କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କୁ କରୋନା ଭୟ, ପତ୍ନୀଙ୍କଠାରୁ ଦୂରେଇ ରହିବାକୁ ନେଲେ ନିଷ୍ପତ୍ତି

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ ।୩: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜେ ଘୋଷଣା କରିଛନ୍ତି ଯେ, ସେ ବର୍ତ୍ତମାନ ତାଙ୍କ ପତ୍ନୀଙ୍କଠାରୁ ଅଲଗା ରହୁଛନ୍ତି । ଏଥିରେ ତାଙ୍କ ପତ୍ନୀ ସୋଫି ଟ୍ରୁଡୋଙ୍କ ସହମତି ମଧ୍ୟ ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ନିକଟରେ କରୋନା ଭାଇରସ୍ ର ଲକ୍ଷଣ ଥିବା ନେଇ ସନ୍ଦେହ କରାଯାଉଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କୁ ମଧ୍ୟ କରୋନା ଭୟ ଘାରିଛି । ଫଳରେ ସେ ନିଜ ପତ୍ନୀଙ୍କଠାରୁ ଦୂରେଇ ରହିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି ।

{"id":237416,"sizeSlug":"large"}

ନ୍ୟୁଜ୍ ଏଜେନ୍ସି ଏପିଏଫ ଅନୁଯାୟୀ, ସୋଫି ଗୁରୁବାର ଦିନ ଏକ କାର୍ଯ୍ୟକ୍ରମରୁ ବ୍ରିଟେନରୁ ଫେରିଥିଲେ । ଯାହା ପରେ ତାଙ୍କ ନିକଟରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଇଥିଲା। ସେ ତାଙ୍କ ଡାକ୍ତରଙ୍କୁ ଜ୍ବର ହୋଇଥିବା ନେଇ ଜଣାଇଥିଲେ । ଏହାପରେ ଡାକ୍ତରମାନେ ତାଙ୍କର ପରୀକ୍ଷା ପାଇଁ ନମୁନା ନେଇଥିଲେ । ନମୁନା ପରୀକ୍ଷାର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।

{"id":237422,"width":578,"height":385,"sizeSlug":"large"}

ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଟ୍ରୁଡୋ ତାଙ୍କ ଘରୁ ସମସ୍ତ ବୈଠକ, ଫୋନ୍ କଲ୍ ଏବଂ ଭର୍ଚୁଆଲ୍ ବୈଠକ କରିବେ।

{"id":237423,"sizeSlug":"large"}

ଡାକ୍ତରମାନେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କର ମଧ୍ୟ ପରୀକ୍ଷା କରିଛନ୍ତି । କିନ୍ତୁ ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ଡାକ୍ତରମାନେ କହିଛନ୍ତି ଯେ, ସେମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ । କିନ୍ତୁ ସେମାନଙ୍କୁ ଶାରୀରିକ ଲକ୍ଷଣ ଉପରେ ଲଗାତର ଭାବେ ନଜର ରଖିବାକୁ ପଡିବ।

{"id":237424,"sizeSlug":"large"}

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ଜଷ୍ଟିନ ଟ୍ରୁଡୋ ସ୍ବେଚ୍ଛାକୃତ ଭାବରେ ସର୍ବସାଧାରଣ ସ୍ଥାନ ତଥା କାର୍ଯ୍ୟକ୍ରମଗୁଡିକରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କାନାଡାର ୬ଟି ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ଜଣ କରୋନା ଭାଇରସ୍ ରୋଗୀଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଛି ।

{"id":237425,"sizeSlug":"large"}

ଗତ ବର୍ଷ ଡିସେମ୍ବରଠାରୁ ବିଶ୍ବର ୧୧୫ଟି ଦେଶରୁ ୧ ଲକ୍ଷ ୨୭ ହଜାର ୭୦ ରୋଗୀ କରୋନା କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୪୬୮୭ ଜଣଙ୍କର ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.