ଅସହ୍ୟ ଯନ୍ତ୍ରଣା ଯୋଗୁଁ କ୍ୟାନସର ପିଡୀତା ମହିଳାଙ୍କ ଆତ୍ମହତ୍ୟା ! ପୂର୍ବରୁ ସ୍ବାମୀ ମଧ୍ୟ ବେକରେ ରଶି ଲଗାଇ ହାରିଥିଲେ ଜୀବନ

Published By : Prameya-News7 Bureau | August 22, 2019 IST

ଦେବଗଡ ୨୨|୮: ଦେବଗଡ ସହର ପାଞ୍ଚ ନମ୍ବର ୱାର୍ଡ ଜଗତିପାଲି ସାହିରେ ଜଣେ କ୍ୟାନସର ପିଡିତା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଅନୀତା ସାହୁ । ଗୁରୁବାର ସକାଳେ ଘର ସମ୍ମୁଖରେ ଥିବା କୂଅ ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

{"id":147335}

ସେ ଗତ ତିନି ମାସ ହେଲା ଲିଭର କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କଟକରେ ଚିକିତ୍ସିତ ହେଉଥିଲେ । ଅସହ୍ୟ ଯନ୍ତ୍ରଣା ସହି ନପାରି ମଧ୍ୟ ରାତିରେ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ଅଭିଯୋଗ କହିଛନ୍ତି। ପୂର୍ବରୁ ତାଙ୍କ ସ୍ବାମୀ ଖେଡୁ ସାହୁ ମଧ୍ୟ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.