ଆଜିକାଲି କାହିଁକି ମଗାଯାଉଛି କ୍ୟାନସଲ୍ଡ ଚେକ୍ : ଆସନ୍ତୁ ଜାଣିବା

Published By : Prameya-News7 Bureau | March 24, 2019 IST

ନୂଆଦିଲ୍ଲୀ ୨୪/୩: ଅନଲାଇନ ଟ୍ରାଞ୍ଜାକସନ୍ ଜମାନାରେ ଏବେ ଚେକର ବ୍ୟବହାର ମଧ୍ୟ ନିତାନ୍ତ ଜରୁରୀ ହୋଇପଡ଼ିଛି। ଅଧିକାଂଶ କାମ ଯେପରିକି ଇନସ୍ୟୁରାନ୍ସ,ମ୍ୟୁଚୁଆଲ ଫଣ୍ଡ୍ ଏବଂ ଅନ୍ୟାନ୍ୟ କାମ ପାଇଁ ଚେକ୍ ମଗାଯାଏ। କିନ୍ତୁ ଅନେକ କମ୍ ଲୋକ ଜାଣିଛନ୍ତି ଯେ କିପରି ଲେଖିବା ଦ୍ବାରା କ୍ୟାନ୍ସଲ୍ଡ ଚେକ୍ ହୋଇଥାଏ। ଏହା ସହିତ ଏହାର ଚାହିଦା କାହିଁକି ଅଧିକ। ବ୍ୟାଙ୍କର୍ସଙ୍କ କହିବାନୁସାରେ ଯେକୈାଣସି ବ୍ୟାଙ୍କରେ ନିଜ ଆକାଉଣ୍ଟ ଅଛି ବୋଲି ପ୍ରମାଣିତ କରିବା ପାଇଁ ମଧ୍ୟ ଚେକର ପ୍ରୟୋଗ କରାଯାଇଥାଏ। ଏଥିପାଇଁ ଚେକର ନେଣ ଦେଣ ସହଜ ଉପାୟରେ କରାଯାଇନଥାଏ। ଚେକକୁ ଏକ ଖାସ୍ ଉପାୟରେ କ୍ୟାନସଲ୍ଡ ଚେକ୍ ଭାବେ ପ୍ରୟୋଗ କରାଯାଇଥାଏ। ଆସନ୍ତୁ ଜାଣିବା କ୍ୟାନସଲ୍ଡ ଚେକ୍ ସହିତ ଜଡ଼ିତ କେତେକ ତଥ୍ୟ ବିଷୟରେ

କ୍ୟାନସଲ୍ଡ ଚେକ୍ ଦେବା ଅର୍ଥ ଆପଣ ଯେଉଁ ବ୍ୟାଙ୍କର ଚେକ୍ ଦେଇଛନ୍ତି ସେଥିରେ ଆପଣଙ୍କ ଆକାଉଣ୍ଟ ରହିଛି। ଏଥିରେ ଖାତାଧାରକର ନାଁ,ବ୍ରାଞ୍ଚର ନାଁ ଓ ଠିକଣା,ଖାତା ସଂଖ୍ୟା ଏବଂ ଏମଆଇସିଆର ନଂ ରହିଥାଏ। ଯେତେବେଳେ ଚେକରେ ଦୁଇଟି ସମାନ୍ତର ରେଖା ଟଣାହୋଇଥାଏ ଏବଂ ଏହା ମଝିରେ କ୍ୟାନସଲ୍ଡ ଲେଖାହୋଇଥାଏ। ଏହି ଚେକ୍ ଜରିଆରେ ଆକାଉଣ୍ଟରୁ ଟଙ୍କା ଉଠାଯାଇପାରିବ ନାହିଁ। କୈାଣସି ଚେକକୁ କ୍ୟାନସଲ୍ କରିବା ପାଇଁ ସେଥିରେ କେବଳ ଦୁଇଟି ସମାନ୍ତର ରେଖା ଟାଣିବେ ଏବଂ ଏହା ମଧ୍ୟରେ କ୍ୟାନ୍ସସଲ୍ଡ ଲେଖିବେ। କ୍ୟାନସଲ୍ଡ ଚେକରେ ସାଇନ୍ କରିବାର ଆବଶ୍ୟକତା ନାହିଁ।

ଏହା ବ୍ୟତୀତ ଚେକକୁ କ୍ୟାନସଲ୍ କରିବା ପାଇଁ କଳା ଏବଂ ନୀଳ ସ୍ୟାହିର ବ୍ୟବହାର କରିବା ଉଚିତ୍। ଯେତେବେଳେ ଆପଣ ହୋମ୍ ଲୋନ୍,କାର୍ ଲୋନ୍ ଏବଂ ପର୍ସନାଲ ଲୋନ୍ ନେବେ ସେତେବେଳେ ​‌କ୍ୟାନସଲ୍ଡ ଚେକ୍ ମଗାଯାଏ। ଇନସ୍ୟୁରାନ୍ସ ପଲିସି କରିବାବେଳେ ଇନସ୍ୟୁରାନ୍ସ କମ୍ପାନୀ ଆପଣଙ୍କୁ କ୍ୟାନସଲ୍ଡ ଚେକ୍ ମାଗିଥାଏ। ଅଫଲାଇନ୍ ଦ୍ବାରା ପିଏଫ ଟଙ୍କା ବାହାର କରିବାବେଳେ ଆପଣଙ୍କୁ କ୍ୟାନସଲ୍ଡ ଚେକ୍ ମଗାଯାଇଥାଏ। କ୍ୟାନସଲ୍ଡ ଚେକ୍ ଜରିଆରେ ଏହା ପ୍ରମାଣିତ ହୋଇଥାଏ ଯେ ଫର୍ମରେ ପୂରଣ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ ଆପଣଙ୍କର। ମ୍ୟୁଚୁଆଲ୍ ଫଣ୍ଡରେ ଜମା କରିବାବେଳେ ଇନଭେଷ୍ଟମେଣ୍ଟ କମ୍ପାନୀ କ୍ୟାନସଲ୍ଡ ଚେକ୍ ମାଗିଥାଏ। ଇଲେକ୍ଟୋନିକ୍ ସର୍ଭିସ୍ କ୍ଲିୟରାନ୍ସ ନିମନ୍ତେ ରେଜିଷ୍ଟାର କରିବା ସମୟରେ କ୍ୟାନସଲ୍ଡ ଚେକ୍ ମଗାଯାଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.