ଆଜିଠୁ ଖାଇବାକୁ ଆରମ୍ଭ କରନ୍ତୁ ଏହି ୫ଟି ଜିନିଷ : କ୍ୟାନସରରୁ ପାଇବେ ନିମିଷକେ ମୁକ୍ତି

Published By : Prameya-News7 Bureau | November 12, 2019 IST

ଆଜିକାଲି କେତେବେଳେ କେଉଁ ରୋଗ ହେବ ଏହା ବିଷୟରେ କିଛି କୁହାଯାଇପାରିବ ନାହିଁ। ଏପରି ପରିସ୍ଥିତିରେ ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ ହୋଇଥାଏ। ଏଥିପାଇଁ ବ୍ୟକ୍ତିଙ୍କୁ ନିଜ ଦୈନନ୍ଦିନ ଜୀବନଶୈଳୀରେ ସୁଧାର ଆଣିବା ସହ ଖାଦ୍ୟପେୟରେ ପରିବର୍ତ୍ତନ ଆଣନ୍ତୁ। ଖାସ୍ କରି ଏପରି ଖାଦ୍ୟପେୟ ସାମିଲ କରନ୍ତୁ ଯାହା ଆପଣଙ୍କୁ କ୍ୟାନସରମୁକ୍ତ କରିବ। କାରଣ ଆଜିକାଲି ଯୁଗରେ କ୍ୟାନସର ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ଖାଦ୍ୟ ବିଷୟରେ କହିବୁ ଯାହା କ୍ୟାନସରଠୁ ଆପଣଙ୍କୁ ମୁକ୍ତ କରିବ।

{"id":182776}

୧. ବାଦାମ : ଅଧିକାଂଶ ଲୋକଙ୍କୁ ବାଦାମ ଭଲ ଲାଗିନଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏଥିରେ ଥିବା ପୋଷକ ତତ୍ତ୍ବ ଶରୀରରେ କ୍ୟାନସରର ଆଶଙ୍କାକୁ କମ୍ କରିଥାଏ। ଏଥିରେ ଫାଇବରର ମାତ୍ରା ଅଧିକ ଥାଏ। ପ୍ରତିଦିନ ଏହା ଖାଇବା ଦ୍ବାରା ଡାଇବେଟିସ ସମସ୍ୟା କମିଥାଏ ଏବଂ ପାଚନ ତନ୍ତ୍ର ମଜବୁତ ହୋଇଥାଏ।

{"id":182778}

୨. ପିଆଜ : ଗ୍ରୀଷ୍ମଋତୁରେ କଞ୍ଚା ପିଆଜ ଖାଇବା ସବୁଠୁ ଭଲ ହୋଇଥାଏ। ପିଆଜ ଉଷ୍ମତାକୁ କମ୍ କରିଥାଏ। ଏହା ଖାଇବା ଦ୍ବାରା ଲୁ ହେବାର ସମ୍ଭାବନା କମ୍ ଥାଏ। ଫଳରେ କୋଲୋନ୍ କ୍ୟାନସରର ରକ୍ଷା ମିଳି ପାରିବ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଏହା ବ୍ୟତୀତ ଆଣ୍ଟି ଇନଫ୍ଲାମେସନ ଗୁଣ ଶରୀରର ଫୁଲାକୁ କମ୍ କରିଥାଏ।

{"id":182779,"width":588,"height":357}

୩. ମଞ୍ଜି : ମଞ୍ଜିରେ ପ୍ରୋଟିନ୍,ମିନେରାଲ,କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଶରୀରକୁ ସୁସ୍ଥ ରଖିବାର କାମ କରିଥାଏ। ରାଶିର ବୀଜ କ୍ୟାଲସିୟମ୍,କଖାରୁର ମଞ୍ଜିରେ କ୍ୟାଲସିୟମ୍,ଲୌହ ଏବଂ ଦସ୍ତା ମିଳିଥାଏ ଯାହା କ୍ୟାନସର ଭଳି ଗମ୍ଭୀର ରୋଗକୁ ଦୂର କରିବାରେ ସାହାଯ୍ୟ କରେ।

{"id":182780}

 ୪. ଛତୁ : ଛତୁରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥାଏ ଯାହା ଥଣ୍ଡା କାଶ ଭଳି ରୋଗକୁ ଦୂର କରିଥାଏ। ଏହା ସହିତ ଏଥିରେ ଭିଟାମିନ୍ ଡି ପ୍ରଚୁର ମାତ୍ରାରେ ଥାଏ। ଏହା ଖାଇବା ଦ୍ବାରା ଶରୀରରେ ଆଇରନର ଅଭାବ ହୋଇନଥାଏ।

{"id":182781}

  ୫. ସବୁଜ ପନିପରିବା : ସବୁଜ ପନିପରିବାରେ ପ୍ରୋଟିନ୍ ବ୍ୟତୀତ କ୍ୟାଲସିୟମ୍,ଫୋଲେଟ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ସୁସ୍ଥ ରହିବା ପାଇଁ ଋତୁ ହିସାବରେ ପରିବା ଖାଇବା ଉଚିତ୍। କେତେକ ପରିବାକୁ ଭଲ ଭାବେ ରୋଷେଇ କରି ଖାଇବା ଉଚିତ୍ ଏବଂ କେତେକ ପରିବାକୁ କଞ୍ଚା ମଧ୍ୟ ଖାଇ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.