Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଯେକୌଣସି ଷ୍ଟେଜର କ୍ୟାନସର ୪୮ଘଣ୍ଟା ଭିତରେ ହୋଇଯିବ ଭଲ, ଜାଣନ୍ତୁ ଉପାୟ

11/02/2019 at 3:28 PM

ମେଡିକାଲ ସାଇନ୍ସ ବର୍ତ୍ତମାନ ଏଭଳି ଚମତ୍କାର କରି ଦେଖାଇଛି ଯାହା ବିଷୟରେ କେହି କେବେ ଭାବିବି ନଥିଲେ । ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, କ୍ୟାନସର ଭଳି ମାରାତ୍ମକ ରୋଗକୁ ମଧ୍ୟ ସଂପୂର୍ଣ୍ଣ ଭାବେ ଠିକ୍ କରାଯାଇପାରିବ । ଗବେଷଣା ଅନୁଯାୟୀ କ୍ୟାନସର ଚିକିତ୍ସାରେ ବ୍ୟବହାର ହେବାକୁ ଥିବା ଏହି ପ୍ରାକୃତିକ ଜିନିଷ ଫଳପ୍ରଦ ଯେ ଏହାକୁ ଖାଇବାର ମାତ୍ର ୪୮ଘଣ୍ଟା ମଧ୍ୟରେ କ୍ୟାନସରର ଚିକିତ୍ସା ସମ୍ଭବ ।

କ୍ୟାନସର ଏଭଳି ଏକ ମାରାତ୍ମକ ରୋଗ ଯାହାକୁ ଥରେ ଏହି ରୋଗ ହୁଏ ତାକୁ ବଞ୍ଚାଇବା ଅସମ୍ଭବ ହୋଇଥାଏ । ଏହି ରୋଗର ଚିକିତ୍ସା ଏବେବି ବହୁତ କମ୍ ସ୍ଥାନରେ ସମ୍ଭବ ହେଉଛି । ଯେଉଁ ସ୍ଥାନରେ ଏହି ରୋଗର ଚିକିତ୍ସା କରାଯାଉଛି ତାହା ଏତେ ମହଙ୍ଗା ଯେ ସମସ୍ତଙ୍କୁ ପାଇଁ ଚିକିତ୍ସା କରାଇବା ସମ୍ଭବପର ନୁହେଁ । କ୍ୟାନସର ଚିକିତ୍ସା ପାଇଁ ଦିଆଯାଉଥିବା କେମୋ ଥେରାପି ମଧ୍ୟ କେତେକ ସମୟରେ ରୋଗୀର ଜୀବନ ନେଇଯାଇଥାଏ । ଏ ମଧ୍ୟରେ ଏବେ କାଲିଫର୍ଣ୍ଣିଆ ୟୁନିଭରସିଟିରେ କ୍ୟାନସର ରୋଗୀଙ୍କ ଉପରେ ଗବେଷଣା କରିଥିଲେ । ଗବେଷଣା କରିବା ପରେ ଏହା ଜଣାପଡିଛି ଯେ ଯଦି କ୍ୟାନସର ରୋଗୀ ଅଙ୍ଗୁର ମଞ୍ଜିର ରସ ପିଇବାକୁ ଦିଆଯାଏ ତେବେ ଖୁବ୍ ଶୀଘ୍ର ଏହି ରୋଗରୁ ମୁକ୍ତି ପାଇପାରିବେ ।

ପ୍ରଫେସର ହାର୍ଡିନ ବି ଜନ୍ସ କହିଛନ୍ତି ଯେ ପାଖାପାଖି ୨୫ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଗବେଷଣାରୁ ଜଣାପଡିଛି ଯେ ଅଙ୍ଗୁର ମଞ୍ଜିର ରସ ଏହି ରୋଗର ଉପସମ ପାଇଁ ବେଶ୍ ଲାଭଦାୟକ ହେବ । ଅଙ୍ଗୁରର ରସର ପ୍ରଭାବ ଏତେ ଶୀଘ୍ର ହୋଇଥାଏ କି ପ୍ରାୟ ୪୮ଘଣ୍ଟା ମଧ୍ୟରେ ସୁଫଳ ମିଳିବାକୁ ଲାଗିଥାଏ ।

ଭାରତୀୟ ବୈଜ୍ଞାନିକ ମଧ୍ୟ ଏହି ଗବେଷଣାକୁ ସଠିକ୍ ମାନିଛନ୍ତି । ଭୋପାଳର ଜଣେ ଡାକ୍ତର କହିଛନ୍ତି ଯେ ଯେଉଁ ଗବେଷଣା ସମ୍ବନ୍ଧରେ ଏବେ ଚର୍ଚ୍ଚା ଚାଲିଛି ସେଥିରେ ସତ୍ୟତା ରହିଛି । ଅଙ୍ଗୁରରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲୋରୀ, ଫାଇଭର ଏବଂ ଭିଟାମିନ୍ ସି ଏବଂ ଇ ରହିଛି । ଏଥିରେ ଗ୍ଲୁକୋଜ୍, ମ୍ୟାଗ୍ନେସିୟମ୍ ଏବଂ ସାଇଟ୍ରିକ୍ ଏସିଡ ଭଳି କେତେକ ପୋଷକ ତତ୍ବ ମଧ୍ୟ ରହିଛି । ଏହାକୁ ସେବନ କରିବା ଦ୍ବାରା କ୍ୟାନସର, କିଡନୀ ଏବଂ ପିଲିଆ ଭଳି ରୋଗରୁ ଉପଶମ ମିଳିପାରିବ ।  

ବୈଜ୍ଞାନିକମାନେ କହିଛନ୍ତି ଯେ, ଅଙ୍ଗୁର ମଞ୍ଜିରୁ ବାହାରୁଥିବା ରସ ବ୍ଲଡ୍ କ୍ୟାନସର ପାଇଁ ଅଧିକ ଲାଭପ୍ରଦ । ଏଥିରୁ ମିଳୁଥିବା ଜେଏନକେ ପ୍ରୋଟିନ୍ କୌଣସି ସାଇଡ୍ ଇଫେକ୍ଟ ବିନା କ୍ୟାନସର କୋଷିକାକୁ ୭୬ପ୍ରତିଶତ ମୂଳରୁ ମାରିଦିଆଯାଇପାରିବ । ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଏହାର ନିୟମିତ ସେବନ କରିବା ଦ୍ବାରା ୪୮ଘଣ୍ଟା ମଧ୍ୟରେ ରୋଗୀର ସ୍ବାସ୍ଥ୍ୟରେ ସୁଧାର ଅଣାଯାଇପାରିବ ।

   Related Posts