ଗ୍ରାହକଙ୍କୁ ଉପହାର ଦେଲା ଏହି ସରକାରୀ ବ୍ୟାଙ୍କ, ଏପ୍ରିଲ ୧ରେ ହୋଇଥିଲା ବିଲୟ ପ୍ରକ୍ରିୟାରେ ସାମିଲ

Published By : Prameya-News7 Bureau | April 07, 2020 IST

ନୂଆଦିଲ୍ଲୀ, ୦୭|୦୪:  ଗତ ଏପ୍ରିଲ ୧ ତାରିଖରେ ଦେଶର ୧୦ଟି ସରକାରୀ ବ୍ୟାଙ୍କର ବିଲୟ ଆରମ୍ଭ ହୋଇଯାଇଛି । ଏହି ବିଲୟ ପ୍ରକ୍ରିୟାରେ କାନାରା ବ୍ୟାଙ୍କ ମଧ୍ୟ ସାମିଲ ଅଛି । କାନାରା ବ୍ୟାଙ୍କରେ ସିଣ୍ଡିକେଟ୍ ବ୍ୟାଙ୍କର ବିଲୟ ହୋଇଛି ।

ବିଲୟ ହେବା ପରେ କାନାରା ବ୍ୟାଙ୍କ ପ୍ରଥମ ଥର ମାର୍ଜିନାଲ କଷ୍ଟ ଅଫ୍ ଲ୍ୟାଣ୍ଡଡି ରେଟସ୍ ହ୍ରାସ ପାଇଛି । ଅର୍ଥାତ ଏବେ କାନାରା ଓ ସିଣ୍ଡିକେଟ୍ ବ୍ୟାଙ୍କ ଗ୍ରାହକଙ୍କୁ ଗୃହ ଓ କାର ଲୋନ ଶସ୍ତା ସୁଦ୍ଧ ହାରରେ ପ୍ରଦାନ କରିବେ ।

{"id":250152,"width":745,"height":373,"sizeSlug":"large"}

ଏହା ବ୍ୟତୀତ ଯେଉଁମାନେ ପୂର୍ବରୁ ଲୋନ ନେଇଛନ୍ତି ସେମାନଙ୍କ ଇଏମଆଇ ମଧ୍ୟ କମ ହେବ । ବିଲୟ ହେବା ପରେ କାନାରା ବ୍ୟାଙ୍କ ଏବେ ଦେଶର ଚତୁର୍ଥ ବଡ ବ୍ୟାଙ୍କ ହୋଇଯାଇଛି । ଏବେ ଏହି ବ୍ୟାଙ୍କର ସାରା ଦେଶରେ ୧୦୩୨୪ଟି ଶାଖା ରହିଛି ।

{"id":250153,"width":751,"height":469,"sizeSlug":"large"}

କେତେ କମ ହେଲା ସୁଦ୍ଧ ହାର

କାନାରା ବ୍ୟାଙ୍କ ଏକକ ବର୍ଷର ଅବଦ୍ଧି ଥିବା ଲୋନରେ ୦.୩୫ ପ୍ରତିଶତ, ୬ ମାସରେ ୦.୩୦ ପ୍ରତିଶତ ଓ ୩ ମାସର ଅବଦ୍ଧି ପାଇଁ ୦.୨ ପ୍ରତିଶତ ଓ ଏକ ମାସ ବା ଏକ ଦିନ ପାଇଁ ସୁଦ୍ଧ ହାରରେ ୦.୧୫ ପ୍ରତିଶତ ହ୍ରାସ କରିଛି । ଏହା ବ୍ୟତୀତ କାନାରା ବ୍ୟାଙ୍କ ରେପୋ ଲ୍ୟାଣ୍ଡିଂ ରେଟରେ ୦.୭୫ ପ୍ରତିଶତ ହ୍ରାସ କରିଛି । ଏହି ହ୍ରାସ ପରେ ବ୍ୟାଙ୍କର ଆରଏଲଆର ୮.୦୫ ପ୍ରତିଶତରୁ ୭.୩୦ ପ୍ରତିଶତକୁ ହ୍ରାସ ପାଇଛି । ଏହା ପୂର୍ବରୁ ଏସବିଆଇ, ବ୍ୟାଙ୍କ ଅଫ ଇଣ୍ଡିଆ, ପିଏନବି, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ସୁଦ୍ଧ ହାର ହ୍ରାସ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.