ଇନ୍ଦ୍ରାବତୀ କେନାଲରେ ଘାଇ, ଶହଶହ ଏକର ଚାଷଜମି ଜଳମଗ୍ନ

Published By : Prameya-News7 Bureau | July 31, 2021 IST

କଳାହାଣ୍ଡି,୩୧/୦୭:  ଇନ୍ଦ୍ରାବତୀ ଉଠାଜଳସେଚନ କେନାଲରେ ଘାଇ। ଶହଶହ ଏକର ଚାଷଜମି ଜଳମଗ୍ନ । ଶୁକ୍ରବାର ବିଳମ୍ବିତ ରାତିରେ କୋକସରା ବ୍ଲକର ମାଝୀଗୁଡା ନିକଟରେ ଏହି ଘାଇ ସୃଷ୍ଟି ହୋଇଥିବା ଜଣାପଡିଛି ।

କେନାଲରେ ପ୍ରାୟ  ୧୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଚଳିତ ବର୍ଷ ପ୍ରଥମ ଥର ଉଠାଜଳସେଚନ ପ୍ରକଳ୍ପ ଦ୍ବାରା ପାଣି ଛଡାଯାଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ କେନାଲ ଭୁଶୁଡି ଯାଇଥିବା ଅଭିଯୋଗ ହୋଇଛି।

ତେବେ ଘାଇ ପାଇଁ ମାଝୀଗୁଡା ଓ କୋକସରା ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି। ଏବେସୁଦ୍ଧା ଘଟଣାସ୍ଥଳରେ କୈାଣସି ଅଧିକାରୀ ପହଁଚି ନଥିବା ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.