ଆସିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା
18/08/2018 at 6:35 AM

ଗଞ୍ଜାମ୧୮/୮:
ଆସିକା ଜର୍ଣ୍ଣ।ଲିଷ୍ଟ ଆସୋସିଏସନ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ବିଶିଷ୍ଟ ସାମ୍ବାଦିକ, କବି ବାଗ୍ମୀଙ୍କ ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଆସିକା ବସଷ୍ଟାଣ୍ଡ ନିକଟସ୍ଥ ପ୍ରସିଦ୍ଧ ଖମ୍ବେଶ୍ବର ତୋରଣ ଠାରେ ଏକ ବିରାଟ କଣ୍ଡେଲ ଶୋଭାଯାତ୍ରା ହୋଇଯାଇଛି। ଏହି ଶୋଭାଯାତ୍ରା ଆସିକା ବସଷ୍ଟାଣ୍ଡରୁ ବାହାରି ଲକ୍ଷ୍ମୀବଜାର, ବିନାୟକ ବଜାର, କୁମ୍ବାର ସାହି ଛକ, ଅଶୋକ ସିନେମା ହଲ, ହାଟପଦା, ମସଜିଦ ଛକ, କୋର୍ଟ ଛକ, ଖମ୍ବେଶ୍ବରୀ ପାଟଣା ଦେଇ ସହର ପରିକ୍ରମା କରାଯାଇଥିଲା । ଏହାପରେ ଆସିକା ବସଷ୍ଟାଣ୍ଡ ଖମ୍ବେଶ୍ବରୀ ତୋରଣ ଠାରେ ଏକ ପଥପ୍ରାନ୍ତ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଆଇନଜୀବୀ ଦିଲ୍ଲିପ କୁମାର ପାଣିଗ୍ରାହିଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ହୋଇଥିଲା । ଅଟଳ ବିହାରୀ ବାଜପେୟୀ ଭାରତୀୟ ରାଜନୀତିର ଅଜାତଶତ୍ର । ସେ ଥିଲେ ଏପରି ଜଣେ ବ୍ୟକ୍ତିତ୍ୟ , ଯାହାଙ୍କୁ ରାଜନୈତିକ ବିରୋଧୀମାନେ ମଧ୍ୟ ପସନ୍ଦ କରିବା ସହିତ ପ୍ରଶଂସା କରୁଥିଲେ । ଏହି ସାଂପ୍ରତିକ ଭାରତ ଇତିହାସରେ ବାଜପେୟୀଙ୍କୁ ଜଣେ ବିରଳ ରାଜନେତାର ସ୍ଥାନ ଦେଇଛି । ନିଜର ଦୀର୍ଘ ରାଜନୈତିକ ଜୀବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହିତ ଆଦର୍ଶଗତ ପାର୍ଥକ୍ୟ ଥିଲା ସତ, ମାତ୍ର କାହା ସହିତ ବ୍ୟକ୍ତିଗତ ବିଦ୍ବେଷ ନଥିଲା । ଶ୍ରୀ ବାଜପେୟୀଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି । କବି, ଦାର୍ଶନିକ, ରାଜନେତା ଅଟଳ ବିହାରୀ ବାଜପେୟୀ ପରି ଜଣେ ପ୍ରିୟ ପୁତ୍ରକୁ ହରାଇ ଆଜି ଭାରତର ଜନସାଧାରଣ ଶୋକାଭିଭୁତ ହୋଇ ପଡିଛନ୍ତି। ହାର ନାହିଁ ମାନୁଙ୍ଗା….. କବିତା ଗାଉଥିବା ଅଟଳ ବିହାରୀ ବାଜପେୟୀ କାଳ ନିକଟରେ ହାରିଯିବା ସହିତ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ବୋଲି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ। ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ, ମେକମାଇକେଲ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମାନବ ସେବା ସମିତି, ଆସିକା ଲାଏୟନ୍ସ କ୍ଲବ, ଆସିକା ବଣିକ ସଂଘ ସମେତ ଶତାଧିକ ମାନ୍ୟଗଣ ବ୍ୟକ୍ତି ସମେତ ଆସିକା ଜର୍ଣ୍ଣ।ଲିଷ୍ଟ ଆସୋସିଏସନର ସଭାପତି ଅନିଲ କୁମାର ପାଣିଗ୍ରାହି, ଉପସଭାପତି ଯୋଗେନ୍ଦ୍ର ପ୍ରଧାନ, ବରିଷ୍ଠ ସଭ୍ୟ କ୍ଷିରୋଦ ଚନ୍ଦ୍ର ବେହେରା, ଶକ୍ତି ପ୍ରସାଦ କର, ପ୍ରଶାନ୍ତ କୁମାର ମୁନୀ, ଜତିରାଜ ପାଣିଗ୍ରାହି, ସୁନିଲ କୁମାର ନାହାକ, ସ୍ମୃତିରଞ୍ଜନ ଲେଙ୍କା ପ୍ରମୁଖ ଥିଲେ ।