୫ଟି ଭୋଟ୍ ପାଇଥିବା ଜାଣି କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ପ୍ରାର୍ଥୀ, ପରିବାରରେ ଅଛନ୍ତି ୯ ଜଣ ଭୋଟର

Published By : Prameya-News7 Bureau | May 24, 2019 IST

ନୂଆଦିଲ୍ଳୀ ୨୪।୫: ଗୋଟେ ପଟେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାରୁ ବିଜୟୀମାନେ ଖୁସି ବାଣ୍ଟୁଥିବା ବେଳେ କିଛି ପରାଜିତ ପ୍ରାର୍ଥୀ ଭାଙ୍ଗି ପଡ଼ିଛନ୍ତି । ଏହି ଜୟ-ପରାଜୟ ଭିତରେ ଚର୍ଚ୍ଚାରେ ରହିଛନ୍ତି ହାରି ଯାଇଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ । ସେ ମାତ୍ର ପାଞ୍ଜ ଖଣ୍ଡ ଭୋଟ୍‌ ପାଇଛନ୍ତି ବୋଲି ପ୍ରଥମେ ଚର୍ଚ୍ଚା ହେବାରୁ କାନ୍ଦିବାକୁ ଲାଗିଥିଲେ । ମାତ୍ର ପରେ ଜଣାପଡ଼ିଲା ଯେ ସେ ୮୫୬ ଖଣ୍ଡ ଭୋଟ୍‌ ପାଇ ପରାଜିତ ହୋଇଛନ୍ତି ।

{"id":115474,"width":577,"height":264}

ପ୍ରାର୍ଥୀ ଜଣକ କାନ୍ଦୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସେ କାନ୍ଦୁ ଥିବାର ସ୍ପଷ୍ଟ ଦେଖିବାକୁ ମିଳିଛି । ପ୍ରାର୍ଥୀ ଜଣକ ହେଉଛନ୍ତି ନିତୁ ସୁତେରାନ ଓ୍ଵାଲା। ସେ ଜଳନ୍ଧର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ।

wp:html
/wp:html

ସେ କାନ୍ଦିବାର କାରଣ ହେଉଛି ସେ, ଭାବିଥିଲେ ତାଙ୍କ ପରିବାର ଲୋକ ତାଙ୍କୁ ଭୋଟ୍‌ ନ ଦେଇ ତାଙ୍କ ସହ ପ୍ରତାରଣା କରିଛନ୍ତି । ତାଙ୍କ ନିଜ ପରିବାରରେ ସମୁଦାୟ ୯ ଜଣ ଲୋକ ହୋଇଥିଲେ ବି ତାଙ୍କୁ ଏତେ କମ୍‌ ଭୋଟ୍‌ ମିଳିବା ହେଉଛି ତାଙ୍କ କାନ୍ଦର କାରଣ । ମାତ୍ର ପରେ ଅନ୍ତିମ ଗଣନାରୁ ଜାଣିବାକୁ ମିଳିଲା ଯେ ସେ ୮୫୬ ଭୋଟ୍‌ ପାଇଛନ୍ତି ।

{"id":115476}

ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, "ମୋ ପରିବାରରେ ୯ ଜଣ ଭୋଟର ଅଛନ୍ତି । ତଥାପି ମୁଁ ୫ଟି ଭୋଟ୍ ପାଇଛି । ଏହା ମୋ ପାଇଁ ଆଶ୍ଚର୍ଯ୍ୟର କଥା । ମୁଁ ମୋ ଦୋକାନ ବନ୍ଦ ରଖି ମାସେ ଯାଏଁ ରାସ୍ତାରେ ବୁଲି ବୁଲି ଲୋକଙ୍କ ପାଇଁ କାମ କରିଥିଲି ତଥାପି ଲୋକ ମୋତେ ଭୋଟ୍ ଦେଇନାହାନ୍ତି ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.