ଭାଙ୍ଗିଲା କେନାଲ ବନ୍ଧ, ଶହ ଶହ ହେକ୍ଟର ଚାଷ ଜମି ଏବେ ଜଳମଗ୍ନ

Published By : Prameya-News7 Bureau | April 22, 2021 IST

ମାଲକାନଗିରି ୨୨।୦୪: ମାଲକାନଗିରି ପୋଟେରୁ ଜଳ ସେଚନ ପ୍ରକଳ୍ପର ତମସା ମୁଖ୍ୟ କେନାଲର ଭାଙ୍ଗିଲା ବନ୍ଧ । କେନାଲ ପାଣି ମାଡି ଯାଇ ଶହଶହ ହେକ୍ଟର ଚାଷ ଜମି ଜଲମଗ୍ନ ହୋଇଥିବା ବେଳେ ଏମ.ପି.ଭି-୨ ଗାଁରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଣି ମାଡି ଆସିବାରୁ ଗାଁର ୮ଟି ଘର ଭାଙ୍ଗି ଯାଇଥିବା ବେଳେ ଅନେକ ଲୋକଙ୍କ ଜିନିଷ ପତ୍ର ଭାସି ଯାଇଛି । ଘର ଭିତରେ ହଠାତ ପାଣି ପଶିଯିବାରୁ ଲୋକେ ଗାଈ ଗୋରୁ ଛେଳି କୁକୁଡା ଛାଡି ଜୀବନ ବଞ୍ଚାଇବା ଲାଗି ଘର ଛାଡି ଉଚ୍ଚସ୍ଥାନକୁ ପଳାଇଥିଲେ । ରାତି ସାରା ଲୋକେ ଅନ୍ଧାର ଭିତରେ ଡହଳ ବିକଳ ହେଉଥିବା ବେଳେ କୌଣସି ସରକାରୀ ଅଧିକାରି କିନ୍ତୁ ପହଞ୍ଚିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.