Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କମ୍ୟୁନିଟି ସେଣ୍ଟର ସ୍ଥଳରେ କେନାଲ, କ୍ଷତିପୂରଣ ଦାବି କଲେ ବିଧାୟକ

9/08/2020 at 10:55 PM

ନୀଳଗିରି୯/୮: ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ବାଉଁସବଣିଆ ପଞ୍ଚାୟତ ଅଧିନ ଗୁହାଳିଆ ଗାଁରେ ଥିବା କମ୍ୟୁନିଟି ସେଣ୍ଟର ସ୍ଥଳରେ ଏବେ କେନାଲ ଯିବା ଘଟଣାକୁ ନେଇ ଗାଁରେ ସଭା ହୋଇଛି। ଘଟଣାକୁ ନେଇ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଅଭିଯୋଗ ପାଇବା ପରେ ସେ କ୍ଷତିପୂରଣ ଦାବି କରି ବିଭାଗୀୟ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି।

ବାଉଁସବଣିଆ ପଂଚାୟତ ଗୁହାଳିଆ ଗ୍ରାମରେ ୨୦୧୨ ମସିହାରେ ତତ୍କାଳୀନ ବିଧାୟକ ତଥା  କେନ୍ଦ୍ରମନ୍ତ୍ରୀ ପ୍ରତାପ ସଢଙ୍ଗୀ ଗ୍ରାମବାସୀ ଦାବିକୁ ନେଇ ବିଧାୟକ ପାଣ୍ଠିରୁ ଅର୍ଥ ପ୍ରଦାନ କରିଥିଲେ। ଗାଁରେ ଜାଗା ଅଭାବ ଥିବାରୁ ସେହି ଗ୍ରାମର ମଧୁକୃଷ୍ଣ ବେହେରା ଖାତା ନମ୍ବର ୧୨୩ ପ୍ଲଟ ନମ୍ବର ୩୭୮ ଘରବାଡି ରୁ ଦେଢ଼ ଡିସମିଲ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଦାନ କରିଥିଲେ।ଏହାପରେ ସେହି ସ୍ଥାନରେ କମ୍ୟୁନିଟି ସେଣ୍ଟର ନିର୍ମାଣ ହୋଇଥିଲା।ଏହି ସ୍ଥାନରେ ଗାଁରେ ବୈଠକ ଠାରୁ ଆରମ୍ବ କରି ପୁଜାପାର୍ବଣ କାରାଯାଇଥାଏ।

ହେଲେ ଏବେ କେନ୍ଦ୍ର ସରକାର ଙ୍କ ନଦୀ ସଯୋଗୀକରଣ ଯୋଜନାରେ କେନାଲ ଖୋଲାଯାଉଥିବା ବେଳେ ଏହି ସ୍ଥାନରେ କେନାଲ ଯିବାପାଇଁ ଚିହ୍ନଟ ହୋଇଛି। ଦାନ ହେବାପରେ ସରକାରି ଟଙ୍କା ଖର୍ଚରେ କମ୍ୟୁନିଟି ସେଣ୍ଟର ହୋଇଥିବାରୁ ସ୍ଥାନ ଟି ସରକାର ଙ୍କ ଖାତାକୁ ଯିବାକଥା।ଏବେ କେନାଲ ପାଇଁ କ୍ଷତିପୂରଣ ବେଳକୁ ଚଂଚକତା କରି ମଧୁକୃଷ୍ଣଙ୍କୁ ସମସ୍ତ କ୍ଷତିପୂରଣ ର ଅର୍ଥ ପାଉଥିବାରୁ ଗାଁରେ ଅସନ୍ତୋଷ ଦେଖାଦେଇଛି।

ଫଳରେ କମ୍ୟୁନିଟି ସେଣ୍ଟର ଭାଙ୍ଗି ଯିବାପରେ ସରକାରଙ୍କ ଟଙ୍କା ନଷ୍ଟହେବା ସହ ଗ୍ରାମବାସୀ ମାନେ କମ୍ୟୁନିଟି ସେଣ୍ଟରରୁ ବଂଚିତ ହେବାରୁ ଘଟଣାକୁ ନେଇ ଗାଁରେ ବୈଠକ ବସିଥିଲା। ଉକ୍ତ ଟଙ୍କା ତାଙ୍କୁ ନଦେଇ ଗ୍ରାମବାସୀ ଙ୍କୁ ପ୍ରଦାନ କରିବାକୁ ସେହି ଗାଁର ମନୋରଞ୍ଜନ ସ,ଲୋକନାଥ ସ,ଉପେନ୍ଦ୍ର ମଲ୍ଲିକ,ବିଶ୍ୱରଂଜନ ସ,ପ୍ରଭାତ ବେହେରା,ଜଗନ୍ନାଥ ବେହେରା,ଅନୀଲ କୁମାର ବେହେରା,ସନ୍ତୋଷ କୁମାର ବେହେରା ଓ ଅନ୍ୟ ଗ୍ରାମବାସୀ ଦାବି କରି ଘଟଣା ବିଷୟରେ ନୀଳଗିରି ବିଧାୟକ ଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।ତେବେ ବିଧାୟକ ଶ୍ରୀଯୁକ୍ତ ନାୟକ ଘଟଣା ବିଷୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀଙ୍କ ଦୃଷ୍ଟିଆକର୍ଷଣ କରିବା ସହ ଆନନ୍ଦପୁର ବେରେଜ ପ୍ରୋଜେକ୍ଟ ର ଜମି ଅଧିଗ୍ରହଣ ଅଧିକାରୀ ଙ୍କୁ ପତ୍ର ଲେଖି ଗ୍ରାମବାସୀଙ୍କ ସ୍ୱାର୍ଥ କୁ ଆଖି ଆଗରେ ରଖି ଜାଗା ଓ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ କ୍ଷତିପୂରଣ ଦେବାକୁ ଦାବିକରିଛନ୍ତି।ଏପରିକି ଜିଲ୍ଲାପାଳ ଓ କେନ୍ଦ୍ରମନ୍ତ୍ରୀ ଙ୍କୁ ମଧ୍ୟ ପତ୍ରର ନକଲ ପ୍ରଦାନ କରିଛନ୍ତି।

   Related Posts