କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ କରୁଛନ୍ତି ସଂଘର୍ଷ, ଅଭାବ ଅନଟନରୁ ହୋଇପାରୁନି ଚିକିତ୍ସା

Published By : Prameya-News7 Bureau | October 05, 2021 IST

ଚଣ୍ଡିଖୋଲ ୫।୧୦: ଅସହ୍ୟ ହେଲାଣି ରୋଗ ଯନ୍ତ୍ରଣା । ଅଭାବ ଅନଟନରୁ ହୋଇପାରୁନି ଚିକିତ୍ସା । ଗୋଟିଏ ପଟେ ଯନ୍ତ୍ରଣା ଆଉ ଅନ୍ୟପଟେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତ । ପଲିଥିନ୍ ବନ୍ଧା ଚାଳ ଘରେ ବିତୁଛି ଜୀବନ । ରୋଗ ଯନ୍ତ୍ରଣାକୁ ଆହୁରି ବଢାଇଦେଇଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ର ମୁଣ୍ଡା ବେହେରାଙ୍କ କରୁଣ କାହାଣୀ ଦେଖିଲେ ଆଖିରୁ ଝରିଆସିବ ଲୁହ । ୨ ମାସ ହେବ କର୍କଟ ରୋଗରେ ପଡି ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ ।

ମୂଲ ମଜୁରୀ ଲାଗି ପରିବାର ଚଳାଉଥିଲେ ମୁଣ୍ଡା ବେହେରା ।ହେଲେ ହଠାତ୍ ପରିବାର ଉପରେ ପଡିଯାଇଥିଲା ବଜ୍ର । ଦୁଇ ମାସ ତଳେ ପେଟ ଯନ୍ତ୍ରଣା ଅନୁଭବ କଲେ ମୁଣ୍ଡା । ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ବି ଗଲେ । ସେଠାରେ ଜଣାପଡିଲା ମୁଣ୍ଡାଙ୍କ ପେଟରେ ଟ୍ୟୁମର ହୋଇଛି । କ୍ୟାନସରରେ ବି ପୀଡିତ ଆକ୍ରାନ୍ତ । ହେଲେ ଦୁଃଖର ବିଷୟ ଚିକିତ୍ସା ପାଖରେ ନାହିଁ ଅର୍ଥ । ଘରେ ପଡି ହେଉଛନ୍ତି ଛଟପଟ ।

ରୋଗ ଯନ୍ତ୍ରଣାକୁ ବଳିଯାଇଛି ମୁଣ୍ଡ ଗୁଞ୍ଜିବା ଚିନ୍ତା । ଛାତ ଟିଏ ନଥିବାରୁ ଭଙ୍ଗା ଚାଳ ଘରେ ପଲିଥିନ୍ ଟାଣି ରହୁଛନ୍ତି ପୂରା ପରିବାର । ମାଗି ଯାଚି ପରିବାର ଚଳାଇବା ଏବେ କଷ୍ଟକର । ଏ ନେଇ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମୁଣ୍ଡା ବେହେରାଙ୍କୁ ଭେଟିଛନ୍ତି । କିଛି ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ତହସିଲଦାର ।

ଏହି ଅଭାବୀ ପରିବାର ପ୍ରତି ପ୍ରଶାସନର ସହାୟତା ଏବେ ଜରୁରୀ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.