ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ଦୈତାରୀ ନାୟକ ଏବେ ଜୀବନ ବଞ୍ଚାଇବା ପାଇଁ ଖାଉଛନ୍ତି ପିମ୍ପୁଡି ଅଣ୍ଡା

Published By : Prameya-News7 Bureau | June 25, 2019 IST

କେନ୍ଦୁଝର ୨୫ : କେନ୍ଦୁଝର ଜିଲ୍ଲା ତଳବୈତରଣୀ ଗାଁର ୭୫ ବର୍ଷ ବୟସ୍କ ଦୈତାରୀ ନାୟକ ଏବଂ ତାଙ୍କ ପରିବାର ଜୀବନ ବଞ୍ଚାଇବା ପାଇଁ ଖାଉଛନ୍ତି ପିମ୍ପୁଡି ଅଣ୍ଡା । ଓଡିଶାର କେନାଲ ମ୍ୟାନ ଭାବେ ପରିଚିତ ଦୈତାରୀ ନାୟକ ଦିନେ ପଦ୍ମ ଶ୍ରୀ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ।

{"id":126992,"width":585,"height":305}

ଏବେ ପାଇଥିବା ପୁରସ୍କାର ସେ ସରକାରଙ୍କୁ ଫେରାଇବାକୁ ଚାହୁଁଛନ୍ତି ।  ଗୋନାସିକା ପର୍ବତକୁ ୩ କିମି ଯାଏଁ ଖୋଳି ଦୈତାରୀ ନାୟକ ଏକ କେନାଲ ଖୋଲିଥିଲେ । କୌଣସି ସରକାରୀ ସାହାଯ୍ୟ ବିନା ଜଣେ ବୃଦ୍ଧ ୩ କିମି ଲମ୍ବାର କେନାଲ ଖୋଲିଥିଲେ । ଯାହାଫଳରେ ତାଙ୍କ ଗାଁକୁ ପାଣି ଆସିବ ଏବଂ ସେ ଚାଷ କରିପାରିବେ । ଦୈତାରୀ ନାୟକ ଏହି ମହାନ ପ୍ରଚେଷ୍ଟା ଯୋଗୁଁ ୧୦୦ ଏକର ଜମି ଚାଷ ଉପଯୋଗୀ ହୋଇଥିଲା । ଦୈତାରୀଙ୍କ ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ଭାରତର ଚତୁର୍ଥ ସବୁଠାରୁ ବଡ ନାଗରିକ ସମ୍ମାନ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୈତାରୀଙ୍କୁ ଖୁବ ପ୍ରଶଂସା କରିଥିଲେ ।

{"id":126993}

ଏବେ କିନ୍ତୁ ଦୈତାରୀଙ୍କ ଅବସ୍ଥା ଶୋଚନୀୟ । ତାଙ୍କୁ ମାସିକ ୭୦୦ ଟଙ୍କା ପେନସନ ମିଳୁଛି । ତେବେ ମାତ୍ର ୭୦୦ ଟଙ୍କାରେ ଗୋଟିଏ ପରିବାର ଚଳିବା ଅସମ୍ଭବ । କିଛି ବର୍ଷ ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ତାଙ୍କ ନାଁ ଆସିଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ଖଣ୍ଡେ ମିଳିଲାନି । ଆଜି ମଧ୍ୟ ସେ ନିଜର ଛପର ଘରେ ରହୁଛନ୍ତି । ସେ ଯେଉଁଠି ନିଜ ଛେଳିମାନଙ୍କୁ ବାନ୍ଧନ୍ତି ସେଠାରେ ସେ ନିଜ ମେଡାଲ ଟାଙ୍ଗି ଦେଇଛନ୍ତି । କାରଣ ଏହି ମେଡାଲ ତାଙ୍କର କିଛି କାମରେ ଆସୁନାହିଁ ।

{"id":126994}

ଦୈତାରୀଙ୍କ ପୁଅ ଅଲେଖ ଦିନ ମଜୁରିଆ ଭାବେ କାମ କରନ୍ତି । ସେ କହିଛନ୍ତି ପଦ୍ମ ଶ୍ରୀ ସମ୍ମାନ ପାଇବା ପରେ ତାଙ୍କ ପିତାଙ୍କୁ ଅନେକ ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ କୌଣସିଟା ଫଳବତୀ ହେଲାନାହିଁ । ଏବେ ଯାଏଁ ସରକାର ଦୈତାରୀଙ୍କୁ କୌଣସି ସହାୟତା ଦେଇନାହାନ୍ତି ।

{"id":126995}

ଦୈତାରୀ ନାୟକଙ୍କ ଏହି କାହାଣୀ ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି । କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଟ୍ୱିଟ କରି କହିଛନ୍ତି ଯେ, ଚାଷୀଙ୍କୁ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶୃତି କେତେ ସତ । ଚାଷୀଙ୍କ ପାଇଁ ନବୀନ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ପ୍ରଶାସନ ଚାଷୀଙ୍କ ପାଇଁ କିଛି କରୁନାହିଁ । ଏହା ଅତ୍ୟନ୍ତ ଦୁଖଦ ଘଟଣା ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକୁର ଘଟଣା ସମ୍ପର୍କରେ ଜାଣିବା ପରେ କହିଛନ୍ତି ଯେ, ଦୈତାରୀ କାହିଁକି ନିଜ ସମ୍ମାନ ସରକାରଙ୍କୁ ଫେରାଇବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ସେ ଅନୁସଂଧାନ କରିବେ ।

{"id":126996}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.