Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

କ୍ୟାନସଲ ଫ୍ଲାଇଟର ଟିକେଟ୍‌ ରିଫଣ୍ଡ ଫର୍ମୂଲା ପସ୍ତୁତ, ଏହି ହାରରେ ପଇସା ଫେରସ୍ତ ପାଇବେ ଗ୍ରାହକ

8/10/2020 at 3:04 PM

ନୂଆଦିଲ୍ଲୀ ୦୮/୧୦: ଲକଡାଉନରେ ବୁକ୍ ହୋଇଥିବା ପ୍ଲାଇଟ୍ ଟିକେଟ୍ ପାଇଁ ଯାତ୍ରୀଙ୍କୁ ଏବେ ଏହାର ରିଫଣ୍ଡ ମିଳିବ। ମାତ୍ର ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରି ନ ଥିଲା ଯେ ଏୟାରଲାଇନ୍ସ କେଉଁ ଆଧାରରେ ଟଙ୍କା ଫେରସ୍ତ କରିବ। ମାତ୍ର ଏବେ ଏ ଦ୍ବନ୍ଦ୍ବ ଦୂର ହୋଇଛି। ଲକଡାଉନ ବେଳେ ଯେଉଁ ପ୍ଲାଇଟ୍ ରଦ୍ଦ କରାଯାଇଥିଲା ତା’ର ଟିକେଟ ମୂଲ୍ୟର ରିଫଣ୍ଡକୁ ନେଇ ଡିଜିସିଏ ବୁଧବାର ବିସ୍ତୁତ ନିର୍ଦେଶ ଜାରି କରିସାରିଛନ୍ତି।

ଛଅ ଦିନ ତଳେ ସୁପ୍ରିମ କୋର୍ଟ ନିର୍ଦେଶ ଦେଇ ଥିଲେ ଯେ ମାର୍ଚ ୨୫ ଓ ମେ ୨୪ ମଧ୍ୟରେ ବାତିଲ ହୋଇଥିବା ବିମାନ ଟିକେଟ ପାଇଁ ଯାତ୍ରୀଙ୍କୁ ତତ୍କାଳ ପୂରା ରିଫଣ୍ଡ ମିଳୁ। ଏହା ସହ କୋର୍ଟ ରିଫଣ୍ଡ ଓ କ୍ରେଡିଟ୍ ସେଲ ବାବଦରେ ନିର୍ଦେଶ ଜାରି କରିଥିଲେ।

କୋର୍ଟଙ୍କ ଆଦେଶ ଅନୁସାରେ ଡିଜିସିଏ ଯାତ୍ରୀଙ୍କୁ ତିନିଟି ପର୍ଯ୍ୟାୟରେ ବିଭକ୍ତ କରିଛି। ପ୍ରଥମ ପର୍ଯ୍ୟାୟରେ ମାର୍ଚ ୨୫ରୁ ମେ ୨୪ ମଧ୍ୟରେ ଯେଉଁ ଯାତ୍ରୀ ଟିକେଟ୍ ବୁକ୍ କରିଥିବେ। ଦ୍ବିତୀୟ ପର୍ଯ୍ୟାୟରେ ମାର୍ଚ ୨୫ ପୂର୍ବରୁ ଯେଉଁମାନେ ଟିକେଟ୍ କରିଥିବେ ମାତ୍ର ସେମାନଙ୍କ ଯାତ୍ରା ଅବଧି ମେ ୨୪ ପର୍ଯ୍ୟନ୍ତ ଥିବ। ତୃତୀୟ ପର୍ଯ୍ୟାୟରେ ଯେଉଁ ଯାତ୍ରୀ ମେ ୨୪ ତାରିଖ ପରେ ଯେକୌଣସି ସମୟରେ ଯାତ୍ରା ପାଇଁ ଟିକଟେ୍ ବୁକିଂ କରିଥିବେ।

ଡିଜିସିଏ କହିଛି ପ୍ରଥମ ଶ୍ରେଣୀରେ ଅନ୍ତର୍ଭୁକ୍ତ ଲୋକଙ୍କୁ ଏୟାରଲାଇନ୍ସ ଦ୍ବାରା ପୂରା ପଇସା ମିଳିବ। ଦ୍ବିତୀୟ ଶ୍ରେଣୀ ଲୋକଙ୍କୁ ୧୫ ଦିନ ମଧ୍ୟରେ ପୂରା ଟଙ୍କା ଦିଆଯିବ। ଯଦି ଏୟାରଲାଇନ ଏମିତି ନ କରିପାରନ୍ତି ଯାତ୍ରୀ ସେମାନଙ୍କୁ ସେମାନଙ୍କ ଟଙ୍କା ବରାବର କ୍ରେଡିଟ୍ ସେଲ ଦେବେ। ଯଦ୍ଦ୍ବାରା ଯାତ୍ରୀ ୨୦୨୧ ମାର୍ଚ ୩୧ ପର୍ଯ୍ୟନ୍ତ ଟିକେଟ୍ ବୁକ କରିବା ଦିଗରେ ଉପଯୋଗ କରିପାରିବେ। ଡିଜିସିଏଙ୍କ ଅନୁସାରେ ତୃତୀୟ ଶ୍ରେଣୀଙ୍କୁ ନିୟମ ଅନୁସାରେ ରିଫଣ୍ଡ ମିଳିବ।

   Related Posts