Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ବ୍ୟାଙ୍କରେ ଏଫଡ଼ି କରିଥିବା ଗ୍ରାହକଙ୍କ ପାଇଁ ଖୁସିଖବର: ମିଳିବ ଅଧିକ ସୁଧ

6/12/2020 at 4:54 PM

ନୂଆଦିଲ୍ଲୀ ୦୬/୧୨ : ଯଦି ଆପଣ ବ୍ୟାଙ୍କରେ ଏଫଡ଼ି (Fixed Deposite) କରିବାକୁ ଚାହୁଁଛନ୍ତି ତାହେଲେ ଏବେ ଆପଣଙ୍କ ପାଖରେ ଭଲ ମଉକା ଅଛି। ସାର୍ବଜନିକ କାନାଡ଼ା ବ୍ୟାଙ୍କ ଏଫଡ଼ିର ସୁଧହାର ବୃଦ୍ଧି କରିଛି। ଅର୍ଥାତ ବର୍ତ୍ତମାନ ଆପଣଙ୍କୁ ପୂର୍ବାପେକ୍ଷା ଅଧିକ ସୁଧ ମିଳିବ। ବ୍ୟାଙ୍କ ସୁଧ ହାର ୦.୨ ପ୍ରତିଶତ ବୃଦ୍ଧି କରିଛି। ଏହି ସୁଧର ଫାଇଦା ସେମାନେ ଉଠାଇ ପାରିବେ ଯେଉଁମାନେ ଅତିକମରେ ଦୁଇ ବର୍ଷ ପାଇଁ ଏଫଡ଼ି କରିଛନ୍ତି।

କାନାଡ଼ା ବ୍ୟାଙ୍କ ଅନୁସାରେ, ଅତିକମରେ ୨ କିମ୍ବା ୩ ବର୍ଷରୁ କମ ମେଚ୍ୟୋରିଟି ଏଫଡ଼ିରେ ବର୍ତ୍ତମାନ ୫.୪ ପ୍ରତିଶତ ସୁଧ ମିଳିବ। ପୂର୍ବରୁ ସୁଧ ହାର ୫.୨ ପ୍ରତିଶତ ଥିଲା। ୩ ରୁ ୧୦ ବର୍ଷର ମେଚ୍ୟୋରିଟି ଏଫଡ଼ିରେ ସୁଧ ହାର ୫.୩ ରୁ ୫.୫ ପ୍ରତିଶତ କରାଯାଇଛି। ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ସଂଶୋଧିତ ଦରରେ ବରିଷ୍ଠ ନାଗରିକଙ୍କୁ ଅଧା ପ୍ରତିଶତ ସୁଧ ଅଧିକ ଦିଆଯିବ। ନୂଆ ଦର ନଭେମ୍ବର ୨୭ ତାରିଖରୁ ଲାଗୁ ହୋଇଛି। ସୁଧ ହାରରେ ସଂଶୋଧନ ପରେ ୨ ରୁ ୧୦ ବର୍ଷର ମେଚ୍ୟୋରିଟି ପିରିୟଡ଼ର ଏଫଡ଼ି ଉପରେ ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ ସବୁଠାରୁ ଅଧିକ ସୁଧ ଦେଉଛି।

ଘରୋଇ ବ୍ୟାଙ୍କ ଏଚଡ଼ିଏଫସି HDFC Bank ନିଜ ଗ୍ରାହକଙ୍କୁ ବଡ ଝଟକା ଦେଇଛି। ବ୍ୟାଙ୍କ କିଛି ଅବଧିର ଏଫଡ଼ିରେ ସୁଧ ହାର କମ କରିଦେଇଛି। ଏଚଡ଼ିଏଫସି ବ୍ୟାଙ୍କ ସୁଧ ହାର ୦.୨୦ ପ୍ରତିଶତ କମ କରିଛି। ଗୋଟିଏ ବର୍ଷ ଡିପୋଜିଟରେ ସୁଧ ହାର ୦.୨୦ ପ୍ରତିଶତ କମ କରିଛି। ୨ ବର୍ଷୀୟ ଡିପୋଜିଟରେ ବ୍ୟାଙ୍କ ସୁଧ ହାର ୦.୧୦ ପ୍ରତିଶତ କମ କରିଛି।

ନୂଆ ରେଟ୍ ଅନୁଯାୟୀ, ଏଚଡ଼ିଏଫସି ବ୍ୟାଙ୍କ ୭ ଦିନରୁ ୨୯ ଦିନର ଡିପୋଜିଟରେ ୨.୫୦ ପ୍ରତିଶତ ସୁଧ ଅଫର କରୁଛି। ୩୦ ରୁ ୯୦ ଦିନରେ ମେଚ୍ୟୋର ହେବାକୁଥିବା ଡିପୋଜିଟ ଉପରେ ସୁଧ ହାର ୩ ପ୍ରତିଶତ ରହିଛି।

   Related Posts