ରାଉରକେଲା ଆଇଜିଏଚରେ କ୍ୟାନସର ରୋଗୀଙ୍କୁ ଭୁଲ୍ ଚିକିତ୍ସା ! ପ୍ରତିବାଦ କରିବାରୁ ଦୁର୍ବ୍ୟବହାର ଅଭିଯୋଗ

Published By : Prameya-News7 Bureau | October 03, 2019 IST

ରାଉରକେଲା ୩।୧୦: ଆଇଜିଏଚ୍ ବିରୋଧରେ ସାଘାଂତିକ ଅଭିଯୋଗ। ରାଉରକେଲା ଆଇଜିଏଚରେ ଜଣେ ମହିଳା କ୍ୟାନ୍ସର ପେସେଣ୍ଟଙ୍କୁ ଭୁଲ୍ ଚିକିତ୍ସା ଏବଂ ପ୍ରତିବାଦ କରିବାରୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ ଲାଗି ସୁନ୍ଦରଗଡ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ପରେ ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ୍ ମହାପାତ୍ର ଏବଂ ରାଉରକେଲା ସରକାରୀ ହସ୍ପିଟାଲର ଅଧିକ୍ଷକ ଦୀନବନ୍ଧୁ ପଣ୍ଡା ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

ତଦନ୍ତକାରୀ ଅଧିକାରୀ ଦ୍ବୟ ମୋନାଲିସାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ଼ କରିବା ସହ ଇସ୍ପାତ ଜେନେରାଲ ହସ୍ପିଟାଲରେ ପହଞ୍ଚି ଆଇଜିଏଚର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବା ସହ ଦୁର୍ବ୍ୟବହାର କରିଥିବା ହସ୍ପିଟାଲର ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କ ବୟାନ ରେକର୍ଡ କରିଛନ୍ତି । ତଦନ୍ତକାରୀ ଅଫିସର ଆସନ୍ତାକାଲି ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିବେ ।

ସୂଚନାଯୋଗ୍ୟ ଯେ, ମୋନାଲିସା ଭାଟିଆ କ୍ୟାନ୍ସରରେ ପୀଡିତ ଥିବାରୁ କଟକରେ ଏକ ଘରୋଇ ହସ୍ପିଟାଲ ଚିକିତ୍ସା କରାଉଥିଲେ । ଯେହେତୁ ତାଙ୍କ ଘର ରାଉରକେଲା ଛେଣ୍ଡ କଲୋନୀରେ କଟକ ଡାକ୍ତରଙ୍କ ପରାମର୍ଶକ୍ରମେ ଆଇଜିଏଚକୁ ସିଟିସ୍କାନ ସହ ଅନ୍ୟ କେତେକ ଟେଷ୍ଟ କରାଇବାକୁ ଯାଇଥିବା ବେଳେ ଦୁର୍ବ୍ୟବହାରର ଶିକାର ହୋଇଥିବା କହିଛନ୍ତି ମୋନାଲିସା । ଏ ନେଇ ମୋନାଲିସା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ପରେ ଏହାକୁ ଗୁରୁତ୍ବର ସହ ନେଇଥିଲେ ସୁନ୍ଦରଗଡ଼ ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.