର କାରଣ । ମାତ୍ର ପରେ ଅନ୍ତିମ ଗଣନାରୁ ଜାଣିବାକୁ ମିଳିଲା ଯେ ସେ ୮୫୬ ଭୋଟ୍‌ ପାଇଛନ୍ତି ।

ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ମୋ ପରିବାରରେ ୯ ଜଣ ଭୋଟର ଅଛନ୍ତି । ତଥାପି ମୁଁ ୫ଟି ଭୋଟ୍ ପାଇଛି । ଏହା ମୋ ପାଇଁ ଆଶ୍ଚର୍ଯ୍ୟର କଥା । ମୁଁ ମୋ ଦୋକାନ ବନ୍ଦ ରଖି ମାସେ ଯାଏଁ ରାସ୍ତାରେ ବୁଲି ବୁଲି ଲୋକଙ୍କ ପାଇଁ କାମ କରିଥିଲି ତଥାପି ଲୋକ ମୋତେ ଭୋଟ୍ ଦେଇନାହାନ୍ତି ।”

2107 Views

   ସମ୍ବନ୍ଧିତ ଖବର